Wednesday, April 29, 2026 02:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୨୦୧୯ ତାତିକୁ ଫେରିଲେ ଅମିତ୍ ଶାହ

ସୋନପୁର ସଭାରେ ନବୀନ ସରକାରଙ୍କୁ ଜୋରଦାର ଆଟାକ୍

by Our Correspondent
25 Apr, 2024- 07:07 PM
in Latest News, News, Politics
1 min read
0
୨୦୧୯ ତାତିକୁ ଫେରିଲେ ଅମିତ୍ ଶାହ

ଭୁବନେଶ୍ୱର: ବିଜେପିର ଶୀର୍ଷ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆଜି ଓଡ଼ିଶାରେ ତାଙ୍କର ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିଛନ୍ତି । ଦୀର୍ଘ ୫ ବର୍ଷ ଧରି ରାଜ୍ୟର ବିଜେଡି ସରକାରଙ୍କ ଉପରେ ନରମ ମନୋଭାବ ପୋଷଣ କରି ଆସୁଥିବା ଶ୍ରୀ ଶାହ ଏବେ ନିର୍ବାଚନ ବେଳକୁ ପୂର୍ବ ନିର୍ବାଚନ ତାତିକୁ ଫେରିଛନ୍ତି । ସୋନପୁରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ସେ ନବୀନ ପଟ୍ଟନାୟକଙ୍କ ସରକାରକୁ ଓପାଡ଼ି ଏଠି ବିଜେପି ସରକାର ବନାନ୍ତୁ ବୋଲି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଓଡ଼ିଶାକୁ ବିଜେପି ୧ ନମ୍ବର ରାଜ୍ୟ କରିଦେବ ବୋଲି ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୋଟ ମାଗିଛନ୍ତି ଶ୍ରୀ ଶାହା ।

ସୋନପୁର ସଭାରେ ତାଙ୍କର ଭାଷଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ହୋଇଥିଲେ ଅମିତ୍ ଶାହ । କହିଥିଲେ, ମୁଁ ଆଜି ପ୍ରଥମ ଥର ପାଇଁ ଓଡ଼ିଶାକୁ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରଚାରରେ ଆସିଛି । ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଦେଶରେ ଯୁଆଡ଼େ ଗଲେ, ମୋଦୀ ମୋଦୀ ନାରା ଶୁଣି ଶୁଣି ଆସୁଛି । ଆଜି ଓଡ଼ିଶାରେ ବି ସେଇ ମାହୋଲ । ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଓଡ଼ିଶାବାସୀ ସ୍ଥିର କରିସାରିଛନ୍ତି । ଏଥିପାଇଁ ୨୦ ରୁ ଅଧିକ ଲୋକସଭା ସିଟ୍ ବିଜେପି ସପକ୍ଷରେ ଦେବାକୁ ପଡ଼ିବ । ଓଡ଼ିଶାରେ ପ୍ରଥମ ଥର ପାଇଁ ଭାଷା, ସଂସ୍କୃତି, ଧର୍ମ ଓ ସାହିତ୍ୟର ଗୌରବ ପାଇଁ ଓଡ଼ିଶାରେ ବି ପୂର୍ଣ୍ଣ ବହୁମତ ସହ ବିଜେପି ସରକାର ଆଣିବାକୁ ପଡ଼ିବ ।

ଶ୍ରୀ ଶାହା କହିଥିଲେ ଯେ ଯେଉଁ ପ୍ରଦେଶରେ ଭାଷା, ସଂସ୍କୃତ, ଧର୍ମ ଓ ସାହିତ୍ୟର ଗୌରବ ନାହିଁ ସେହି ପ୍ରଦେଶ ଆଗକୁ ବଢ଼ିପାରିବ ନାହିଁ । ଏଠି ଯୋଉ ସରକାର ଚାଲିଛି, ତାହା ବିକାଶକୁ କେବଳ ଦୂରେଇ ଦେଇନି ବରଂ ଅଫିସରମାନଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର ଦେଇଛି । ଓଡ଼ିଆ ଭାଷା ଓ ସାହିତ୍ୟକୁ ଦୂରେଇ ରଖିବା କାର୍ଯ୍ୟ ଏହି ସରକାର କରିଛି । ସାରା ଦେଶରେ ଯୋଉଠି ଡବଲ୍ ଇଞ୍ଜିନ ସରକାର ଅଛି, ସେଠି ବିକାଶ ହେଉଛି ।

ଏଠି ଓଡ଼ିଶାରେ ସବୁଠାରୁ ଅଧିକ ଖଣିଜ ପଦାର୍ଥ ଅଛି । ପାଣିର ପ୍ରାଚୁର୍ଯ୍ୟତା ଅଛି । ମାତ୍ର ତଥାପି ଏଠି ସମୃଦ୍ଧି ନାହିଁ । ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ପ୍ରଦେଶକୁ ଯାଉଛନ୍ତି । ମୁଁ ଆପଣଙ୍କୁ ବିଶ୍ୱାସ ଦେବାକୁ ଯାଉଛି ଯେ ଏଠି ନବୀନ ବାବୁଙ୍କ ସରକାରକୁ ଓପାଡ଼ି ଭାରତୀୟ ଜନତା ପାର୍ଟି ସରକାର ବନାଅ । ଓଡ଼ିଶାରୁ ଜଣେ କେହି ବି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ । ବରଂ ବାହାର ଶିଳ୍ପ ଓଡ଼ିଶାକୁ ଆସିବ । ଏହି ବ୍ୟବସ୍ଥା ବିଜେପି କରିବ ବୋଲି ଶ୍ରୀ ଶାହା କହିଥିଲେ । ବିିକ୍ଷିପ୍ତ ଓଡ଼ିଶାର ସ୍ୱପ୍ନକୁ ମୋଦୀଜୀଙ୍କ ନେତୃତ୍ୱରେ ଚରିତାର୍ଥ କରିବାକୁ ଓଡ଼ିଶାବାସୀ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଥିଲେ ।

ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନ ବେଳେ ଶ୍ରୀ ଶାହା ରାଜ୍ୟର ବିଜେଡି ସରକାର ବିରୋଧରେ ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ ଥିଲେ । ଓଡ଼ିଶାରେ ୧୨୦ ରୁ ଅଧିକ ବିଧାନସଭା ଆସନ ବିଜେପି ଏଠି ପ୍ରଥମ ଥର ସରକାର ଗଠନ କରିବ ବୋଲି ଜୋର୍ ଦେଇ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୋଡ଼ା ଟ୍ରାନସଫରମର୍ କହି ବିଜେଡି ସରକାରକୁ ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ ଆହ୍ୱାନ ଦେଇଥିଲେ ।

Previous Post

ମଧୁସୂଦନ ଆଡଭୋକେଟ୍ ଏକାଡେମୀ କାର୍ଯ୍ୟକ୍ଷମ

Next Post

କୋରାପୁଟ ପ୍ରଚାର ମଇଦାନରେ ପାଣ୍ଡିଆନ୍

Next Post
କୋରାପୁଟ ପ୍ରଚାର ମଇଦାନରେ ପାଣ୍ଡିଆନ୍

କୋରାପୁଟ ପ୍ରଚାର ମଇଦାନରେ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA