Saturday, June 27, 2026 07:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନ୍ତ୍ରୀ ପଦରୁ ଗଲେ ପ୍ରତାପ ଷଡ଼ଙ୍ଗୀ

ସଂଧ୍ୟାରେ ଶପଥ ନେବେ ୪୩ ମନ୍ତ୍ରୀ, ଓଡ଼ିଶାରୁ ଅଶ୍ୱିନୀ, ବିଶ୍ୱେଶ୍ୱର

by Our Correspondent
07 Jul, 2021- 02:45 PM
in Latest News, News
1 min read
0
ମନ୍ତ୍ରୀ ପଦରୁ ଗଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ: ଆଜି ସଂଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବେ । ନୂଆ ଓ ପୁରୁଣାଙ୍କୁ ମିଶାଇ ୪୩ ଜଣ ମନ୍ତ୍ରୀ ଶପଥ ନେବେ ବୋଲି ଜଣାପଡ଼ିଛି । ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳୁଥିବା ଏକପ୍ରକାର ନିଶ୍ଚିତ ହୋଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇବା ପରେ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ଶେଷ ଖବର ଅନୁଯାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମଧ୍ୟ ଇସ୍ତଫା ଦେଇଛନ୍ତି ।

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଅବ୍ୟବହିତ ପୂର୍ବରୁ ମୋଦିଙ୍କ ଟିମ୍ ର ରୂପରେଖ ପ୍ରକାଶ ପାଇଛି । ସମ୍ପ୍ରସାରଣ ପରେ ମୋଦିଙ୍କ କ୍ୟାବିନେଟ୍ ରେ ୪ ପୂର୍ବତନ ମୁଖ୍ୟମନ୍ତ୍ରୀ, ୧୮ ପୂର୍ବତନ ମନ୍ତ୍ରୀ, ୩୯ ପୂର୍ବତନ ବିଧାୟକ, ୨୩ ଅଭିଜ୍ଞ ସାଂସଦ ଏବଂ ୧୧ ମହିଳାଙ୍କୁ ଦେଖିବାକୁ ମିଳିବ । ଏଥିରେ ଦଳିତ ସମ୍ପ୍ରଦାୟରୁ ୧୨ ଜଣ ଏବଂ ଆଦିବାସୀ ସମ୍ପ୍ରଦାୟରୁ ୮ ଜଣଙ୍କର ପ୍ରତିନିଧିତ୍ୱ ରହିବ । ଓବିସି ସମ୍ପ୍ରଦାୟରୁ ରହିବେ ରେକର୍ଡ ସଂଖ୍ୟକ ୨୭ ଜଣ ମନ୍ତ୍ରୀ । ୧୧ ଜଣ ମହିଳାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ମନ୍ତ୍ରୀ ପରିଷଦରେ ସମୁଦାୟ ୭ ଜଣ ପୂର୍ବତନ ବ୍ୟୁରୋକ୍ରାଟ୍ ରହିବେ ।

ମିଳିଥିବା ସୂଚନା ଅନୁଯାୟୀ, ୭ ଜଣ ମନ୍ତ୍ରୀଙ୍କୁ ପଦୋନ୍ନତି ଦିଆଯାଉଥିବା ବେଳେ ୬ ରୁ ଅଧିକ ମନ୍ତ୍ରୀ ବାଦ୍ ପଡ଼ିବେ । ପଦୋନ୍ନତି ପାଉଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ଅନୁରାଗ ଠାକୁର, ପରଷୋତ୍ତମ ରୁପାଲା, ହରଦୀପ ପୁରୀ, ଜି.କିଷାନ ରେଡ୍ଡୀ, ମନସୁଖ ମନ୍ଦଭିୟା, କିରେନ୍ ରିଜୁଜୁ ଏବଂ ଆର.କେ.ସିଂହ । ବାଦ୍ ପଡୁଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ରମେଶ ପୋଖରିୟାଲ୍, ସଦାନନ୍ଦ ଗୌଡ଼, ଦେବଶ୍ରୀ ଚୌଧୁରୀ, ସନ୍ତୋଷ ଗଙ୍ଗୱରବାବୁଲ ସୁପ୍ରିୟୋ, ଡ. ହର୍ଷବର୍ଦ୍ଧନ ଏବଂ ପ୍ରତାପ ଷଡ଼ଙ୍ଗୀ ।

ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ଭାବ୍ୟ ମନ୍ତ୍ରୀମାନଙ୍କୁ ନିଜ ବାସଭବନକୁ ଡାକି କଥା ହୋଇଥିଲେ । ସମୁଦାୟ ୪୭ ଜଣ ସାଂସଦଙ୍କୁ ଡାକିଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଏବଂ ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଉପସ୍ଥିତ ଥିଲେ । ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବାକୁ ତାଙ୍କୁ କୁହାଯାଇଥିବା ଶ୍ରୀ ଟୁଡୁ ଗଣମାଧ୍ୟମକୁ କହିଛନ୍ତି ।

ଚର୍ଚ୍ଚା ହେଉଥିବା ସମ୍ଭାବ୍ୟ ମନ୍ତ୍ରୀ ତାଲିକା

ଜ୍ୟୋତିରାଦିତ୍ୟ ସିନ୍ଧିଆ(ମଧ୍ୟ ପ୍ରଦେଶ), ସର୍ବାନନ୍ଦ ସୋନୱାଲ୍(ଆସାମ), ନାରାୟଣ ରାଣେ(ମହାରାଷ୍ଟ୍ର), ସୁଶୀଲ ମୋଦି(ବିହାର), ରୀତା ବହୁଗୁଣା ଯୋଶୀ(ୟୁପି), ଭୂପେନ୍ଦ୍ର ଯାଦବ, ଶାନ୍ତନୁ ଠାକୁର(ପଶ୍ଚିମବଙ୍ଗ), ମୀନାକ୍ଷୀ ଲେଖି(ନୂଆଦିଲ୍ଲୀ), ଅନୁପ୍ରିୟା ପଟେଲ(ସଭାପତି, ଅପନା ଦଳ), ଶୋଭା କରଣ୍ଡାଲାଜେ(କର୍ଣ୍ଣାଟକ), ସୟଦ ଜାଫର ଇସଲାମ୍, ଅଜୟ ଭଟ୍ଟ, ସ୍ୱତନ୍ତ୍ର ଦେବ ସିଂହ(ୟୁପି), ଅଶ୍ୱିନୀ ବୈଷ୍ଣବ(ଓଡ଼ିଶା), ପ୍ରୀତମ୍ ଗୋପିନାଥ ରାଓ ମୁଣ୍ଡେ(ମହାରାଷ୍ଟ୍ର), ହୀନା ଗାଭିଟ(ମହାରାଷ୍ଟ୍ର), ବରୁଣ ଗାନ୍ଧୀ(ୟୁପି), ପଶୁପତି ନାଗ ପାରସ(ବିହାର), ପ୍ରବୀଣ ନିଶାଦ, କପିଳ ପାଟିଲ(ମହାରାଷ୍ଟ୍ର), ଅଜୟ ମିଶ୍ର(ୟୁପି), ସୁନୀତା ଡୁଗଲ(ହରିୟାନା), ରାଜୀବ ରଂଜନ ସିଂହ(ବିହାର), ବିଶ୍ୱେଶ୍ୱର ଟୁଡୁ(ଓଡ଼ିଶା) ।

Previous Post

ଆରପାରିରେ ଟ୍ରାଜେଡ଼ି କିଙ୍ଗ୍

Next Post

ଆସିଲା ନୂଆ ମନ୍ତ୍ରୀ ତାଲିକା

Next Post
ଆସିଲା ନୂଆ ମନ୍ତ୍ରୀ ତାଲିକା

ଆସିଲା ନୂଆ ମନ୍ତ୍ରୀ ତାଲିକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA