ଭୁବନେଶ୍ୱର: ‘ମୋର କିଛି ଦୁଃଖ କରିବାର ନାହିଁ । ନୂଆ ମନ୍ତ୍ରୀ ହୋଇଥିଲି । ଆହୁରି ସମୟ ଅଛି ଶିଖିବି । ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ନିଷ୍ଠାର ସହ କରିବି ।’ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ଗଣମାଧ୍ୟମକୁ ଆଜି ଏହି ପ୍ରତିକ୍ରିୟା ଦେଇଛନ୍ତି ରୋହିତ ପୂଜାରୀ ।
ରୋହିତ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ସବୁ କ୍ଷେତ୍ରରେ ଆଶୀର୍ବାଦ କରିଛନ୍ତି । ତାଙ୍କ ଯୋଗୁଁ ମୁଁ ଦୁଇ ଦୁଇ ଥର ବିଧାୟକ, ଉପମୁଖ୍ୟ ସଚେତକ ଏବଂ ମନ୍ତ୍ରୀ ହୋଇଛି । ମନ୍ତ୍ରୀ ଭାବେ ମୁଁ ମୋର ବେଷ୍ଟ ଏଫର୍ଟ ଦେଇଛି । କିନ୍ତୁ ମୋ କାର୍ଯ୍ୟ ହୁଏତ ମୁଖ୍ୟମନ୍ତ୍ରୀଙ୍କ ଆଶାନୁରୂପ ହୋଇପାରିନି । ତେବେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବାରେ ମୋର ଦୁଃଖ ନାହିଁ । ଆଗକୁ ସମୟ ଅଛି ଆହୁରି ଶିଖିବି । ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତାହା କରିବି ।







