Thursday, April 30, 2026 05:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆରପାରିରେ ଟ୍ରାଜେଡ଼ି କିଙ୍ଗ୍

by Our Correspondent
07 Jul, 2021- 10:30 AM
in Latest News, News
1 min read
0
ଆରପାରିରେ ଟ୍ରାଜେଡ଼ି କିଙ୍ଗ୍

ମୁମ୍ବାଇ: ବଲିଉଡ୍ ର ଟ୍ରାଜେଡି କିଙ୍ଗ୍ ଭାବେ ଜଣାଶୁଣା କିମ୍ବଦନ୍ତୀ ନାୟକ ଦିଲ୍ଲୀପ କୁମାର ଆଉ ନାହାନ୍ତି । ୯୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନ ତଳେ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହିନ୍ଦୁଜା ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ଅବସ୍ଥାରେ ସୁଧାର ଆସି ନ ଥିଲା । ତାଙ୍କର ରକ୍ତଚାପ ଏବଂ ହେମୋଗ୍ଲୋବିନ୍ ସ୍ତର କ୍ରମାଗତ ହ୍ରାସ୍ ପାଇବାରୁ ଆଜି ସକାଳ ସାଢ଼େ ସାତଟାରେ ତାଙ୍କର ପରଲୋକ ହୋଇଥିଲା । ଏହି କିମ୍ବଦନ୍ତୀ ପୁରୁଷଙ୍କ ମୃତ୍ୟୁ ଯୋଗୁଁ ସମଗ୍ର ବଲିଉଡ୍ ରେ ଶୋକର ଛାୟା ଖେଳିଯାଇଛି ।

ଭାରତୀୟ ଚଳଚିତ୍ର ଜଗତର ସର୍ବକାଳୀନ ମହାନ୍ ଅଭିନେତା ହେଉଛନ୍ତି ଦିଲ୍ଲୀପ କୁମାର । ତାଙ୍କର ଅସାଧାରଣ ପ୍ରତିଭା ଯୁଗ ଯୁଗ ପାଇଁ ପ୍ରେରଣାଦାୟୀ ହୋଇରହିବ । ୧୯୪୪ରେ ନିଜର ପ୍ରଥମ ଫିଲ୍ମ ଦିଲ୍ଲୀପ କୁମାରଙ୍କୁ ବିଫଳତା ଦେଇଥିଲେ ମଧ୍ୟ ଦୁଇବର୍ଷ ପରେ ୧୯୪୭ ମସିହାରେ ତାଙ୍କ ଦ୍ୱିତୀୟ ଫିଲ୍ମ ଜୁଗୁନ୍ ବକ୍ସ ଅଫିସ୍ ହିଟ୍ କରିଥିଲା । ଏହାର ଦୁଇବର୍ଷ ପରେ ୧୯୪୯ ରେ ତାଙ୍କ ଅଭିନୀତ ଫିଲ୍ମ ଅନ୍ଦାଜ୍ ତାଙ୍କୁ ବିଗ୍ ଷ୍ଟାର୍ ର ଆଖ୍ୟା ଦେଇଥିଲା । ଏହି ଫିଲ୍ମରେ ରାଜକପୁର ଏବଂ ନର୍ଗିସ ମଧ୍ୟ ଅଭିନୟ କରିଥିଲେ ।

ତାଙ୍କ ଅଭିନୀତ ହିଟ୍ ଓ ଚର୍ଚ୍ଚିତ ଚଳଚିତ୍ର ମଧ୍ୟରେ ରହିଛି ଦେବଦାସ, ରାମ ଔର୍ ଶ୍ୟାମ୍, ନୟା ଦୌର୍, ମଧୁମତୀ, କ୍ରାନ୍ତି, ବିଧାତା, ଶକ୍ତି ଏବଂ ମଶାଲ୍ ।

୧୯୫୪ ମସିହାରେ ସେ ପ୍ରଥମ ଅଭିନେତା ଭାବେ ଫିଲ୍ମ ଫେୟାର୍ ବେଷ୍ଟ ଆକ୍ଟର୍ ଆୱାର୍ଡ ପାଇଥିଲେ । ଶ୍ରେଷ୍ଠ ଅଭିନେତା ଭାବେ ସେ ସର୍ବାଧିକ ୮ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ । ଜଣେ ଅଭିନେତା ଭାବେ ସଂଖ୍ୟାଧିକ ପୁରସ୍କାର ପାଇ ସେ ଗିନିଜ୍ ୱାର୍ଲଡ୍ ରେକର୍ଡ ରେ ସ୍ଥାନ ପାଇଛନ୍ତି । ଏହି ମହାନ୍ ଅଭିନେତାଙ୍କୁ ୧୯୯୪ ରେ ଦାଦା ସାହେବ ଫାଲକେ ସମ୍ମାନ ଏବଂ ୨୦୧୫ ରେ ପଦ୍ମବିଭୂଷଣ ସମ୍ମାନ ମିଳିଥିଲା ।

ଦିଲ୍ଲୀପ କୁମାରଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ବହୁ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ବଲିଉଡ୍ ଓ ସାଂସ୍କୃତିକ ଜଗତ ପାଇଁ ଏହା ଅପୂରଣୀୟ କ୍ଷତି ବୋଲି ସେମାନେ ଉଲ୍ଲେଖ କରି ବଲିଉଡ ଜଗତରେ ଗୋଟିଏ ଅଧ୍ୟାୟର ଅବସାନ ଘଟିଲା ବୋଲି ନିଜ ଶୋକବାର୍ତ୍ତାରେ କହିଛନ୍ତି ।

Previous Post

ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ!

Next Post

ମନ୍ତ୍ରୀ ପଦରୁ ଗଲେ ପ୍ରତାପ ଷଡ଼ଙ୍ଗୀ

Next Post
ମନ୍ତ୍ରୀ ପଦରୁ ଗଲେ ପ୍ରତାପ ଷଡ଼ଙ୍ଗୀ

ମନ୍ତ୍ରୀ ପଦରୁ ଗଲେ ପ୍ରତାପ ଷଡ଼ଙ୍ଗୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA