Thursday, April 30, 2026 03:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ!

by Our Correspondent
06 Jul, 2021- 11:41 PM
in Latest News, National, News, Politics
1 min read
0
ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ!

ଭୁବନେଶ୍ୱର: ଆସନ୍ତାକାଲି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଦଳବଦଳ ହେବ । ପ୍ରଧାନମନ୍ତ୍ରୀଙ୍କ ଅଫିସ୍ କିମ୍ବା ବିଜେପି ପକ୍ଷରୁ ଏ ନେଇ କୌଣସି ସୂଚନା ଆସି ନ ଥିଲେ ମଧ୍ୟ ଜାତୀୟ ଗଣମାଧ୍ୟମରେ ଏହି ଖବର ଆସିଛି । ଦିନ ୧୧.୩୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ୍ ବୈଠକ ଡାକିଛନ୍ତି ଏବଂ ଏହି ବୈଠକ ପରେ ନୂଆ ମନ୍ତ୍ରୀ ତାଲିକା ଜଣାପଡ଼ିବ ବୋଲି କୁହାଯାଉଛି । ଇତିମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୋୱାଲ୍, ନାରାୟଣ ରାଣେଙ୍କ ଭଳି ହେଭିୱେଟ୍ ନେତାମାନେ ଦିଲ୍ଲୀରୁ ଡାକରା ପାଇ ପହଞ୍ଚି ସାରିଲେଣି ।

ଅଦଳବଦଳରେ ଓଡ଼ିଶାରୁ ନୂଆ ମୁହଁଙ୍କୁ ନେଇ ଏବେ ଏଠି ଜୋରଦାର ଚର୍ଚ୍ଚା । ଜାତୀୟ ଗଣମାଧ୍ୟମରେ ଯାହାଙ୍କ ନାଁ ବେଶୀ ଚର୍ଚ୍ଚା, ସେ ହେଉଛନ୍ତି ଅଶ୍ୱିନୀ ବୈଷ୍ଣବ । ଗୋଟିଏ ଦୁଇଟି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ବୈଜୟନ୍ତ ପଣ୍ଡାଙ୍କ ନାଁ ବି ଆସିଛି । ଏପରିକି ତାଙ୍କୁ ବୈଦେଶିକ ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଇଛି ।

ତେବେ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଚର୍ଚ୍ଚାର ସର୍ବାଗ୍ରେ । ରାଜନୈତିକ ପଣ୍ଡିତମାନେ ବି ଏହାକୁ ବିଶ୍ୱାସ କରିଛନ୍ତି । ସେମାନଙ୍କ ମତରେ, ପ୍ରଥମତଃ ଏହି ବ୍ୟୁରୋକ୍ରାଟ୍ ଟର୍ଣ୍ଣ ପଲିଟିସିନିଆନ୍ ଙ୍କର କେନ୍ଦ୍ରୀୟ ନେତୃତ୍ୱ ଉପରେ ଅଖଣ୍ଡ ପ୍ରଭାବ ରହିଛି । ସଂଘ ପରିବାର ସହିତ ମଧ୍ୟ ତାଙ୍କର ସୁସମ୍ପର୍କ ପୁରୁଣା । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ତାଙ୍କର ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରି ଉଭୟ ବିଜେପି ଓ ସଂଘ ପରିବାରର ନିକଟତର ହୋଇଥିଲେ । କେବଳ ପ୍ରାଶାସନିକ ଅଧିକାରୀ ଭାବେ ନୁହଁନ୍ତି ପରବର୍ତ୍ତୀ ସମୟରେ କର୍ପୋରେଟ୍ ଜଗତରେ ମଧ୍ୟ ତାଙ୍କର ବିଶେଷ ଅଭିଜ୍ଞତା ରହିଛି । ପ୍ରାଶାସନିକ ଦକ୍ଷତା ସମ୍ପନ୍ନ ନେତାଙ୍କୁ ପ୍ରଧାନମନ୍ତ୍ରୀ ଏବେ ଗୁରୁତ୍ୱ ଦେଉଥିବାରୁ ମନ୍ତ୍ରୀ ପଦ ଲାଗି ଅଶ୍ୱିନୀ ତାଙ୍କର ଫେଭରାଇଟ୍ ବୋଲି କୁହାଯାଉଛି ।

ରାଜ୍ୟ ଓ ଦଳୀୟ ସମୀକରଣ ଦୃଷ୍ଟିରୁ ଅଶ୍ୱିନୀ ମଧ୍ୟ ଅନୁକୂଳ ସ୍ଥିତିରେ । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ତାଳମେଳ ଭଲ । ଧର୍ମେନ୍ଦ୍ରଙ୍କ ପାଇଁ ସେ ଆଦୌ ଥ୍ରେଟ୍ ବା ବିପଦ ନୁହଁନ୍ତି । ଧର୍ମେନ୍ଦ୍ରଙ୍କ ଭଳି ଅଶ୍ୱିନୀଙ୍କ ଉପରେ ବିଜେପି ନେତୃତ୍ୱ ଏବଂ ସଂଘ ପରିବାରର ଆଶିର୍ବାଦ ରହିଥିବାରୁ ସେ ମନ୍ତ୍ରୀ ପଦ ପାଇବା ସମ୍ଭାବନା ଅଧିକ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

ସୂଚନାଥାଉକି, ୨୦୧୯ ରେ ଅଶ୍ୱିନୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବିଜେପିରୁ ସେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେଡ଼ି ତାଙ୍କୁ ସମର୍ଥନ କରିଥିଲା । ଏହା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା ।

Previous Post

ବିଜୟ ଅମୃତ କୁଲାଙ୍ଗେ ଏବଂ ରବିପ୍ରିୟ ଦାଶଙ୍କ ଲିଖିତ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

Next Post

ଆରପାରିରେ ଟ୍ରାଜେଡ଼ି କିଙ୍ଗ୍

Next Post
ଆରପାରିରେ ଟ୍ରାଜେଡ଼ି କିଙ୍ଗ୍

ଆରପାରିରେ ଟ୍ରାଜେଡ଼ି କିଙ୍ଗ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA