Saturday, April 18, 2026 02:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଗୋଟିଏ ଦିନରେ ଜଗତସିଂହପୁର, ଯାଜପୁର ଓ ମାଲକାନଗିରିରେ ଦୁଷ୍କର୍ମ

ମହିଳାମାନେ ଘରୁ ଗୋଡ କାଢିବା ଚାହାଁନ୍ତିନି ରାଜ୍ୟ ସରକାର: ବିଜେଡି

by Our Correspondent
22 Jul, 2025- 09:50 PM
in Crime, Latest News, News
1 min read
0
ଗୋଟିଏ ଦିନରେ ଜଗତସିଂହପୁର, ଯାଜପୁର ଓ ମାଲକାନଗିରିରେ ଦୁଷ୍କର୍ମ

ଭୁୁବନେଶ୍ୱର: ରାଜ୍ୟରେ ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନାକୁ ନେଇ ବିଜୁ ଜନତା ଦଳ ଅଭିଯୋଗ କରିଛି ଯେ, ମହିଳାମାନେ ଘର କୋଣରେ ରୁହନ୍ତୁ ଓ ଘରୁ ଗୋଡ କାଢନ୍ତୁ ନାହିଁ ବୋଲି ବିଜେପି ସରକାର ଚାହେଁ ।

ଆଜି ଶଙ୍ଖଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ଚିରଂଜୀବୀ ବିଶ୍ୱାଳ ଏବଂ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ପ୍ରମୁଖ ଗୋଟିଏ ଦିନରେ ୩ଟି ଜିଲ୍ଲାରେ ଦୁଷ୍କର୍ମ ଓ ଗଣଦଷ୍କର୍ମ ସହ ପୁରୀରେ ତିନି ଭଉଣୀଙ୍କୁ ଅସଦାଚରଣ ମାମଲା ଉଲ୍ଲେଖ କରି ବିଜେପି ସରକାରରେ ମହିଳାମାନେ ଘରୁ ଗୋଡ କାଢିବା ଆଉ ସୁରକ୍ଷିତ ନୁହେଁ ବୋଲି ଅଭିଯୋଗ କରିଛନ୍ତି ।

ଶ୍ରୀ ମୁଦୁଲି କହିଛନ୍ତି ଯେ, ଛାତ୍ରୀ ହେଉ ବା ଗୃହିଣୀ ସମାଜରେ ନିଜକୁ ଆତ୍ମନିର୍ଭର କରିବା ପାଇଁ ଘରୁ ବାହାରକୁ ଆସିବାକୁ ପଡିବ କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ବିଜେପି ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ଅସମର୍ଥ । ଚିରଂଜୀବୀ ବିଶ୍ୱାଳଙ୍କ ନେତୃତ୍ୱରେ ଶ୍ରୀ  ମୁଦୁଲି, ଶ୍ରୀମତୀ, ଶ୍ରୀମତୀ ମଂଜୁଲତା କହଁର, ଶ୍ରୀମତୀ ପ୍ରୀତୀନନ୍ଦା ରାଉତରାୟ, ଶ୍ରୀମତୀ ଭାରତୀ ସିଂ ଓ ଶ୍ରୀମତୀ ମହାମାୟା ସ୍ୱାଇଁ ପ୍ରମୁଖ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଜଗତସିଂହପୁରରେ ଗଣଦୁଷ୍କର୍ମର ଶୀକାର ହୋଇଥିବା ନାବାଳିକାଙ୍କ ପରିବାରକୁ ଆଜି ଭେଟି ଆଶ୍ୱାସନା ଦେବା ସହ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମବେଦନା ଜଣାଇଥିଲେ ।

ମାଲକାନଗିରିରେ ଦୁଇ ଦୁଇଟି ଦୁଷ୍କର୍ମ ଘଟଣାକୁ ନେଇ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ମାନସ ମାଡକାମୀଙ୍କ ନେତୃତ୍ୱରେ ଏସପିଙ୍କୁ ଭେଟି ଆଲୋଚନା କରିଛନ୍ତି । ଉପାନ୍ତ ଅଞ୍ଚଳରେ ନାବାଳିକା ଓ ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଛି ବୋଲି ନିଜେ ଏସପି ସ୍ୱୀକାର କରିଛନ୍ତି ।

ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରିଥିଲେ । କିନ୍ତୁ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେବା ଦିନଠାରୁ ମହିଳାମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଯାଜପୁରରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀଙ୍କ ନେତୃତ୍ୱରେ ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳୀନୀପ୍ରଭା ଜେନା, ମୁ୍ୟନିସପାଲିଟି ଅଧ୍ୟକ୍ଷା ଶ୍ରୀମତୀ ରଂଜୁଲତା ହୋତା, ଶ୍ରୀମତୀ ସବିତା ରାଉତ, ଶ୍ରୀମତୀ ମାମିନା ମଲ୍ଲିକ ଓ ଶ୍ରୀମତୀ ତପସ୍ୱୀନୀ ସ୍ୱାଇଁ ପ୍ରମୁଖ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପୀଡିତା ପରିବାରଙ୍କୁ ଭେଟି ଆଲୋଚନା କରି ସମବେଦନା ଜଣାଇଥିଲେ ।

ଗୋଟିଏ ଦିନରେ ତିନୋଟି ଜିଲ୍ଲାରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ରାଜ୍ୟବାସୀଙ୍କୁ ବିଚଳିତ କରିଛି । ପୁରୀରେ ଟୁ୍ୟସନରୁ ଫେରୁଥିଲା ବେଳେ ତିନି ଭଉଣୀଙ୍କୁ ଅସଦାଚରଣ ଘଟଣା ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ଦାସ କହିଥିଲେ । ଉତ୍ସବମୁହାଁ ସରକାର ଯଦି ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ନିର୍ଯାତନାରେ ବିରାମ ନଲଗାଏ, ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଆନେ୍ଦାଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛି ବିଜେଡି ।

Previous Post

ଆକାଂକ୍ଷୀ ବ୍ଲକରେ ସାମିଲ ହେଲା ୧୧ଟି ନୂଆ ବ୍ଲକ

Next Post

ନାରୀ ନ୍ୟାୟ ଆନ୍ଦୋଳନ ଭଣ୍ଡୁର କରିପାରିବେନି ସରକାର: କଂଗ୍ରେସ

Next Post
ନାରୀ ନ୍ୟାୟ ଆନ୍ଦୋଳନ ଭଣ୍ଡୁର କରିପାରିବେନି ସରକାର: କଂଗ୍ରେସ

ନାରୀ ନ୍ୟାୟ ଆନ୍ଦୋଳନ ଭଣ୍ଡୁର କରିପାରିବେନି ସରକାର: କଂଗ୍ରେସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA