Tuesday, June 30, 2026 05:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜୋର୍ ହେଲା ଦଳଡିଆଁ ପର୍ବ

ବିଜେପିରେ ମିଶିଲେ ଢ଼ାଲି, ସୋଡ଼ି

by Our Correspondent
03 Mar, 2024- 09:26 PM
in Latest News, News, Politics
1 min read
0
ଜୋର୍ ହେଲା ଦଳଡିଆଁ ପର୍ବ

-ବିଜେଡି ଖାଲି ହୋଇଯିବ: ଅପରାଜିତା
-ବିଜେଡିରୁ ତଡ଼ାଖିଆ ଜନବିରୋଧୀ ନେତାଙ୍କୁ ବିଜେପି ଆପଣାଉଛି:ସ୍ୱୟଂ

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଜେଡି ଛାଡ଼ିଥିବା ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି, ପୂର୍ବତନ ମାଲକାନଗିରି ବିଧାୟକ ମୁକୁନ୍ଦ ସୋଡ଼ି, ଦିଗପହଣ୍ଡି ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ବିପିନ୍ ପ୍ରଧାନ ବିଜେପିରେ ସାମିଲ ହୋଇଛନ୍ତି । ଅବସରପ୍ରାପ୍ତ ଆଇଏଏସ୍ ହୃଷିକେଶ ପଣ୍ଡା ଏବଂ ଖଣ୍ଡପଡ଼ା ନେତା ଦୁଷ୍ମନ୍ତ ସ୍ୱାଇଁ ମଧ୍ୟ ବିଜେପିରେ ମିଶିଛନ୍ତି । ସେପଟେ ବିଜେଡିକୁ ଘରବାହୁଡ଼ା ହୋଇଛନ୍ତି ଯାଜପୁରର ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ମହାନ୍ତି ।

ଅରବିନ୍ଦ ଢ଼ାଲି ହେଉଛନ୍ତିି ୫ ଥରିଆ ବିଧାୟକ । ମାଲକାନଗିରିରୁ ତିନି ଥର ବିଧାୟକ ହେବା ପରେ ୧୫ ବର୍ଷ ତଳେ ବିଜେପି ଛାଡ଼ି ବିଜେଡିକୁ ଆସିଥିଲେ । ବିଜେଡି ତାଙ୍କୁ ୨୦୦୯ ଏବଂ ୨୦୧୯ ରେ ଜୟଦେବ ଆସନରୁ ଟିକେଟ୍ ଦେଇଥିଲା ଏବଂ ଜିତିଥିଲେ । ତେବେ ଏଥର ତାଙ୍କର ଟିକେଟ୍ କଟିଯିବ ବୋଲି ସୁନିଶ୍ଚିତ ଜାଣି ବିଜେଡିରୁ ଇସ୍ତଫା ଦେଇ ବିଜେପକୁ ଫେରିଛନ୍ତି । ଆଜି ମିଶ୍ରଣ ପର୍ବରେ ସେ ବିଜେଡି ବିରୋଧରେ ପ୍ରବଳ ବର୍ଷିଛନ୍ତି । ବିଜେଡିରେ ରହି ସେ ଅଣନିଶ୍ୱାସୀ ହୋଇଯାଇଥିଲେ ବୋଲି କହିଛନ୍ତି । ନିଜକୁ ପୁରୁଖା ଏବଂ ସ୍ୱାଭିମାନୀ ନେତା ଦର୍ଶାଇ ବିଜେଡିରେ ଏହି ଶ୍ରେଣୀର ନେତାଙ୍କର ସ୍ଥାନ ନାହିଁ ବୋଲି କହିଛନ୍ତି ।

ପୂର୍ବତନ ବିଜେଡି ନେତା ମୁକୁନ୍ଦ ସୋଡ଼ି ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ମାଲକାନଗିରି ବିଧାୟକ ଥିଲେ । ଗତ ନିର୍ବାଚନରେ ଦଳ ତାଙ୍କୁ ପୁନର୍ବାର ଟିକେଟ୍ ଦେଇଥିଲା । ମାତ୍ର ସେ ଜିତି ପାରି ନ ଥିଲେ । ଏଥର ପୁଣି ଥରେ ଟିକେଟ୍ ପାଇବା ପାଇଁ ଲବି କରିଥିଲେ ମଧ୍ୟ ତାହା ସଫଳ ହେବନି ବୋଲି ଆଗୁଆ ଜାଣିପାରି ବିଜେପି ସହ ସମ୍ପର୍କ ବଢ଼ାଇଥିଲେ । ଆସନ୍ତାକାଲି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଆଜି ବିଜେପି ଟୋପି ପିନ୍ଧିଛନ୍ତି ।

ବିପିନ୍ ପ୍ରଧାନ ହେଉଛନ୍ତି ଦିଗପହଣ୍ଡିର ଚର୍ଚ୍ଚିତ ନେତା । ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ପରେ ସେ ବିଜେଡିରୁ ଟିକେଟ୍ ପାଇବା ପାଇଁ ଆଶା ରଖିଥିଲେ । ଅନ୍ୟତମ ଆଶାୟୀ ସୂର୍ଯ୍ୟଙ୍କ ପୁଅ ବିପ୍ଲବଙ୍କ ସହ ତାଙ୍କର ଲଢ଼େଇ ହୋଇଥିଲା । ତେବେ ଦିଗପହଣ୍ଡି ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନରେ ବିପ୍ଲବକୁ ଚ୍ୟାଲେଞ୍ଜ କରିବାକୁ ଯାଇ ଦଳୀୟ ନିଷ୍ପତ୍ତିକୁ ମାନି ନ ଥିଲେ । ଫଳସ୍ୱରୂପ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା ।

ହୃଷିକେଶ ପଣ୍ଡା ହେଉଛନ୍ତି ୧୯୭୯ ବ୍ୟାଚ୍ ର ଆଇଏଏସ୍ ଟପ୍ପର୍ । ୨୦୧୪ ମସିହାରେ ସେ ଚାକିରିରୁ ଅବସର ନେଇଛନ୍ତି । ଜଣେ ଦକ୍ଷ ଅଧିକାରୀ ଭାବେ ତାଙ୍କର ଯଥେଷ୍ଟ ସୁନାମ ଥିଲା । ସୁସାହିତ୍ୟିକ ଓ ସୃଜନଶୀଳ ବ୍ୟକ୍ତି ଭାବେ ତାଙ୍କର ଅନ୍ୟ ପରିଚୟ ରହିଛି । ଅବସର ପରେ ସେ ନିଜ ଜନ୍ମମାଟି ଭଦ୍ରକ ଜିଲ୍ଲାର କାଳିଦାସପୁରରେ ରହି ସାହିତ୍ୟ ସର୍ଜନାରେ ବ୍ରତୀ ରହିଥିଲା ବେଳେ ଏବେ ରାଜନୀତି ମଇଦାନକୁ ଆସି ପଦ୍ମ ଧରିଛନ୍ତି ।

ସେହିଭଳି, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ ଏବଂ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଆସନ୍ତାକାଲି ବିଜେପିରେ ଯୋଗଦେବାକୁ ଯାଉଛନ୍ତି ।

ଦ୍ୱିତୀୟ ଥର ବିଧାୟକ ହୋଇଥିବା ପ୍ରେମାନନ୍ଦଙ୍କୁ ନବୀନ ସରକାରଙ୍କ ପଞ୍ଚମ ପାଳିରେ ମନ୍ତ୍ରୀ ପଦ ମିଳିଥିଲା । ମାତ୍ର ତାଙ୍କର ନିମ୍ନମାନର ପ୍ରଦର୍ଶନ ପାଇଁ ପରବର୍ତ୍ତୀ ସମୟରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିଲେ । ଏହାପରଠୁ ସେ ନିଖୋଜ ହୋଇଯାଇଥିଲେ । ନିଜ ଅଞ୍ଚଳ ଲୋକଙ୍କ ସହ ସମ୍ପର୍କ ରଖି ନ ଥିଲେ କି ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେଇ ନ ଥିଲେ । ନିକଟରେ ସେ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପି ରାସ୍ତା ଧରିଛନ୍ତି ।

