ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଅମରେଶ ଜେନା (ବାଇଁଆ) ଆଜି ଘର ଘର ଶଙ୍ଖ ଓ ପଦଯାତ୍ରା କାର୍ଯକ୍ରମ ଆରମ୍ଭ କରିଛନ୍ତି l ୪୨ ନମ୍ବର ୱାର୍ଡରୁ ଶ୍ରୀ ଜେନା ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଘରେ ଘରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ଶଙ୍ଖ ଚିହ୍ନ ପୋଷ୍ଟର ଲଗାଇ ଦଳ ସପକ୍ଷରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଏଥିସହିତ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।
ଆଗାମୀ ଦିନରେ ଏହି ଅଭିଯାନ ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ୧୯ ଟି ଯାକ ୱାର୍ଡରେ ଜାରି ରହିବ ବୋଲି ଶ୍ରୀ ଜେନା କହିଛନ୍ତି। ମେଣ୍ଟ ଆଶଙ୍କା ଟଲିବା ପରେ ବାଇଁଆଙ୍କ ଏହି ଅଭିଯାନ ଭିନ୍ନ ଖୋରାକ ଯୋଗାଇଛି।