Sunday, April 26, 2026 07:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅପରାଜିତା: ନିଜ ଗୋଡରେ ନିଜ କୁରାଢ଼ି !

by Our Correspondent
26 Nov, 2021- 08:08 PM
in Latest News, News, Politics
1 min read
0
ଅପରାଜିତା: ନିଜ ଗୋଡରେ ନିଜ କୁରାଢ଼ି !

ଭୁୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ ପ୍ରଦର୍ଶନକୁ ନେଇ ତାଙ୍କ ସମର୍ଥକ ଏବଂ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଗତକାଲିର ଗଣ୍ଡଗୋଳ ରାଜନୈତିକ ହଟଚମଟ ସୃଷ୍ଟି କରିଛି । ସାଂସଦ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି । ନିଜ ନିର୍ବାଚନମଣ୍ଡଳୀରେ ନିଜେ ସୁରକ୍ଷିତ ନୁହଁନ୍ତି ବୋଲି ଡିଣ୍ଡିମ୍ ପିଟିଛନ୍ତି । ବିଜେପି ସଭାପତି ସମୀର ମହାନ୍ତି ପାର୍ଟି ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀ କରି ସାଂସଦଙ୍କ ଉପରକୁ ଅଣ୍ଡାମାଡ଼ ଏବଂ ଗଣ୍ଡଗୋଳ ଘଟଣାକୁ ନିନ୍ଦା ଓ ଭର୍ତ୍ସନା କରିଛନ୍ତି ।

ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ବିରୋଧ କରି ଏମିତିକା କାଣ୍ଡ ଘଟାଇବା କଥାକୁ କେହି ସମର୍ଥନ କରିବେନି । ଦିନକ ପୂର୍ବରୁ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଅଣ୍ଡାମାଡ଼ ଘଟଣାକୁ ନିନ୍ଦା କରିଥିବା ବୁଦ୍ଧିଜୀବୀମାନେ ଭୁବନେଶ୍ୱରରେ ସାଂସଦଙ୍କ ହରକତ ଘଟଣାକୁ ସମପରିମାଣରେ ନାପସନ୍ଦ କରିଛନ୍ତି । ମୁଖ୍ୟମନ୍ତ୍ରୀ, ସାଂସଦଙ୍କ ପ୍ରତି ଏଭଳି ଅସାମାଜିକ ତତ୍ତ୍ୱକୁ କଟୁ ସମାଲୋଚନା କରାଯାଉଛି ।

ଆଚାର୍ଯ୍ୟବିହାର ଗଣ୍ଡଗୋଳ ପାଇଁ ପରଷ୍ପରକୁ ଦାୟୀ କରି ଦୁଇ ପକ୍ଷ ଥାନାରେ ଏତଲା ଦେଇଛନ୍ତି । ବରିଷ୍ଠ ନାଗରିକଙ୍କ ସଭାକୁ ଯାଇଥିବା ସାଂସଦଙ୍କୁ ବିଜେଡ଼ି କର୍ମୀମାନେ ବିରୋଧ କରି ସମର୍ଥକମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ବିଜେପି ଗୁଣ୍ଡାବାହିନୀ ୫ ଜଣ ମହିଳାଙ୍କୁ ଆକ୍ରମଣ କରିଥିବା ବିଜେଡ଼ି ପକ୍ଷରୁ ଅଭିଯୋଗ ହୋଇଛି । ଆକ୍ରମଣ ଶିକାର ହୋଇଥିବା କିଛି ବସ୍ତି ମହିଳା ସାଂସଦଙ୍କ ଗୁଣ୍ଡାବାହିନୀ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଗଣମାଧ୍ୟମରେ ବୟାନ ଦେଇଛନ୍ତି ।

ତେବେ କିଏ ସତ କହୁଛି କିଏ ମିଛ କହୁଛି ତାହା ତଦନ୍ତ ସାପେକ୍ଷ ହୋଇଥିଲା ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ ପ୍ରଦର୍ଶନରୁ ଖଣ୍ଡଯୁଦ୍ଧ ଘଟଣା ପଛରେ ଖୋଦ୍ ସାଂସଦଙ୍କ ଦଳୀୟ ବିରୋଧୀ ଗୋଷ୍ଠୀଙ୍କ ପ୍ରରୋଚନା ଏବଂ ନିଜସ୍ୱ ଗୁଣ୍ଡା ବାହିନୀର ଭୂମିକା ଉପରେ ଅଙ୍ଗୁଳି ଉଠିବା ମାମଲାକୁ ରୋଚକ ମୋଡ଼ ଦେଇଛି ।

ଏହା ସତ ଯେ ଅପରାଜିତା ନିଜକୁ ଦଳଠାରୁ ପୃଥକ୍ ରଖି ନିଜସ୍ୱ ଶକ୍ତିରେ ସମାନ୍ତରାଳ ସଂଗଠନ ଚଳାଇଛନ୍ତି । ବିଜେପିରେ ମିଶି ସାଂସଦ ହେବା ଦିନୁଁ ଏହି ଷ୍ଟାଇଲ୍ ରେ ରାଜନୀତି କରୁଛନ୍ତି । ଦଳୀୟ ଶୃଙ୍ଖଳାରେ ନିଜକୁ ବାନ୍ଧି ନାହାନ୍ତି କି ସଚ୍ଚା ନେତା ଓ କର୍ମୀଙ୍କ ସହିତ ସମ୍ପର୍କ ରଖିନାହାନ୍ତି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ନେତୃତ୍ୱ ତାଙ୍କ ବିରୋଧରେ ହାଇକମାଣ୍ଡଙ୍କ ପାଖରେ ଫେରାଦ ହୋଇଥିବାର ନଜିର ବି ରହିଛି ।

ଅତୀତରେ ଏହି କାରଣରୁ ଭୁବନେଶ୍ୱରର ବିଜେପି ସଂଗଠନ ତାଙ୍କଠାରୁ ସମ୍ପର୍କ ଛିନ୍ନ କରିଥିଲା । ତତ୍କାଳୀନ ଜିଲ୍ଲା ସଭାପତିଙ୍କୁ ସାଂସଦଙ୍କ ଗୁଣ୍ଡାବାହିନୀ ଆକ୍ରମଣ କରି ଲହୁ ଲୁହାଣ କରିଥିବାର ବି ଅଭିଯୋଗ ହୋଇଥିଲା । ସାଂସଦଙ୍କ ଅହଂକାର ଓ ମେରୀ ରାୟ ରାଜନୀତିରେ ବୋଲଗଡ଼-ବେଗୁନିଆରୁ ବାଲିପାଟଣା ଯାଏଁ ବିଜେପିର ପ୍ରକୃତ କର୍ମୀମାନେ ଅସ୍ତବ୍ୟସ୍ତ ହୋଇ ତାଙ୍କର ହାତ ଛାଡ଼ିଦେଲେଣି ।

ସୂଚନାଥାଉକି, ଗତକାଲି ଦିନବେଳେ ବାଲିପାଟଣା ଅଞ୍ଚଳରେ ସାଂସଦଙ୍କ କାର୍ କୁ ଅଣ୍ଡାମାଡ଼ କରିଥିବା ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ ବିଜେପି ଯୁବମୋର୍ଚ୍ଚା ଉପସଭାପତି ମନୋରଂଜନ ସାହୁ ଏବଂ ସ୍ଥାନୀୟ ନେତା ରାଜକିଶୋର ସାହୁ । ଏହି ଦୁହିଁଙ୍କ ପ୍ରରୋଚନାରେ ଛାତ୍ର କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିବା ଖୋଦ୍ ସାଂସଦଙ୍କ ବ୍ୟକ୍ତିଗତ ସଚିବ ଥାନାରେ ଅଭିଯୋଗ କରିଛନ୍ତି ।

ଦ୍ୱିତୀୟ ସାଂଘାତିକ କଥାଟି ହେଉଛି, ଅପରାଜିତାଙ୍କ ବିହାରୀ ଷ୍ଟାଇଲ୍ ରାଜନୀତି । କୌଣସି ଓଡ଼ିଆ ସାଂସଦ କିମ୍ବା ବିଧାୟକ ନିଜର ସୁରକ୍ଷା ପାଇଁ ବାଉନ୍ସର ରଖିବା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା । ମାତ୍ର ବିହାରରେ ଜନ୍ମିତ ଓ ପାଳିତ ଏହି ଓଡ଼ିଆ ଘରର ବୋହୁ ସାଂସଦ ହୋଇଗଲା ପରେ ଡର୍ଜନେ ବାଉନ୍ସର ସାଙ୍ଗରେ ଧରି ବୁଲୁଛନ୍ତି ।

ନିଜର ସୁରକ୍ଷା ପାଇଁ ନା ବିରୋଧୀଙ୍କୁ ଭୟଭୀତ କରିବା ପାଇଁ ସାଂସଦ ବାଉନ୍ସରଙ୍କ ଆଶ୍ରୟ ନେଇଛନ୍ତି ତାହା ବୁଝାପଡୁନାହିଁ । ଓଡ଼ିଶାରେ ନିର୍ବାଚିତ ପ୍ରତିନିଧିମାନେ ଗୁଣ୍ଡାବାହିନୀ ଧରି ବୁଲିଲେ ଆଗକୁ ବିହାର ଅବସ୍ଥା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଗଲାଣି । ଆଜି ଅପରାଜିତାଙ୍କୁ ଏହି ମର୍ମରେ ଜବାବ ଦେଇଛନ୍ତି ବିଜେଡ଼ି ପ୍ରତିପକ୍ଷ ।

ଆଗକୁ ବିଏମସି ନିର୍ବାଚନ । ଏବେଠୁ ଠେଲାପେଲା, ଟେକାପଥର ଓ ଅଣ୍ଡାମାଡ଼ ଘଟଣା ରାଜଧାନୀ ରାଜନୀତିକୁ ଗରମ କରିଦେଇଛି । ବିଜେଡ଼ିର ମାଳ ମାଳ ମେୟର ଆଶାୟୀ ନିଜର ପତିଆରା ଦେଖାଇବା ପାଇଁ ମୈଦାନକୁ ଡେଇଁଥିଲା ବେଳେ ସାଂସଦଙ୍କୁ ପାନେ ଦେବା ପାଇଁ ଦଳୀୟ ବିରୋଧୀଙ୍କ ଚକ୍ରାନ୍ତ ଏବଂ ସର୍ବୋପରି ସାଂସଦଙ୍କ ବିହାରୀ ଷ୍ଟାଇଲ୍ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହାର ପରିଣାମ ଆଗାମୀ ଦିନରେ ଜଣାପଡ଼ିବ ।

Previous Post

ରେକର୍ଡ: ବାବୁଙ୍କ ଘରୁ ମିଳିଲା ନଗଦ ୪୧.୭୭ ଲକ୍ଷ

Next Post

ତାରାଚାନ୍‌ଙ୍କ ଇଞ୍ଜିନିୟରିଂ ପଢିବା ସ୍ୱପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ

Next Post
ତାରାଚାନ୍‌ଙ୍କ ଇଞ୍ଜିନିୟରିଂ ପଢିବା ସ୍ୱପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ

ତାରାଚାନ୍‌ଙ୍କ ଇଞ୍ଜିନିୟରିଂ ପଢିବା ସ୍ୱପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA