ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସଭାପତିଙ୍କ ଅନୁମୋଦନକ୍ରମେ ଖାଲି ଥିବା ପିସିସି ବିଭିନ୍ନ କମିଟିର ଅଧ୍ୟକ୍ଷ ନିଯୁକ୍ତି ପାଇଛନ୍ତି । ପଞ୍ଚାନନ କାନୁନଗୋଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ କରାଯାଇଥିବା ବେଳେ ଯଜେ୍ଞଶ୍ୱର ବାବୁଙ୍କୁ ଏଆଇସିସି କାର୍ଯ୍ୟକ୍ରମ ରୂପାୟନ କମିଟି ଏବଂ ସଞ୍ଜୟ ତ୍ରିପାଠୀଙ୍କୁ ପ୍ରଚାର ଏବଂ ପ୍ରକାଶନ କମିଟି ଅଧ୍ୟକ୍ଷ କରାଯାଇଛି । ଏଥିସହ ପିସିସି ଶୃଙ୍ଖଳାଗତ ପଦକ୍ଷେପ କମିଟି ମଧ୍ୟ ଗଠନ କରାଯାଇଛି । ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ଏହାର ଅଧ୍ୟକ୍ଷ କରାଯାଇଛି ।
ସାଲୁଜାଙ୍କ ଅଧ୍ୟକ୍ଷତାରେ ଗଠିତ ଶୃଙ୍ଖଳା କମିଟିର ଆବାହକ ହୋଇଛନ୍ତି ଜାନକୀ ବଲ୍ଲଭ ପଟ୍ଟନାୟକ । ଭୁଜବଳ ମାଝୀ, ରାଜେନ୍ଦ୍ର ଛତ୍ରିଆ, ଦେବେନ୍ଦ୍ର ସାହୁ ଏବଂ ପ୍ରତିମା ମଲ୍ଲିକଙ୍କୁ ସଭ୍ୟ କରାଯାଇଛି ।
୧୦ ଜିଲ୍ଲାରେ ନୂଆ ସଭାପତି ନିଯୁକ୍ତ ହୋଇଛନ୍ତି । ଦୀର୍ଘ ବର୍ଷ ଧରି କୋରାପୁଟ ଜିଲ୍ଲା ସଭାପତି ରହିଥିବା ମିନାକ୍ଷୀ ବାହିନୀପତିଙ୍କୁ ବଦଳାଯାଇଛି । ତାଙ୍କ ଜାଗାରେ ଦୁର୍ଗା ଶଙ୍କର ସାହୁ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ମିନାକ୍ଷୀଙ୍କୁ ପିସିସି କମିଟିରେ ସ୍ଥାନ ମିଳିଥିଲା । ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱରେ ରଖିବା ପାଇଁ ସ୍ୱାମୀ ବିଧାୟକ ତାରା ପ୍ରସାଦ ବାହିନୀପତି କିନ୍ତୁ ଜିଦ୍ ଧରିଥିଲେ ।
ଜିଲ୍ଲା ସଭାପତି(ଡିସିସି)
ନୂଆପଡ଼ା- ସୁରେଶ କୁମାର ଆଜାଦ
କେନ୍ଦୁଝର- ମୋହନ ପରିଡ଼ା
ପୁରୀ-ଜୟରାମ ପଟ୍ଟନାୟକ
ଭଦ୍ରକ-ଅଶୋକ ଦାସ
ଅନୁଗୁଳ-ସଂଗ୍ରାମ ମିଶ୍ର
ସମ୍ବଲପୁର- ଅସିଫ୍ ଅଲ୍ଲୀ ଖାନ୍
ସୁନ୍ଦରଗଡ଼-ଦନାର୍ଦ୍ଦନ ଦେହୁରି
କୋରାପୁଟ-ଦୁର୍ଗା ଶଙ୍କର ସାହୁ
ରାୟଗଡ଼ା-ବିଜୟ କୁମାର ଗମାଙ୍ଗୋ
ଦେବଗଡ଼-ସେମ୍ ହେମ୍ବ୍ରମ୍