Monday, June 29, 2026 12:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆନ୍ଧ୍ର ଷଡ଼ଯନ୍ତ୍ର ସଫଳ: ଓଡ଼ିଶାରେ ପଶି ପଞ୍ଚାୟତ ନିର୍ବାଚନ କଲେ

ସରକାରଙ୍କ ଅପାରଗତାକୁ ନେଇ ବର୍ଷିଲେ ବିଜେପି, କଂଗ୍ରେସ

by Our Correspondent
13 Feb, 2021- 10:03 PM
in Latest News, News
1 min read
0
ଆନ୍ଧ୍ର ଷଡ଼ଯନ୍ତ୍ର ସଫଳ: ଓଡ଼ିଶାରେ ପଶି ପଞ୍ଚାୟତ ନିର୍ବାଚନ କଲେ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କୁ ବି ଖାତିର କଲାନି ଆନ୍ଧ୍ର । କୋଟିଆ ଏବଂ ଗଞ୍ଜାମ ସୀମାନ୍ତ ଗାଁରେ ଆଜି ପଞ୍ଚାୟତ ନିର୍ବାଚନ କରାଇ ନିଜର ବଳ ଦେଖାଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଏବଂ ଜିଲ୍ଲା ପ୍ରଶାସନ ଜରିଆରେ ନିର୍ବାଚନ ବନ୍ଦ କରିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ସଫଳ ହୋଇନାହିଁ । ତେବେ ଗଜପତି ସୀମାନ୍ତ ୬ ଟି ଗାଁରେ ଆନ୍ଧ୍ର ଯୋଜନା ଫସର ଫାଟିଛି । ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଭୋଟଦାନରୁ ବିରତ କରିବାରେ ସଫଳ ହୋଇଛନ୍ତି ।

ଆନ୍ଧ୍ର ନିର୍ବାଚନ କରିଥିବା କୋଟିଆ ପଞ୍ଚାୟତର ତିନୋଟି ଗାଁ ହେଉଛି ଫାଟୁସିନେରୀ, ତଳଗଞ୍ଜେଇପଦର ଓ ଫଗୁଣସିନେରୀ । ଆନ୍ଧ୍ର ଏହି ଗାଁ ଗୁଡ଼ିକର ନାଁ ବଦଳେଇ ରଖିଛି ପାଟୁଚିନେରୁ, ତଳଗଞ୍ଜେଇଭଦ୍ରା ଓ ପାଗୁଲୁଚିନେରୁ । ଏହି ତିନୋଟି ଗାଁକୁ ସାଲୁର ମଣ୍ଡଳରେ ସାମିଲ କରିଛି । ତଳଗଞ୍ଜେଇଭଦ୍ରା ଓ ପାଗୁଲୁଚିନେରକୁ ଆନ୍ଧ୍ର ଦୁଇଟି ଗ୍ରାମ ପଞ୍ଚାୟତ କରି ନିଦ୍ଦ୍ୱର୍ନ୍ଦରେ ସରପଞ୍ଚ ଘୋଷଣା କରିଥିବା ବେଳେ ଆଜି ଫାଟୁସିନେରୀରେ ଭୋଟଗ୍ରହଣ କରିଛି ।

ଆଜି ସକାଳ ୬ଟାରୁ ୧.୩୦ ପର୍ଯ୍ୟନ୍ତ ମତଦାନ ହୋଇଥିଲା । ପଟ୍ଟାଙ୍ଗୀ ତହସିଲଦାର ଓ ବିଡ଼ିଓ ସଂପୃକ୍ତ ଗ୍ରାମରେ ଡେରା ପକାଇ ଲୋକମାନଙ୍କୁ ଭୋଟଦାନରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ । ଓଲଟି ଲମ୍ବା ଲାଇନ୍ ରେ ଛିଡ଼ା ହୋଇ ଲୋକେ ଭୋଟ ଦେଇଥିଲେ ।

ସେହିଭଳି, ଗଂଜାମ ପାତ୍ରପୁର ବ୍ଲକ୍ ର କୁଲାଢ଼ୀ ଗାଁରେ ବହୁ ଓଡ଼ିଆ ଲୋକ ଆନ୍ଧ୍ର ଭୋଟର ପରିଚୟପତ୍ର ଧରି ମତଦାନରେ ସାମିଲ ହୋଇଥିଲେ । ସ୍ଥାନୀୟ ପ୍ରଶାସନର ବାରଣକୁ ସେମାନେ ଖାତିର କରି ନ ଥିଲେ ।

ତେବେ ଗଜପତି ସୀମାନ୍ତ ମଂଜୁସା ମଣ୍ଡଳରେ ଓଡ଼ିଶାର ୬ଟି ଗାଁକୁ ସାମିଲ କରି ଆନ୍ଧ୍ର ଭୋଟ ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ଫସର ଫାଟିଥିଲା । ସ୍ଥାନୀୟ ପ୍ରଶାସନର ସାହାଯ୍ୟ, ସହଯୋଗ ପ୍ରତିଶ୍ରୁତି ପରେ ଲୋକମାନେ ଭୋଟ ଦେବାକୁ ଯାଇ ନ ଥିଲେ ।

ସୂଚନାଥାଉକି, ଗତମାସ ୩୦ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ୩ ତାରିଖରୁ ମନୋନୟନପତ୍ର ଦାଖଲ ହୋଇଥିଲା । ମାତ୍ର ସ୍ଥାନୀୟ ପ୍ରଶାସନ ପାଖରେ ଏ ଖବର ବହୁ ବିଳମ୍ବରେ ପହଞ୍ଚିଥିଲା । ରାଜ୍ୟ ସରକାର ଅନୋନ୍ୟପାୟ ହୋଇ ଶେଷ ମୁହୁର୍ତ୍ତରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାହାପୁଣି କେବଳ କୋଟିଆ ପଞ୍ଚାୟତକୁ ନେଇ ।

ଓଡ଼ିଶା ସରକାରଙ୍କ ଆବେଦନକୁ ଗ୍ରହଣ କରି ଗତକାଲି ସୁପ୍ରିମକୋର୍ଟ ଆନ୍ଧ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିଲେ । ୧୯ ତାରିଖ ପୂର୍ବରୁ ଜବାବ ଦେବା ପାଇଁ କୁହାଯାଇଛି । ତେବେ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବା ବେଳେ ଆନ୍ଧ୍ର ସରକାର ଆଜି ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଗଞ୍ଜାମ ସୀମାନ୍ତ ଗାଁ ସମେତ ବିବାଦୀୟ କୋଟିଆ ଗାଁରେ ନିର୍ବାଚନ କରିଛି ।

ଓଡ଼ିଶାରେ ଆନ୍ଧ୍ରର ଏଭଳି ଅନୁପ୍ରବେଶକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ଓ କଂଗ୍ରେସ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗଞ୍ଜାମ ଓ କୋରାପୁଟର ସୀମାନ୍ତ ଗାଁ ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ । ଆନ୍ଧ୍ର ଷଡ଼ଯନ୍ତ୍ର ଜାଣିବାରେ ଗୁଇନ୍ଦା ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଫଳସ୍ୱରୂପ ରାଜ୍ୟ ସରକାର ବିଳମ୍ବରେ ସୁପ୍ରିମକୋର୍ଟ ଗଲେ । ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକର ସୁରକ୍ଷା ପାଇଁ ରାଜ୍ୟ ସରକାର କେତେ ଚିନ୍ତିତ ତାହା ଏଥିରୁ ସ୍ପଷ୍ଟ ବୋଲି ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜିର ଦିନକୁ ଓଡ଼ିଶା ପାଇଁ ଦୁଃଖ ଓ ଲଜ୍ଜାର ଦିନ ବୋଲି କହିଛନ୍ତି । ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ ସଜବାଜ ୨ ମାସ ଧରି ଚାଲିଥିଲେ ମଧ୍ୟ ଓଡ଼ିଶା ସରକାର କ’ଣ କରୁଥିଲେ ବୋଲି ସେ ପ୍ରଶ୍ନ କରି ରାଜ୍ୟ ସରକାରଙ୍କ ଅପାରଗତାରୁ ଓଡ଼ିଶା ହାରିଲା ବୋଲି କହିଛନ୍ତି ।

ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ ।

Previous Post

ଏକାମ୍ର କ୍ଷେତ୍ରରେ ଜଳିଲା ପ୍ରତିବାଦର ଦୀପ

Next Post

ଜାତି ନନ୍ଦିଘୋଷ କନକ୍ଲେଭ୍ ରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ

Next Post
ଜାତି ନନ୍ଦିଘୋଷ କନକ୍ଲେଭ୍ ରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ

ଜାତି ନନ୍ଦିଘୋଷ କନକ୍ଲେଭ୍ ରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA