Monday, April 27, 2026 04:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମାଗଣାଖିଆଙ୍କ ମନଖୁସି କଲା ଓଟିଡିସି

ପାନ୍ଥନିବାସରେ ପଖାଳ ଦିବସ

by Our Correspondent
22 Mar, 2023- 07:47 PM
in Latest News, News
1 min read
0
ମାଗଣାଖିଆଙ୍କ ମନଖୁସି କଲା ଓଟିଡିସି

ଭୁବନେଶ୍ୱର: ସୋମବାର ଦିନ ପାଳିତ ହୋଇଥିଲା ପଖାଳ ଦିବସ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଭୁବନେଶ୍ୱରର ପାନ୍ଥ ନିବାସରେ ଏଥିପାଇଁ ବିରାଟ ଆୟୋଜନ ହୋଇଥିଲା । ତେବେ ସେଠାରେ ଘଟିଥିବା ବ୍ୟତିକ୍ରମ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଇଂରାଜୀରେ ଲେଖା ପଖାଳ ଦିବସ ବ୍ୟାନର ତଳେ ଅତିଥିଙ୍କୁ ରେଡ୍ କାର୍ପେଟ୍ ରେ ଓଟିଡିସି ସ୍ୱାଗତ କରିଥିବା ବେଳେ ପଇସାଦିଆ ଗ୍ରାହକଙ୍କୁ ଛେଇ ଛେଇ ମାର୍ ମାର୍ କଲା ଭଳି ବ୍ୟବହାର କରାଗଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେଥିପାଇଁ ବିଭାଗୀୟ ମନ୍ତ୍ରୀ କି ଓଟିଡିସି କର୍ତ୍ତୃପକ୍ଷଙ୍କ ମୁହଁରେ ଅନୁତାପ କି ଲଜ୍ଜା ଆସିଲା ନାହିଁ ।

ସୂଚନା ଅନୁଯାୟୀ, ପାନ୍ଥନିବାସରେ ଓଡିଟିସି ପକ୍ଷରୁ ପଖାଳ ଦିବସର ଆୟୋଜନ କରାଯାଇଥିଲା । ସେଥିପାଇଁ ପଛପଟେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବଡ ଟେଣ୍ଟ ଭିଡ଼ାଯାଇ ତଳେ ରେଡ୍ କାର୍ପେଟ୍ ବିଛାଯାଇଥିଲା । ସେଠାକୁ ସ୍ୱତନ୍ତ୍ର ଅତିଥିଙ୍କୁ ଆମନ୍ତ୍ରଣ କରାଯାଇ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସେହି ଆମନ୍ତ୍ରିତ ଅତିଥିମାନଙ୍କ ଫଟୋ ପର୍ଯ୍ୟଟନ ବିଭାଗ ସାଇଟ୍ ରୁ ସମସ୍ତେ ଦେଖିପାରିବେ । ଓଡିଟିସି ଅଧ୍ୟକ୍ଷ ଲେନିନ୍ ମହାନ୍ତିଙ୍କ ପରିଚାଳନାରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ପୂର୍ବତନ ସାଂସଦ ତଥା ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ ଅତିଥି ଭାବେ ଉପସ୍ଥିତ ଥିଲେ । ସେଠାରେ ବିଭିନ୍ନ ବର୍ଗର ୫୦୦ରୁ ଅଧିକ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇ ମାଗଣାରେ ପଖାଳ ପରସା ଯାଇଥିଲା ।

ଅତିଥିଙ୍କୁ ଜ୍ୱାଇଁ କୁଣିଆ ଚର୍ଚ୍ଚାରେ କିଛି ଭୁଲ୍ ନାହିଁ । ମାତ୍ର ସେତିକିବେଳେ ପାନ୍ଥନିବାସର ରେଷ୍ଟୁରାଣ୍ଟରେ ପଇସା ଦେଇ ପଖାଳ ଦିବସ ପାଳୁଥିବା ସାଧାରଣ ଗରାଖଙ୍କ ଦୁର୍ଦ୍ଦଶା ଉଲ୍ଲେଖଯୋଗ୍ୟ । ନିରାମିଷ ପଖାଳ ପ୍ଲେଟ୍ ର ଦାମ ୩୫୦ ଟଙ୍କା ଥିବା ବେଳେ ଆମିଷଯୁକ୍ତ ପଖାଳ ପ୍ଲେଟ୍ ର ଦାମ ଥିଲା ୪୫୦ ଟଙ୍କା । ହେଲେ ମେମେନ୍ୟୁ ତାଲିକାରେ ଯେଉଁ ସବୁ ଖାଦ୍ୟ ଥିଲା ଗରାଖଙ୍କୁ ତାହାର ଅଧା ବି ପରସା ଯାଇ ନ ଥିଲା । ଅସନ୍ତୁଷ୍ଟ ଗରାଖମାନେ ଖାଦ୍ୟ ପରସୁଥିବା କର୍ମଚାରୀମାନଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେମାନେ ତାହାକୁ ଖାତିର କରି ନ ଥିଲେ । ବରଂ ଏପଟୁ ତରବରରେ କାମ ସାରି ସେପଟେ ଅତିଥିଙ୍କ ପାଇଁ ଚାଲିଥିବା ସ୍ୱତନ୍ତ୍ର ପାର୍ଟିରେ ନିଜକୁ ଅଧିକ ବ୍ୟସ୍ତ ରଖୁଥିବା ଦେଖିବାକୁ ମିଳିଥିଲା । ପଇସା ଦେଇ ଖାଉଥିବା ଗରାଖଙ୍କ ଅଭିଯୋଗ ଶୁଣିବାକୁ ସେଠାରେ କାହାରିକୁ ଦେଖିବାକୁ ମିଳିଲା ନାହିଁ ।

ସେଦିନର ପଇସାଦିଆ ଗରାଖଙ୍କ ଭିତରେ ଥିଲେ ସାମ୍ବାଦିକ ତଥା ଲେଖକ ଶୁଭ୍ରାଶୁଂ ପଣ୍ଡା ଓ ତାଙ୍କର ୪ ଜଣ ସାଙ୍ଗ । ଏତେ ନିମ୍ନମାନର ଖାଦ୍ୟକୁ ନେଇ ସେମାନେ ଆଶ୍ଚର୍ଯ୍ୟ ଚକିତ ହେବା ସହ ରେଷ୍ଟୁରାଣ୍ଟରେ ଉପସ୍ଥିତ ଥିବା ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ସେମାନଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ଅଧ୍ୟକ୍ଷ ସେଠାରୁ ମୁହଁ ଲୁଚାଇ ଚାଲିଗଲେ ବୋଲି ଶ୍ରୀ ପଣ୍ଡା ସୋସିଆଲ୍ ମିଡିଆରେ ଲେଖି କ୍ଷୋଭ ପ୍ରକାଶ କରିଛନ୍ତି । ଓଟିଡିସିର ଦାୟିତ୍ୱହୀନତା ଓ ବେପରୁଆ ମନୋଭାବ ଯୋଗୁଁ ରାଜ୍ୟ ସରକାର ଅଯଥାରେ ବଦନାମ ହେଉଥିବା ସେ କହିଛନ୍ତି ।

ତେବେ ବିଭ୍ରାଟ୍ ସେତିକିରେ ସୀମିତ ନ ଥିଲା । ପଖାଳ ଦିବସର ସ୍ୱତନ୍ତ୍ର ଆୟୋଜନ ପାଇଁ ସଭାସ୍ଥଳରେ ଲାଗିଥିବା ବ୍ୟାନରଟି ଓଡ଼ିଆରେ ଲେଖା ନ ଯାଇ ଇଂରାଜୀରେ ଲେଖାଯାଇଥିଲା । ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ । ମାତ୍ର ଏହାକୁ ଭୁଲ୍ ବୋଲି ସ୍ୱୀକାର କରି ନ ଥିଲେ ମନ୍ତ୍ରୀ । ଭାଷାର କିଛି ଗୁରୁତ୍ୱ ନଥାଏ ବୋଲି ସେ ଓଲଟି ଜବାବ ଦେଇଥିଲେ । ଏହା ତାଙ୍କର ଅନୁଭବ ବୋଲି ମନ୍ତ୍ରୀ ବାରମ୍ବାର କହିବାକୁ ସଙ୍କୋଚ କରି ନ ଥିଲେ । ମନ୍ତ୍ରୀଙ୍କର ଏଭଳି ଅବାସ୍ତବ ମନ୍ତବ୍ୟ ଓଡ଼ିଆ ପ୍ରେମୀଙ୍କୁ ଭୀଷଣ ଆଘାତ ଦେଇଛି ।

ଏହି ଉଭୟ ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ଗୁରୁତ୍ୱର ସହିତ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

 

 

Previous Post

ପୁରୀରେ ମମତା ବାନାର୍ଜୀ

Next Post

‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରୁ ପ୍ରମୋଦ କର ଛାଡ

Next Post
‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରୁ ପ୍ରମୋଦ କର ଛାଡ

‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରୁ ପ୍ରମୋଦ କର ଛାଡ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA