Friday, April 24, 2026 03:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅମିତ୍ ଶାହଙ୍କ ରଣହୁଙ୍କାର

ନବୀନଙ୍କ ବୟସ ଉପରେ କଟାକ୍ଷ, ପାଣ୍ଡିଆନଙ୍କ ନାଁ ନ ନେଇ ଗାଳି

by Our Correspondent
21 May, 2024- 09:29 PM
in Latest News, News, Politics
1 min read
0
ଅମିତ୍ ଶାହଙ୍କ ରଣହୁଙ୍କାର

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ପ୍ରଚାର ସଭା କରି ବିଜେଡି ବିରୋଧରେ ରଣହୁଙ୍କାର ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ମୁଖ୍ୟ ସହଯୋଗୀ କାର୍ତ୍ତିକ ପାଣ୍ଡିଆନଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି । ନବୀନଙ୍କ ବୟସ ଉପରେ କଟାକ୍ଷ କରିବାକୁ ବି ପଛାଇ ନାହାନ୍ତି । କହିଛନ୍ତି, ୨୫ ବର୍ଷ ଶାସନ କରି ନବୀନ ବାବୁ ଓଡ଼ିଶାକୁ ପଛକୁ ଠେଲି ଦେଇଛନ୍ତି । ନବୀନ ବାବୁଙ୍କ ବୟସ ବଢ଼ିଗଲାଣି । ଆଉ କାମ କରିପାରୁନାହାନ୍ତି । ଏଠି ବିଜେପି ଆସିଲେ, ୫ ବର୍ଷରେ ଆମେ ଓଡ଼ିଶାକୁ ନମ୍ବର ୱାନ୍ କରିଦେବୁ ବୋଲି କହିଛନ୍ତି ।

ଶ୍ରୀ ଶାହ ଆଜି ସମ୍ବଲପୁର, କେନ୍ଦୁଝରର ଚମ୍ପୁଆ, ଢ଼େଙ୍କାନାଳର ପରଜଙ୍ଗ, ଏବଂ ନୟାଗଡ଼ର ଲାଠିପଡ଼ାରେ ଆୟୋଜିତ ପ୍ରଚାର ସଭାକୁ ସମ୍ବୋଧିତ କରିଥିଲେ । ଚାରୋଟି ଯାକ ସଭାରେ ସେ ବିଜେଡି ସରକାରଙ୍କ ବିରୋଧରେ ମନଇଚ୍ଛା ବର୍ଷିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି କହିଥିଲେ ଯେ ନବୀନ ବାବୁ ଓଡ଼ିଶାକୁ ପଛକୁ ଠେଲିଛନ୍ତି । ତାଙ୍କର ବୟସ ବଢ଼ିଗଲାଣି । ଆଉ କାମ କରିପାରୁନାହାନ୍ତି । ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟି ଚିପିବାକୁ ଉଦ୍ୟମ କରିଛନ୍ତି । ଓଡ଼ିଶାରେ କୌଣସି ତାମିଲ ବାବୁ ଶାସନ କରିପାରିବେ ନାହିଁ । ବିଜେପି ଓଡ଼ିଆ ମୁଖ୍ୟମନ୍ତ୍ରୀ ଦେବ ।

ବିଜେପି ସରକାର ହେଲେ ଭ୍ରଷ୍ଟାଚାରୀଙ୍କୁ ଜେଲ୍ ରେ ପୂରାଯିବ । ରତ୍ନଭଣ୍ଡାର ଲୁଟେରାଙ୍କୁ ସଜା ଦିଆଯିବ । ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ । ବିଜେପି ସରକାର କ୍ଷମତାକୁ ଆସିବାର ୧୮ ମାସରେ ଚିଟଫଣ୍ଡ୍ ଦୋଷୀଙ୍କୁ ଜେଲ୍ ରେ ଠୁଙ୍କିବୁ ଏବଂ କ୍ଷତିଗ୍ରସ୍ତଙ୍କ ଅର୍ଥ ଫେରାଇବୁ ବୋଲି ଶାହ କହିଥିଲେ ।

ଶ୍ରୀ ଶାହ ମାରାଥନ୍ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଓଡ଼ିଶାରେ ୭୫ ରୁ ଅଧିକ ଆସନରେ ବିଜେପି ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଆମକୁ ୫ ବର୍ଷ ଦିଅ, ଆମେ ଓଡ଼ିଶାକୁ ନମ୍ବର ୱାନ୍ ରାଜ୍ୟ କରିବୁ ବୋଲି ଶାହ କହିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ବିଜେପିର ଏବେ ମୁଖ୍ୟ ଫୋକସ ରାଜ୍ୟ ହେଉଛି ଓଡ଼ିଶା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ୍ ଶାହ, ଜେପି ନଡ୍ଡା ପ୍ରମୁଖ ଶୀର୍ଷ ନେତାମାନଙ୍କ ସହ ଦୁଇ ଡର୍ଜନ୍ ହେଭିୱେଟ୍ ନେତା ବାରମ୍ବାର ଏଠାକୁ ପ୍ରଚାର ପାଇଁ ଆସୁଛନ୍ତି । କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ସମେତ ରାଜସ୍ଥାନ, ଛତିଶଗଡ଼ ରାଜ୍ୟର ବିଜେପି ନେତା ଓ ସଂଘ ପରିବାର ସଦସ୍ୟମାନେ ଓଡ଼ିଶାରେ ଡେରା ପକାଇ ତୃଣମୂଳସ୍ତରରେ ନିର୍ବାଚନ ପରିଚାଳନା ଦାୟିତ୍ୱ ବୁଝୁଛନ୍ତି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ତା’ର ରଣନୀତି ଅଧିକ ଶାଣିତ କରିଛି ।

ରାମାୟଣ ସିରିୟଲ୍ ରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ଆସନ୍ତାକାଲି ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସୁଛନ୍ତି । ଚମ୍ପୁଆ, ତେଲକୋଇ, ଢ଼େଙ୍କାନାଳ ଓ ବାଲିପାଟଣାରେ ସେ ନିର୍ବାଚନ ସଭାରେ ଯୋଗଦେଇ ଭୋଟ୍ ମାଗିବେ ।

ସେହିଭଳି ୨୩ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଆସିବେ । କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦାରେ ନଡ୍ଡାଙ୍କ ସଭା ଥିବା ବେଳେ ଚିଲିକା ଏବଂ ସାଲେପୁର କୁଳିଆରେ ଯୋଗୀ ଆଦିତ୍ୟ ନାଥ ପ୍ରଚାର ସଭାରେ ଯୋଗଦେବେ ।

Previous Post

ଦ୍ୱିତୀୟ ପର୍ଯ୍ୟାୟରେ ୬୯.୩୪% ମତଦାନ

Next Post

ବିରୋଧୀ ଦଳ ଦିନରେ ଲଣ୍ଠନ ଦେଖାଉଛନ୍ତି: ପାଣ୍ଡିଆନ୍

Next Post
ବିରୋଧୀ ଦଳ ଦିନରେ ଲଣ୍ଠନ ଦେଖାଉଛନ୍ତି: ପାଣ୍ଡିଆନ୍

ବିରୋଧୀ ଦଳ ଦିନରେ ଲଣ୍ଠନ ଦେଖାଉଛନ୍ତି: ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA