Tuesday, June 30, 2026 04:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଲବତ୍ ଲଢ଼େଇ ହେବ: ବାଇଁଆ

ଭୁବନେଶ୍ୱର(ମଧ୍ୟ)ରେ ଶକ୍ତି ପ୍ରଦର୍ଶନ

by Our Correspondent
03 Mar, 2024- 09:44 PM
in Latest News, News, Politics
1 min read
0
ଅଲବତ୍ ଲଢ଼େଇ ହେବ: ବାଇଁଆ

ଭୁବନେଶ୍ୱର: ଭୁବନେଶ୍ୱରର ଚର୍ଚ୍ଚିତ ତଥା ଟାଣୁଆ ଯୁବନେତା ଅମରେଶ ଓରଫ୍ ବାଇଁଆ ଜେନା ଆଜି ନିଜର ଶକ୍ତି ଦେଖାଇଛନ୍ତି । ଭୁବନେଶ୍ୱର(ମଧ୍ୟ) ନିର୍ବାଚନମଣ୍ଡଳୀରେ ବନ୍ଧୁ ମିଳନର ଆୟୋଜନ କରି ୧୦ ହଜାରରୁ ଅଧିକ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କୁ ଏକାଠି କରିଥିଲେ । ଏହି ଅବସରରେ ସେ ନାଁ ନ ନେଇ ବିଧାୟକ ଅନନ୍ତ ନାରାୟଣ ଓରଫ୍ ବୁନୁ ଜେନାଙ୍କୁ ନିଶାନା କରିଥିଲେ । ଭୁବନେଶ୍ୱର(ମଧ୍ୟ) ନିର୍ବାଚନମଣ୍ଡଳୀର ବିକାଶରେ ବାଧା ସୃଷ୍ଟି ନ କରିବାକୁ ଚେତାବନୀ ଦେବା ସହ ଅଲବତ୍ ଲଢ଼େଇ ହେବ ବୋଲି କହିଥିଲେ ।

ବାଇଁଆ କହିଥିଲେ, ଦୀର୍ଘ ୨୫ ବର୍ଷ ଧରି ମୁଁ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ନେତୃତ୍ୱରେ ଚାଲିଥିବା ବିକାଶ ଧାରାରେ ସାମିଲ ହୋଇଛି । ଏଠି ମୋର ଜନ୍ମ ଏବଂ ଏଠିକାର ଲୋକଙ୍କ ବିକାଶକୁ ସର୍ବଦା ପ୍ରାଧାନ୍ୟ ଦେଇ ଆଗକୁ ବଢିଛି । ମାତ୍ର କିଛି ଖଳ ପ୍ରକୃତିର ଲୋକ ଏହି ବିକାଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି । ମାତ୍ର ତାହା କେବେ ସଫଳ ହେବ ନାହିଁ । ବାଧା ବିଘ୍ନକୁ ଅତିକ୍ରମ କରି ଆଗକୁ ବଢ଼ିବାର ଦୃଢ଼ଶକ୍ତି ମୁଁ ନବୀନ ବାବୁଙ୍କଠାରୁ ଶିଖିଛି । ସଂଗଠନ କେମିତି କରାଯାଏ ଆମର ସାଂଗଠନିକ ସମ୍ପାଦକ ବବି ଭାଇଙ୍କଠାରୁ ଶିଖିଛି । ତେଣୁ ମୁଁ ହାରିବାର ପିଲା ନୁହେଁ । ବିକାଶ ବିରୋଧୀଙ୍କ ସହ ଲଢ଼େଇ ହେବ, ଅଲବତ୍ ଲଢ଼େଇ ହେବ ବୋଲି ସେ ଚେତାବନୀ ଦେଇଥିଲେ ।

ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପୂର୍ବତନ ମେୟର ମିହିର ମହାନ୍ତି ବାଇଁଆ ଜେନାଙ୍କ ଦୃଢ଼ ନେତୃତ୍ୱ ପଛରେ ଛିଡ଼ା ହୋଇଥିଲେ । ସେ ତାଙ୍କ ଭାଷଣରେ କହିଥିଲେ, ରାଜନୀତିରେ ଜଣେ ବ୍ୟକ୍ତି ସତ୍ ଚରିତ୍ରବାନ ଓ କର୍ମଠ ହେବା ଉଚିତ । ଲୋକଙ୍କ କାମ କରିବା ଉଚିତ । ଆମ ପାଖରେ ଭଲ ଓ ଦୌଡ଼ି ପାରିବା ଘୋଡ଼ା ଅଛି । ଆମେ ଛୋଟା ଘୋଡ଼ା ବା ଭଲ ଚରିତ୍ର ନ ଥିବା ବ୍ୟକ୍ତିଙ୍କ ପଛରେ ଗୋଡ଼ାଇବୁ କାହିଁକି? ବାଇଁଆ(ଅମରେଶ) ଜେନା ସବୁ ଦୃଷ୍ଟିରୁ ଯୋଗ୍ୟ ବ୍ୟକ୍ତି । ସେ ଆମର ବିକଳ୍ପ ।

ମଞ୍ଚରେ ଉଇ ଫର୍ ଭୁବନେଶ୍ୱରର କର୍ମକର୍ତ୍ତାମାନେ ଭାଷଣ ଦେଇ ବାଇଁଆଙ୍କ ହାତମୁଠା ଟାଣ କରିବାକୁ ଆହ୍ୱାନ ଦେଇଥିଲେ । ବାଇଁଆ ସବୁବେଳେ ଲୋକଙ୍କ ପାଖରେ ଅଛନ୍ତି ଏବଂ ସେ ହିଁ ଆମର ନେତା ବୋଲି କହିଥିଲେ ।

କଳ୍ପନା ଛକ ସ୍ଥିତ ବିର୍ଲା ଗେଷ୍ଟ ହାଉସ୍ ନିକଟରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଭୁବନେଶ୍ୱର(ମଧ୍ୟ) ନିର୍ବାଚନ ମଣ୍ଡଳୀର ସମସ୍ତ ୱାର୍ଡ ସମେତ ସହରର ବିଭିନ୍ନ ସ୍ଥାନରୁ ସମର୍ଥକ ମାନେ ଯୋଗଦେଇଥିଲେ । ଦିନ ୧୧ଟାରେ ୧୯ଟି ଯାକ ୱାର୍ଡରୁ ସମର୍ଥକମାନେ କାର୍ଯ୍ୟକ୍ରମ ସ୍ଥଳକୁ ରାଲିରେ ଆସିଥିଲେ । ସଭାମଞ୍ଚରେ ଛିଡ଼ା ହୋଇ ବାଇଁଆ ସମସ୍ତଙ୍କୁ ସ୍ୱାଗତ କରୁଥିବା ବେଳେ ସେମାନଙ୍କ ମୁହଁରୁ ‘ବାଇଁଆ ଜେନା ଜିନ୍ଦାବାଦ’ ଧ୍ୱନି ଅଞ୍ଚଳ ଫଟାଇଥିଲା । ଶହ ଶହ ମହିଳା ବାଇଁଆଙ୍କ ସମର୍ଥନରେ ହୁଳହୁଳି ପକାଇଥିଲେ ।

ସେପଟେ ବାଇଁଆଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଚେକ୍ ଦେବା ପାଇଁ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ବିଧାୟକ ବୁନୁ ଜେନା ଏକାଠି ହୋଇଥିଲେ । ଏକାମ୍ର ନିର୍ବାଚନମଣ୍ଡଳୀର ଯୁବ ଓ ଛାତ୍ର ବିଜେଡି କର୍ମୀଙ୍କୁ ନେଇ ବରମୁଣ୍ଡା ପଡ଼ିଆରେ ଏକ ଜନସମ୍ପର୍କ ସମାବେଶ ରାତାରାତି ଆୟୋଜନ କରାଯାଇଥିଲା । ଆଜି ବାଇଁଆ କଳ୍ପନା ଅଞ୍ଚଳରେ ଯେଉଁ ସମୟରେ ବନ୍ଧୁ ମିଳନ କରୁଥିଲେ ସମାନ୍ତରାଳ ଭାବେ ବରମୁଣ୍ଡାରେ ଅଶୋକ ଏବଂ ବୁନୁ ବିଜେଡିର ଯୁବ ଓ ଛାତ୍ର ସମାବେଶ କରିଥିଲେ । ସେଥିରେ ଭୁବନେଶ୍ୱରର ତିନି ଜଣ ଯାକ ବିଧାୟକ, ମେୟର ସୁଲୋଚନା ଦାସ ଯୋଗଦେଇଥିଲେ । ଏହି ସଭାରେ ମନ୍ତ୍ରୀ ଶ୍ରୀ ପଣ୍ଡା ବାଇଁଆଙ୍କୁ ଲକ୍ଷ୍ୟ କରି କଟୁ ସମାଲୋଚନା କରିଥିଲେ । କାହାର ପୂର୍ବ କାର୍ଯ୍ୟକୁ ନେଇ ଟିପ୍ପଣୀ ଦେବା ଠିକ୍ ନୁହେଁ ବୋଲି କହି ଧମକାଇଥିଲେ ।

ସୂଚନାଯୋଗ୍ୟ, ଗତକାଲି ନବୀନ ନିବାସ ଯାଇଥିଲେ ବାଇଁଆ । ସେଠାରୁ ଫେରିବା ପରେ ସାମ୍ବାଦିକମାନେ ତାଙ୍କୁ ଘେରି ପ୍ରଶ୍ନ କରିଥିଲେ । ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ମୁଁ ରଙ୍ଗମିସ୍ତ୍ରୀ ନୁହେଁ, ଛାତ୍ର ରାଜନୀତିରୁ ଆସିଛି । ରଙ୍ଗମିସ୍ତ୍ରୀ ବୋଲି କାହାକୁ ଆକ୍ଷେପ କରୁଛନ୍ତି ବୋଲି ତାଙ୍କୁ ପଚରାଯିବାରୁ ଆପଣମାନେ ଠିକ୍ ଜାଣିଛନ୍ତି ବୋଲି ବାଇଁଆ କହିଥିଲେ ।

 

Previous Post

ଜୋର୍ ହେଲା ଦଳଡିଆଁ ପର୍ବ

Next Post

Nua-O Scholarships program launched in Kalahandi, Bolangir and Bargarh

Next Post
Nua-O Scholarships program launched in Kalahandi, Bolangir and Bargarh

Nua-O Scholarships program launched in Kalahandi, Bolangir and Bargarh

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA