Friday, October 2, 2026 11:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ୱାଧୀନ ଲଢ଼ିବେ ଖାରବେଳ ସ୍ୱାଇଁ

ବିଜେପିରେ ବିଦ୍ରୋହ ଆରମ୍ଭ

by Our Correspondent
25 Mar, 2024- 02:44 PM
in Latest News, News, Politics
1 min read
0
ସ୍ୱାଧୀନ ଲଢ଼ିବେ ଖାରବେଳ ସ୍ୱାଇଁ

ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ୧୮ ଲୋକସଭା ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା ହୋଇଛି । ତେବେ କେତୋଟି ଜାଗାରେ ପ୍ରାର୍ଥୀତ୍ୱ ବିରୋଧରେ ବିଦ୍ରୋହ ମୁଣ୍ଡ ଟେକିବା ଆରମ୍ଭ ହେଲାଣି । ବାଲେଶ୍ୱର ଆସନ ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କୁ ଦ୍ୱିତୀୟ ଥର ପ୍ରାର୍ଥୀ ଘୋଷଣା କରାଯିବା ପରେ ଅନ୍ୟତମ ଆଶାୟୀ ଦଳର ବରିଷ୍ଠ ନେତା ଖାରବେଳ ସ୍ୱାଇଁ କ୍ଷୁବ୍ଧ ହୋଇଛନ୍ତି । ସେ ଦଳୀୟ ନିଷ୍ପତ୍ତିକୁ ଚାଲେଞ୍ଜ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ।

ଆଜି ବାଲେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ନିଷ୍ପତ୍ତି ଜଣାଇଛନ୍ତି । ସେ କହିଛନ୍ତି, ବାଲେଶ୍ୱରରୁ ସେ ୫ ଥର ନିର୍ବାଚନ ଲଢ଼ିସାରିଲେଣି । ୧୯୯୮ ରୁ ୨୦୦୯ ପର୍ଯ୍ୟନ୍ତ ସାଂସଦ ଥିଲେ । ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ଲୋକଙ୍କ ସହ ତାଙ୍କ ସମ୍ପର୍କ ଅତୁଟ ଅଛି ଏବଂ ସେ ନିୟମିତ ସେମାନଙ୍କ ସମ୍ପର୍କରେ ଅଛନ୍ତି । ଗତଥର ପାର୍ଟି ତାଙ୍କୁ କନ୍ଧମାରୁ ପ୍ରାର୍ଥୀ କରିଥିଲା । ପାର୍ଟିର ନିଷ୍ପତ୍ତି ମାନି ସେଠାରୁ ଲଢ଼ିଥିଲେ । ଏଥର କନ୍ଧମାଳ ଏବଂ ବାଲେଶ୍ୱର ଯେଉଁଠୁ ଲଢ଼ିଲେ ବି ବିଜୟ ନେଇ ସେ ସୁନିଶ୍ଚିତ ଅଛନ୍ତି । ମାତ୍ର ବାଲେଶ୍ୱରରୁ ସେ ଲଢ଼ିବାକୁ ବହୁ ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି । ପାର୍ଟି ଟିକେଟ୍ ଦେଲାନି । ଏବେ କନ୍ଧମାଳ ଟିକେଟ୍ ଯାଚିଲେ ବି ଯିବେନି । ବାଲେଶ୍ୱରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ଖାରବେଳ କହିଛନ୍ତି ।

ବାଲେଶ୍ୱରରେ ତାଙ୍କ ସପକ୍ଷରେ ଜନମତ ଥିବା ବିଭିନ୍ନ ସର୍ଭେ ସଂସ୍ଥା ରିପୋର୍ଟ ଦେଇଛନ୍ତି । ତାଙ୍କର ପ୍ରାର୍ଥୀତ୍ୱ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଁ ପଠେଇଥିଲେ । ସେଥିପାଇଁ ଦୁହିଁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଖାରବେଳ । ତେବେଏକ କୁଚକ୍ରୀ ଗୋଷ୍ଠୀ ପାଇଁ ତାଙ୍କ ଟିକେଟ୍ କଟିଲା ବୋଲି କହିଛନ୍ତି ।

‘ମୋର କନ୍ଧମାଳ ଯିବାର ନାହିଁକି ସାଲିସ କରିବାର ନାହିଁ । ମୁଁ ଜାଣିଛି, ଦଳର ନିଷ୍ପତ୍ତି ବିରୋଧରେ ଗଲେ ମୋତେ ସେମାନେ ବହିଷ୍କୃତ କରିବେ । ମାତ୍ର ମୋର ସେଥିପ୍ରତି ପରବାଏ ନାହିଁ । ମୁଁ ମୋ ଆଡୁ ବିଜେପି ଛାଡ଼ିବାର ନାହିଁ । ଯଦି ସେମାନେ ମୋତେ ବହିଷ୍କାର କରିବେ, କରନ୍ତୁ । ବାଲେଶ୍ୱରରୁ ସ୍ୱାଧୀନ ଭାବେ ଲଢ଼ିବି ଏବଂ ଜିତି ସାରିଲା ପରେ ବିଜେପିରେ ଯୋଗଦେବି’ ବୋଲି କହିଛନ୍ତି ଖାରବେଳ ।

ସେହିଭଳି ନବରଙ୍ଗପୁରର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଦଳୀୟ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ବଳଭଦ୍ର ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ ସେ ଏହାର ପ୍ରତିବାଦରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ଏକ ପତ୍ର ଲେଖି ଚେତାବନୀ ଦେଇଛନ୍ତି । ନିଷ୍ପତ୍ତି ନ ବଦଳାଇଲେ ସେ ଏବଂ ତାଙ୍କର ସମର୍ଥକମାନେ ଦଳୀୟ କାର୍ଯ୍ୟରୁ ବିରତ ରହିବେ ବୋଲି ଜଣାଇ ଦେଇଛନ୍ତି । ଏହାକୁ ନେଇ ନବରଙ୍ଗପୁର ବିଜେପି ରାଜନୀତି ସରଗରମ ହୋଇଉଠିଛି ।

ସୂଚନାଯୋଗ୍ୟ, ପର୍ଶୁରାମ ମାଝୀ ତ୍ରୟୋଦଶ ଓ ଚତୁର୍ଦ୍ଦଶ ଲୋକସଭାରେ ସଦସ୍ୟ ଥିଲେ । ୨୦୧୯ରେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ବିଜେଡି ପ୍ରାର୍ଥୀ ରମେଶ ମାଝୀଙ୍କଠାରୁ ୫୦ ହଜାର ଭୋଟରେ ହାରିଥିଲେ ।

Previous Post

ବାଇଁଆଙ୍କ ଘର ଘର ଶଙ୍ଖ ଓ ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ

Next Post

ବିଜେଡି ଛାଡ଼ିଲେ ପୂର୍ଣ୍ଣ ସେଠୀ

Next Post
ବିଜେଡି ଛାଡ଼ିଲେ ପୂର୍ଣ୍ଣ ସେଠୀ

ବିଜେଡି ଛାଡ଼ିଲେ ପୂର୍ଣ୍ଣ ସେଠୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA