Thursday, May 21, 2026 07:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନାରୀ ନ୍ୟାୟ ଆନ୍ଦୋଳନ ଭଣ୍ଡୁର କରିପାରିବେନି ସରକାର: କଂଗ୍ରେସ

by Our Correspondent
22 Jul, 2025- 09:57 PM
in Latest News, News
1 min read
0
ନାରୀ ନ୍ୟାୟ ଆନ୍ଦୋଳନ ଭଣ୍ଡୁର କରିପାରିବେନି ସରକାର: କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ମାତ୍ରାଧିକ ନାରୀ ନିର୍ଯାତନା,ଅତ୍ୟାଚାର ଓ ଦୁଷ୍କର୍ମ ଆଜି ପ୍ରତ୍ୟହ ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି । ବର୍ଷକ ମଧ୍ୟରେ ନାରୀ ନିର୍ଯାତନା ବିଗତ ବିଜେଡି ସରକାରର ରେକର୍ଡକୁ ଟପିଥିବା ବେଳେ ବର୍ତମାନର ବିଜେପି ସରକାରଙ୍କ ଅମାନବୀୟ ବ୍ୟବହାରକୁ ନେଇ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟ, କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ପିସିସି ପ୍ରଚାର ମିଡ଼ିଆ, ପ୍ରସାର ଏବଂ ସୂଚନା ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସ ଗଣମାଧ୍ୟମକୁ କଂଗ୍ରେସ ଦଳର ଅଭିମତ ଉପସ୍ଥାପନା କରିବା ସହ ସରକାରଙ୍କ ଲଜ୍ୟାଜନକ ଉଦାସୀନତାକୁ କଟୁ ସମାଲୋଚନା କରିଥିଲେ ।

ଅଧ୍ୟକ୍ଷ ଶ୍ରୀ ଦାସଙ୍କ ସହିତ ମୁଖପାତ୍ର ଡକ୍ଟର ମନୀଷା ଦାସ ପଟ୍ଟନାୟକ ଓ ଜୟଶ୍ରୀ ପାତ୍ର ବାଲେଶ୍ୱର ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ ସରକାରଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀଙ୍କ ପୂର୍ବର ଏକ ବର୍ବରତାପୂର୍ଣ୍ଣ କାରନାମାର ଭିଡିଓ ଗଣମାଧ୍ୟମକୁ ପ୍ରଦର୍ଶନ କରି ସରକାରଙ୍କ ଦୋମୁହାଁ ନୀତି ବିରୁଦ୍ଧରେ କଡା ସମାଲୋଚନା କରିଥିଲେ ।

ଶ୍ରୀ ଦାସ ଅହେତୁକ ବୃଦ୍ଧି ପାଉଥିବା ନାରୀ ନିର୍ଯାତନାକୁ ନେଇ ପ୍ରଶ୍ନବାଣ କରିଛନ୍ତି । ସରକାର ଜଗତସିଂହପୁର, ଗୋପାଳପୁର, ନୟାଗଡ, ମାଲକାନଗିରି ଘଟଣା ଉପରେ ଉତ୍ତର ଦେଇ ପାରିବେ କି ? ଆଜି ନାରୀଙ୍କୁ ଅଗ୍ନିପରୀକ୍ଷା ଦେବାକୁ ପଡିଛି । ମୋହନ ସରକାର ଆଜି କୌରବଙ୍କ ସଭାରେ ପରିଣତ ହୋଇ ଯାଇଛି । ଯଦି ନାରୀ ସମ୍ମାନ ପାଇଁ ଓଡିଶାରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ପାରିଲ ତେବେ ଆଜି ନାରୀଙ୍କ ଉପରେ ହେଉଥିବା ଜଘନ୍ୟ ଅତ୍ୟାଚାର କାହିଁକି ରୋକିବାରେ ଅସମର୍ଥ ଅଛ ? ସମସ୍ତ କ୍ଷେତ୍ରରେ କୌଣସି ଆଗୁଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଘଟଣା ଘଟିଲା ପରେ କେବଳ ପୋଷ୍ଟମର୍ଟମ କାମ ଚାଲିଛି । ସୌମ୍ୟାଶ୍ରୀ ଆତ୍ମାହୁତି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତଭାର ଏପରି ଜଣେ ଅଧିକାରୀଙ୍କୁ ନ୍ୟସ୍ତ କରାଯାଇଛି, ଯାହାଙ୍କ ନୈତିକତା ଉପରେ ଆଜି ପ୍ରଶ୍ନ ଉଠିଲାଣି । ଯେଉଁ ଦଳିତ ବ୍ୟକ୍ତି ଖୋଦ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନ୍ୟାୟ ପାଇଁ ଗୁହାରୀ କରିଥିଲା, ତାଙ୍କୁ ଏହି କ୍ରାଇମବ୍ରାଞ୍ଚ ଅଧିକାରୀ ଅତି ଅମାନୁଷିକ ବ୍ୟବହାର କରୁଥିବାର ଭିଡିଓ ଆମ ହସ୍ତଗତ ହୋଇଛି । ତେବେ ଏହା କଣ ମୁଖ୍ୟମନ୍ତ୍ରୀଙ୍କ ନ୍ୟାୟ?