ଅନ୍ୟପକ୍ଷରେ ରାଜେନ୍ଦ୍ର ଓରଫ୍ ରାଜୁ ଦାସ ହେଉଛନ୍ତି ରାଜ୍ୟ ରାଜନୀତିର ବହୁ ଚର୍ଚ୍ଚିତ ବ୍ୟକ୍ତି । ୨୦୦୯ ରେ ଧାମନଗରରୁ ବିଧାୟକ ହୋଇଥିଲେ । ୨୦୧୪ ରେ ଦଳ ତାଙ୍କୁ ଟିକେଟ୍ ଦେଲା ନାହିଁ । ୨୦୧୯ ରେ ଦ୍ୱିତୀୟ ଥର ପାଇଁ ଟିକେଟ୍ ଦେଇଥିଲା । ବିଜେପିର ବିଷ୍ଣୁ ସେଠୀଙ୍କୁ ସେ କଡ଼ା ଟକ୍କର ଦେଇ ମାତ୍ର ୪୬୨୫ ଭୋଟରେ ପରାସ୍ତ ହୋଇଥିଲେ । ତେବେ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗରେ ଅନୁଷ୍ଠିତ ଧାମନଗର ଉପନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କଲା ନାହିଁ । ଦଳର ଏକ ନିର୍ଦ୍ଦିଷ୍ଟ ଯୁବଗୋଷ୍ଠୀଙ୍କର ଚକ୍ରାନ୍ତର ସେ ଶିକାର ହୋଇଥିଲେ ।

ଜଣେ ନବାଗତା ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବାରୁ ରାଜୁ ବିଦ୍ରୋହୀ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିଲେ । ସ୍ୱାଧୀନ ପ୍ରାର୍ଥୀ ଭାବେ ତାଙ୍କୁ ମିଳିଥିଲା ୮୧୫୩ ଭୋଟ । ଯାହାକି ବିଜେଡି ପ୍ରାର୍ଥୀଙ୍କ ପରାଜୟର କାରଣ ହୋଇଥିଲା । ଅତଏବ, ଉପନିର୍ବାଚନ ପ୍ରାର୍ଥୀତ୍ୱ ପାଇଁ ସବୁ ଯୋଗ୍ୟତା ଥିବା ସତ୍ତ୍ୱେ ରାଜୁଙ୍କୁ ପ୍ରାର୍ଥୀ ନ କରିବା ବିଜେଡି ପାଇଁ ମହଙ୍ଗା ପଡ଼ିଥିଲା । ରାଜୁଙ୍କ ଉପରୁ ନିଲମ୍ବନ ହଟାଇ ବିଜେଡି ତାଙ୍କୁ ଫେରାଇ ଆଣିବ ବୋଲି ଚର୍ଚ୍ଚା ହୋଇଥିଲା । ମାତ୍ର ତାହା ହୋଇନାହିଁ । ଶେଷରେ ବିଜେପିରେ ମିଶିବାକୁ ସେ ନିଷ୍ପତ୍ତି ନେଇଛନ୍ତି ।

ସେ ଯାହା ହେଉ, ବିଜେଡି ଟିକେଟ୍ ରେ ନିର୍ବାଚିତ ହୋଇଥିବା ବିଧାୟକ ଏବଂ ପୂର୍ବତନ ବିଜେଡି ବିଧାୟକଙ୍କୁ ଦଳରେ ମିଶାଇ ଉତ୍ସାହିତ ହୋଇଛନ୍ତି ରାଜ୍ୟ ବିଜେପି ନେତୃମଣ୍ଡଳୀ । ବିଜେଡି ଖାଲି ହୋଇଯିବ କହି ବିଭୋର ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତେବେ ବିଜେଡି ଏହାକୁ କଟାକ୍ଷ କରିଛି । ଦଳର ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଜେଡିରୁ ତଡ଼ା ଖାଇଥିବା ଜନ ବିରୋଧୀ ନେତାମାନଙ୍କୁ ବିଜେପି କୋଳେଇ ନେଇ ଖୁସି ହେଉଛି । ନିର୍ବାଚନ ସମୟରେ ଏଭଳି ନେତାମାନଙ୍କ ଦଳ ଡିଆଁ ନୂଆ କଥା ନୁହେଁ । ଏହା ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି ।

Previous Post

ବିଜେଡିର ବେଟ୍: ୧୨୦+ ବିଧାନସଭା ଓ ୧୭+ ଲୋକସଭା

Next Post

ଅଲବତ୍ ଲଢ଼େଇ ହେବ: ବାଇଁଆ

Next Post
ଅଲବତ୍ ଲଢ଼େଇ ହେବ: ବାଇଁଆ

ଅଲବତ୍ ଲଢ଼େଇ ହେବ: ବାଇଁଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA