Friday, May 1, 2026 02:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

କବିତା ଭାଷା ସାହିତ୍ୟର ସର୍ବକାଳୀନ କୋମଳ ପ୍ରତିବେଦନ: ସାଧୁ ମେହେର

ରବିପ୍ରିୟ ଦାଶଙ୍କ କବିତା ପୁସ୍ତକ ‘ଅନିର୍ବାଚିତ ସ୍ୱପ୍ନ’ ଉନ୍ମୋଚିତ

by Our Correspondent
26 May, 2022- 05:47 PM
in News
1 min read
0
କବିତା ଭାଷା ସାହିତ୍ୟର ସର୍ବକାଳୀନ କୋମଳ ପ୍ରତିବେଦନ: ସାଧୁ ମେହେର

ଭୁବନେଶ୍ୱର: କବିତା ଭାଷା ସାହିତ୍ୟର ସର୍ବକାଳୀନ କୋମଳ ପ୍ରତିବେଦନ । ଏହା ସମାଜକୁ ନିଆରା, ବୌଦ୍ଧିକ ଦିଗଦର୍ଶନ ଦେବାରେ କାହିଁ କେଉଁ କାଳରୁ ଆପଣାର ସାମର୍ଥ୍ୟ ଦେଖାଇ ଆସିଛି । କବିତା ହେଉଛି ଜନଜୀବନର ପଥ ପ୍ରଦର୍ଶକ । କବି ହିଁ ବଦଳେଇ ପାରିବ ଚଳନ୍ତି ପୃଥିବୀର ବିକାର ଓ ବିକୃତିକୁ । ପରିବର୍ତ୍ତନ କରିପାରିବ କଳୁଷ କବଳିତ ମଣିଷର ହୃଦୟ, ମୂଲ୍ୟବୋଧ ଅବକ୍ଷୟର ଅବରୋଧକୁ । ସାମ୍ବାଦିକ ତଥା କବି ରବିପ୍ରିୟ ଦାଶଙ୍କ ନୂତନ କବିତା ପୁସ୍ତକ ‘ଅନିର୍ବାଚିତ ସ୍ୱପ୍ନ’ ଉନ୍ମୋଚନ କରି ଏହା କହିଛନ୍ତି ଭାରତୀୟ ଚଳଚ୍ଚିତ୍ରର ବର୍ଷିଆନ ଅଭିନେତା, ନିର୍ଦେଶକ ତଥା ପ୍ରଯୋଜକ ପଦ୍ମଶ୍ରୀ ଡକ୍ଟର ସାଧୁ ମେହେର ।

ସେ କହିଛନ୍ତି, ସାମାଜିକ ବ୍ୟବସ୍ଥା ବିଶୃଙ୍ଖଳିତ ହୋଇପଡ଼ିଛି । ପ୍ରକୃତ ମଣିଷର ଅନ୍ତଃକରଣକୁ ସଜାଡ଼ିବାକୁ ହେଲେ ବୋଧଗମ୍ୟ ଓ ପ୍ରଭାବଶାଳୀ କବିତାର ଆବଶ୍ୟକ ପଡୁଛି । କବି ରବିପ୍ରିୟ ଦାଶଙ୍କ କବିତା ଭିତରେ ସ୍ୱପ୍ନ, ପ୍ରେମ, ମନନଶୀଳତା ଓ ଦର୍ଶନର ତତ୍ତ୍ୱବୋଧ ପରିପୂର୍ଣ୍ଣ । ଏହାର ମୂଲ୍ୟବୋଧ ପ୍ରତ୍ୟେକ ଜନଜୀବନକୁ ନିଶ୍ଚୟ ପ୍ରଭାବିତ କରିବ ।

ଡକ୍ଟର ମେହେର କହିଛନ୍ତି, ରବିପ୍ରିୟଙ୍କୁ ଜଣେ ସୁଦକ୍ଷ ସାମ୍ବାଦିକ ଭାବେ ଦୀର୍ଘବର୍ଷ ଧରି ମୁଁ ଜାଣିଛି । ତାଙ୍କର କେତେକ ସୁଶୋଭିତ କବିତା ବହି ପଢ଼ି ମୁଁ ଆନନ୍ଦିତ । ‘ଅନିର୍ବାଚିତ ସ୍ୱପ୍ନ’ ଭିନ୍ନ ଢ଼ଙ୍ଗର ଏକ ନିଆରା କବିତା ବହି । କବି ଏଥିରେ ମଣିଷର ଅସହାୟତା ଓ ଦୀର୍ଘଶ୍ୱାସ ଗୁଡ଼ିକୁ ରୂପ ଦେଇଛନ୍ତି । ୨୭ଟି କବିତାରେ ସେ ଚମକ୍ରାର ଭାବେ ବାସ୍ତବତାର ବିନ୍ୟାସରେ ମଣିଷର ସମକାଳ ସମସ୍ୟାଗୁଡ଼ିକୁ ଦେଖିଛନ୍ତି । କବିତାର ଲାଳିତ୍ୟ ଓ ବୌଦ୍ଧିକତାରେ ମୁଁ ବିମୋହିତ । ଓଡ଼ିଆ ସାହିତ୍ୟକୁ ଏହି ପୁସ୍ତକର ସରଳ ଓ ଭାବୋଦ୍ଧୀପକ ଭାଷା ନିଶ୍ଚୟ ସମୃଦ୍ଧ କରିବ ବୋଲି ଡକ୍ଟର ମେହେର ଆଶା ପ୍ରକାଶ କରିଛନ୍ତି ।

Previous Post

ଉପନିର୍ବାଚନକୁ ପଛରେ ପକାଇଦେଲା ‘ଅନୁଭବ-ବର୍ଷା’ ଏପିସୋଡ୍ !

Next Post

ନନ୍ଦନକାନନରେ ବହୁତଳ ଗାଡ଼ି ପାର୍କିଂ କାର୍ଯ୍ୟକ୍ଷମ

Next Post
ନନ୍ଦନକାନନରେ ବହୁତଳ ଗାଡ଼ି ପାର୍କିଂ କାର୍ଯ୍ୟକ୍ଷମ

ନନ୍ଦନକାନନରେ ବହୁତଳ ଗାଡ଼ି ପାର୍କିଂ କାର୍ଯ୍ୟକ୍ଷମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA