Monday, April 27, 2026 08:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ

ଚର୍ଚ୍ଚାରେ ଦଳୀୟ ଗୋଷ୍ଠୀ କନ୍ଦଳ

by Our Correspondent
20 Mar, 2023- 06:18 PM
in Latest News, News, Politics
1 min read
0
ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ

ଭୁୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ୨୬ ତାରିଖ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି । ରାଜ୍ୟ ବିଜେପି ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଏହା ଜଣାପଡ଼ିଛି । ଲୋକସଭା ପ୍ରଭାସ କାର୍ଯ୍ୟକ୍ରମ ଅଧୀନରେ ୨୬ ତାରିଖରେ ଶ୍ରୀ ଶାହାଙ୍କର ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାଆଁଳପୁରରେ ଏକ ବିରାଟ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା । ସେଠାରୁ ଫେରି ଭୁବନେଶ୍ୱରରେ ଦଳର ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କ ସହିତ ଦଳୀୟ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥାନ୍ତେ । ଗତ ୧୧ ତାରିଖରେ ରାଜ୍ୟ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଥିଲା ।

ଖାଲି ଶ୍ରୀ ଶାହା ନୁହଁନ୍ତି, ଆଉ ଜଣେ କେନ୍ଦ୍ରମନ୍ତ୍ରୀ(ଶ୍ରମ,ନିଯୁକ୍ତି, ଜଙ୍ଗଲ, ପରିବେଶ) ଭୂପେନ୍ଦ୍ର ଯାଦବଙ୍କର ସେଇ ୨୬ ତାରିଖ ଦିନ କେନ୍ଦ୍ରାପଡ଼ାରେ ଏକ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିଲା । ତାହା ମଧ୍ୟ ବାତିଲ ହୋଇଯାଇଛି ।

ତେବେ ଏହି ଦୁଇ କେନ୍ଦ୍ରମନ୍ତ୍ରୀଙ୍କର ଓଡ଼ିଶା ଗସ୍ତ ବାତିଲକୁ ନେଇ କର୍ମୀ ମହଲରେ ବିଭିନ୍ନ ଆଲୋଚନା ହେଉଛି । ନେତାଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳକୁ ଏଥିପାଇଁ ଦାୟୀ କରାଯାଉଛି । ବୁଥ୍ ସ୍ତରରେ ସଂଗଠନକୁ ସଜାଡ଼ିବା ବଦଳରେ ନେତାମାନେ ପରଷ୍ପରର ଗୋଛି କାଟିବା ଅଭ୍ୟାସକୁ ଶାଣିତ କରିଥିବାର ଠୋସ୍ ଖବର ଶ୍ରୀ ଶାହାଙ୍କୁ ବିଚଳିତ କରିଥିବା ଗୋଟିଏ ମହଲ ଦାବି କରୁଛନ୍ତି । ରାଜ୍ୟରେ ଦଳର ଏହି ସଙ୍କଟ ବେଳେ ଓଡ଼ିଶାକୁ ଆସି ସମୟ ଅପଚୟ ଓ ଲୋକହସା ହେବାକୁ ସେ କୁଆଡ଼େ ଚାହୁଁନାହାନ୍ତି ।

ଶ୍ରୀ ଶାହାଙ୍କର ଘନିଷ୍ଠ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ଇତିମଧ୍ୟରେ ସମସ୍ତଙ୍କୁ ଅଧିକ ସନ୍ଦେହରେ ପକାଇଛି । ଢ଼େଙ୍କାନାଳ ଲୋକସଭା ଆସନରୁ ସେ ଏଥର ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ତାଙ୍କର ଏବଂ ତାଙ୍କ ପତ୍ନୀଙ୍କର କାର୍ଯ୍ୟକ୍ରମରୁ ତାହାର ଆଭାସ ମଧ୍ୟ ମିଳିଗଲାଣି । ତେବେ ସାମଗ୍ରିକ ଭାବେ ରାଜ୍ୟରେ ଦଳର ସାଂଗଠନିକ କାର୍ଯ୍ୟକ୍ରମରେ ତାଙ୍କର ପୂର୍ବ ଆଗ୍ରହ ଦେଖିବାକୁ ମିଳୁନାହିଁ । ଦଳର ବୃହତ୍ତ ଗୋଷ୍ଠୀ ତାଙ୍କୁ ବିରୋଧ କରୁଥିବାରୁ ସେ ଅଣନିଶ୍ୱାସୀ ହୋଇଥିବା କୁହାଯାଉଛି । ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତାଙ୍କର ସମାଲୋଚନା କେବଳ ଟ୍ୱିଟ୍ ରେ ସୀମିତ ରହିଛି ।

ଅନ୍ୟପକ୍ଷରେ ଏକଦା ତାଙ୍କର ବିରୋଧୀ ଥିବା ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ଭାବେ ଏବେ ଶାସକ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି । ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡଠାରୁ ଆରମ୍ଭ କରି ୫-ଟି ଏବଂ ମନ୍ତ୍ରୀ-ସଚିବ ସମ୍ପର୍କକୁ ନେଇ ବିଧାନସଭାରେ ତାଙ୍କର ଶାଣିତ ଆକ୍ରମଣ ଦଳୀୟ କର୍ମୀଙ୍କ ମଧ୍ୟରେ ଦାନା ଧରୁଛି । ମାତ୍ର ଆଶ୍ଚର୍ଯ୍ୟର କଥା, ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖିବାକୁ ମିଳୁନାହିଁ ।

ବିଜେଡି ପ୍ରତି କଥାରେ ଧର୍ମେନ୍ଦ୍ରଙ୍କୁ ଯୋଡି ଜୟନାରାୟଣଙ୍କୁ ପାଲଟା ଜବାବ ଦେବା ମଧ୍ୟ ଅନେକଙ୍କୁ ଦ୍ୱନ୍ଦରେ ପକାଇଛି । ଧର୍ମେନ୍ଦ୍ର ଗୋଷ୍ଠୀ ଏଥିରେ ମୁରୁକା ହସ ଦେଉଥିବାରୁ ଦଳର ଆଭ୍ୟନ୍ତରୀଣ ରାଜନୀତିର ଗତି ବାରିବା ଅନେକଙ୍କ ପାଇଁ କଷ୍ଟକର ହୋଇଛି ।

ସେହିଭଳି ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଦାବିଦାର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟକ୍ରମ ଯଥା ପୂର୍ବଂ ତଥା ପରଂରେ ରହିଯାଇଛି । ଜୟନାରାୟଣ ମିଶ୍ର ଉଠାଉଥିବା ପ୍ରସଙ୍ଗକୁ ଆଗକୁ ନେଇ ସେ ତାଙ୍କର ଗୁରୁତ୍ୱ ବଢ଼ାଇବାକୁ କୁଆଡ଼େ ଚାହୁଁନାହାନ୍ତି । ଏହା ପଛରେ ବି ବହୁତ ରାଜନୀତି ଥିବା କୁହାଯାଉଛି । ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ଆସନ୍ତା ଏପ୍ରିଲ୍ ୧୪ ତାରିଖ ପରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଦଳବଦଳ ହେବ ଏବଂ ସେଥିରେ ଅପରାଜିତାଙ୍କୁ ସ୍ଥାନ ମିଳିବ । ଯଦି ଏହା ସତ ହୁଏ ତେବେ ଧର୍ମେନ୍ଦ୍ରଙ୍କର ଭୂମିକା କ’ଣ ହେବ ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ଅଛି ।

ତେବେ ସେ ଯାହା ହେଉ, ଆଗାମୀ ନିର୍ବାଚନ ଓଡ଼ିଶାରେ ବିଜେପି କାହା ନେତୃତ୍ୱରେ ଲଢ଼ିବ ତାହା ସ୍ପଷ୍ଟ ନ ହେଲା ଯାଏଁ ଦଳରେ ଗୋଷ୍ଠୀ କନ୍ଦଳ ଏମିତି ଲାଗି ରହିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ଦେଉଛନ୍ତି । ସାଧାରଣ ନିର୍ବାଚନକୁ ଆଉ ମାତ୍ର ବର୍ଷେ ଥିବା ବେଳେ ତୃଣମୂଳସ୍ତରରେ ଦଳର ସଂଗଠନକୁ ସଶକ୍ତ କରିବାରେ ରାଜ୍ୟ ନେତାଙ୍କ ମଧ୍ୟରେ ସେଭଳି ଉତ୍ସାହ ଓ କାର୍ଯ୍ୟକ୍ରମ ନାହିଁ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହିଁ ଏକୁଟିଆ ବିରୋଧୀ ଦଳର କାମ ତୁଲାଉଥିବା ଏବେ ସାଧାରଣରେ ଧାରଣା ସୃଷ୍ଟି ହୋଇଛି ।

ରାଜ୍ୟରେ ଏଭଳି ସ୍ଥିତି ସମ୍ପର୍କରେ ଶ୍ରୀ ଶାହା ଏବଂ ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଭଲ ଭାବେ ଅବଗତ ଥିବା କୁହାଯାଉଛି । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ଇତିମଧ୍ୟରେ ଓଡ଼ିଶା ସମ୍ପର୍କରେ ସେମାନଙ୍କର ବିସ୍ତୃତ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏପ୍ରିଲ୍ ମାସ ସୁଦ୍ଧା ଓଡ଼ିଶା ପାଇଁ ରଣନୀତି ସ୍ପଷ୍ଟ ହୋଇଯିବ ବୋଲି ବିଶ୍ୱାସ କରାଯାଉଛି ।

Previous Post

ବିଜେଡି ଦଖଲରେ ଶୀର୍ଷ ସମବାୟ ସଂସ୍ଥା

Next Post

ପୁରୀରେ ମମତା ବାନାର୍ଜୀ

Next Post
ପୁରୀରେ ମମତା ବାନାର୍ଜୀ

ପୁରୀରେ ମମତା ବାନାର୍ଜୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA