ଭୁୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଏଠାରୁ କାର୍ ଯୋଗେ ପୁରୀ ଯାତ୍ରା କରିଛନ୍ତି । ପୁରୀରେ ଆଜି ଏବଂ ଆସନ୍ତା କାଲି ରହିବେ । ନିର୍ମାଣ ନିବାସରେ ସେ ରାତ୍ରୀଯାପନ କରିବେ । ଆସନ୍ତାକାଲି ଅପରାହ୍ନରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୨୩ ତାରିଖରେ ସେ ଭୁବନେଶ୍ୱର ଫେରିବେ । ସେଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ଅଛି । ଏହାପରେ ଶ୍ରୀମତୀ ବାନାର୍ଜୀ କୋଲକତା ଫେରିଯିବେ ।