ଏପଟେ ବଳଙ୍ଗା ନାବାଳିକା ପୋଡି ଘଟଣାର ଆସାମୀମାନଙ୍କୁ ଗିରଫ କରିବାକୁ ଆଉ କେତେ ଘଣ୍ଟା କିମ୍ବା ଦିନ ଲାଗିବ ସରକାର ଜବାବ ଦେବେ କି ?

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନକ୍ରମେ ଆମେ ସମସ୍ତେ ଓଡିଶାବାସୀଙ୍କୁ ଆସନ୍ତା ଚବିଶ ତାରିଖକୁ ଶ୍ରଦ୍ଧାଞ୍ଜଳି ଦିବସରୂପେ ପାଳନ କରିବା ପାଇଁ ନିବେଦନ କରୁଛୁ । ସେ ଦିନ ସକାଳ ନଅଟାରେ ରାଜ୍ୟ ଵ୍ୟାପୀ ବିଶେଷକରି ଶିକ୍ଷାନୁଷ୍ଠାନ ମାନଙ୍କରେ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ନାରୀ ନିର୍ଯାତନା ବିରୋଧରେ ନୀରବ ପ୍ରତିବାଦ କରାଯିବ ।

ଆମ ଦଳ ହେଉଛି ଗାନ୍ଧୀ -ଗୋପବନ୍ଧୁଙ୍କ ଦଳ । ତେଣୁ ନାରୀ ନ୍ୟାୟ କ୍ଷେତ୍ରରେ ଆମେ ସାଲିସ କଦାପି କରିବୁ ନାହିଁ । ନାରୀଙ୍କୁ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ଆମ ସଂଗ୍ରାମ ଜାରୀ ରହିବ । ବାଲେଶ୍ୱର ବିଧାୟକ ଏବଂ ସାଂସଦଙ୍କ ଅକ୍ଷମଣୀୟ ଅବହେଳା ସେମାନଙ୍କୁ ଦଳରୁ ପାଇଁ ନିଲମ୍ବନ କରିବା ସହ କର୍ତ୍ତବ୍ୟରେ ଅବହେଳା ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରନ୍ତୁ ବୋଲି ଆମେ ଦୃଢ ଦାବୀ ଜଣାଉଛୁ ।

ଗଣମାଧ୍ୟମର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଉତ୍ତର ରଖି ଅଧ୍ୟକ୍ଷ ଶ୍ରୀ ଦାସ କହିଲେ ଯେ ସୌମ୍ୟାଶ୍ରୀ ମାମଲାରେ ଯଦି ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିଥାନ୍ତେ ତେବେ ଆଜି ଏଭଳି ନାରୀ ନିର୍ଯାତନା ଘଟଣାବଳୀ ଦେଖିବାକୁ ମିଳୁନଥାନ୍ତା । କୌଣସି ସରକାରୀ ମହାବିଦ୍ୟାଳୟ ଏବଂ ଛାତ୍ରୀ ନିବାସରେ ଯଥାକ୍ରମେ ଅଧ୍ୟକ୍ଷ କିମ୍ବା ମେଟ୍ରନ ସ୍ଥାୟୀ ନୁହନ୍ତି । ସରକାରଙ୍କୁ କ୍ଷମତାରେ ରହିବା ଗୋଟିଏ ବର୍ଷ ବିତିଯାଇଥିଲେ ସୁଦ୍ଧା ଜଣେ ହେଲେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହୋଇ ପାରିଲା ନାହିଁ ।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଅଧ୍ୟକ୍ଷ ଶ୍ରୀ ଦାସ ସରକାରଙ୍କ ଅଭିମୁଖ୍ୟକୁ କଟୁ ସମାଲୋଚନା କରି କହିଲେ ଯେ କଂଗ୍ରେସ ଛାତ୍ର ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିବା ପରେ ତୁରନ୍ତ ଦଳରୁ ସସ୍ପେଣ୍ଡ କରିବା ସହ ତଦନ୍ତରେ ଦଳ ସହଯୋଗର ହାତ ବଢ଼ାଇଛି । ପୁଲିସ ଗିରଫଦାରୀର ବିରୋଧ କରିନୁ । କିନ୍ତୁ ଚାରି ମାସ ତଳେ ଘଟିଥିବା ତଥାକଥିତ ଘଟଣାକୁ ନେଇ ହଠାତ ଗିରଫ କରି କଂଗ୍ରେସ ନାରୀ ନ୍ୟାୟ ଆନ୍ଦୋଳନକୁ କଦାପି ଭଣ୍ଡୁର କରିଦେଇ ପାରିବେ ନାହିଁ । ବିଧିବଦ୍ଧ ତଦନ୍ତ ପରେ ଉଦିତ ପ୍ରଧାନ ନିର୍ଦୋଷ ସାବ୍ୟସ୍ତ ହେଲେ ତାଙ୍କୁ ନିଶ୍ଚୟ ପୁଣି ଦଳରେ ଗ୍ରହଣ କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

ପ୍ରେସ ବାର୍ତ୍ତାରେ ମୁଖପାତ୍ର ଡକ୍ଟର ମନୀଷା କହିଲେ, ଉକ୍ତ ଘଟଣା ପାଇଁ କଂଗ୍ରେସ ଏକ ଗୃହ କମିଟି ଗଠନ ପ୍ରସ୍ତାବ ଦେଇଥିଲୁ କିନ୍ତୁ ସରକାର ଆମ ପ୍ରସ୍ତାବକୁ ତାସଲ୍ୟ କରି ଉଡେଇଦେବା ସହ ଆମର ଚଉଦ ଜଣ ବିଧାୟକଙ୍କୁ ନିଲମ୍ବନ କରି ଦେଇଥିଲେ । ସେତେବେଳେ ଯଦି ସରକାର ଆମ ପ୍ରସ୍ତାବକୁ ଗୁରୁତ୍ୱର ସହ ନେଇଥାନ୍ତେ ତେବେ ଆଜି ନାରୀ ନିର୍ଯାତନାରେ ଓଡିଶା ରେକର୍ଡ ଭାଙ୍ଗୁ ନ ଥାନ୍ତା ।

ବଳଙ୍ଗା ନାବାଳିକା ପୋଡି ଘଟଣାକୁ ତିନିଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ଜଣକୁ ମଧ୍ୟ ଗିରଫ ନ କରିପାରିବା ଆଶ୍ଚର୍ଯ୍ୟର ବିଷୟ । ଅପରାଧୀ କଣ ଆକାଶରେ ମିଳାଇ ଗଲେ ନା ପାତାଳରେ ହଜି ଗଲେ ବୋଲି ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ।
ଏବିଭିପି ଗୋପାଳପୁର,ସୌମ୍ୟାଶ୍ରୀ, ବଳଙ୍ଗା ଘଟଣା ବେଳେ କୁଆଡେ ଲୁଚିଥିଲେ ସେତେବେଳେ କାହିଁକି ରାଜରାସ୍ତାକୁ ଆସି ପାରିଲେ ନାହିଁ? କିନ୍ତୁ ଯିଏ ନାରୀ ନ୍ୟାୟ ପାଇଁ ଲଢେଇ କରୁଛି ତାର ବିରୁଦ୍ଧରେ ଶୋଭାଯାତ୍ରା କରୁଛି! ଏହାଠାରୁ ବଳି ହାସ୍ୟାସ୍ପଦ କଥା ଆଉ କଣ ଥାଇପାରେ ବୋଲି ଗଣମାଧ୍ୟମ ଆଗରେ ସେ ପ୍ରକାଶ କରିଛନ୍ତି ।

ଗଣମାଧ୍ୟମ ଆଗରେ ମୁଖପାତ୍ର ଜୟଶ୍ରୀ କହିଛନ୍ତି, ଆଜି ରାଜ୍ୟର ନାରୀ, ଭୟରେ ପଦାକୁ ବାହାରିବା ପାଇଁ କୁଣ୍ଠାବୋଧ କଲେଣି । କିନ୍ତୁ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି । ଏପର୍ଯ୍ୟନ୍ତ ମହିଳା କମିଶନ ନିଯୁକ୍ତ କରି ପାରିଲେନି, ଗୃହ କମିଟି ଗଠନ କଲେନି, ଆମ ବିଧାୟକଗଣଙ୍କୁ ନିଲମ୍ବନ କଲେ । ଆଗାମୀ ଦିନରେ ସରକାର ତାଙ୍କ ରିପୋର୍ଟ କାର୍ଡରେ ମହିଳା ନିର୍ଯାତନାରେ କିଭଳି ଓଡିଶା ରେକର୍ଡ ଭାଙ୍ଗିଛି ତାହା ମଧ୍ୟ ପ୍ରକାଶ କରିବାକୁ ଆହ୍ୱାନ ଜଣାଇଥିଲେ ।

Previous Post

ଗୋଟିଏ ଦିନରେ ଜଗତସିଂହପୁର, ଯାଜପୁର ଓ ମାଲକାନଗିରିରେ ଦୁଷ୍କର୍ମ

Next Post

ପୂର୍ବ ଭାରତରେ ପ୍ରଥମ: ସଚେତନ ଅବସ୍ଥାରେ ଶରୀରରେ ଅତ୍ୟାଧୁନିକ ନ୍ୟୁରୋସର୍ଜରୀ

Next Post
ପୂର୍ବ ଭାରତରେ ପ୍ରଥମ: ସଚେତନ ଅବସ୍ଥାରେ ଶରୀରରେ ଅତ୍ୟାଧୁନିକ ନ୍ୟୁରୋସର୍ଜରୀ

ପୂର୍ବ ଭାରତରେ ପ୍ରଥମ: ସଚେତନ ଅବସ୍ଥାରେ ଶରୀରରେ ଅତ୍ୟାଧୁନିକ ନ୍ୟୁରୋସର୍ଜରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA