Wednesday, April 22, 2026 05:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ମିଳିମିଶି ଚାପିଦେଲେ ରାଜ୍ୟପାଳଙ୍କ ପୁଅ ମାମଲା !

ବିଧାନସଭାରେ ଆଉ ଉଠିବ ତ ?

by Our Correspondent
19 Aug, 2024- 06:37 PM
in Crime, Latest News, News
1 min read
0
ମିଳିମିଶି ଚାପିଦେଲେ ରାଜ୍ୟପାଳଙ୍କ ପୁଅ ମାମଲା !

ଭୁବନେଶ୍ୱର: ଓଡ଼ିଆ ଅସ୍ମିତା କଥା କହି କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାରଙ୍କ ଅସଲ ଚେହେରା ମାତ୍ର ୨ ମାସରେ ପଦାରେ ପଡ଼ିଲାଣି । ଜଣେ ଓଡ଼ିଆ ଅଧିକାରୀଙ୍କୁ ଦଳେ ଝାଡ଼ଖଣ୍ଡୀ ଯୁବକ ପିଟି ରକ୍ତାକ୍ତ କରିଦେଲେ । ଜୋତାରେ ଛେପ ପକାଇ ଚଟେଇଲେ । ମାତ୍ର ଆଇନ ଆଖିରେ ସେମାନେ ଦୋଷୀ ହେଲେନି । କାରଣ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ରାଜ୍ୟପାଳ ରଘୁବର ଦାସଙ୍କ ପୁଅ । ତେଣୁକରି ପୁଲିସ ଏହି ମାମଲାରେ ମୁଣ୍ଡ ପୂରାଇଲାନି । ମୋହନ ସରକାର ମାମଲାଟିକୁ ବିନା ସଙ୍କୋଚରେ ଫାଙ୍କିଦେଲେ । ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ବି ଚୁପ୍ ପଡ଼ିଗଲେ । ପୀଡ଼ିତଙ୍କ ପାଇଁ ନ୍ୟାୟ ମାଗୁଥିବା ଏଏସଓ ସଂଘ ଏବଂ ସଚିବାଳୟ କର୍ମଚାରୀ ସଂଘ ପାଟି ବନ୍ଦ କରିଦେଲେ । ଶେଷରେ ପ୍ରମୁଖ ଗଣମାଧ୍ୟମଗୁଡ଼ିକ ମଧ୍ୟ ଏହି ଖବରକୁ ଚାପିଦେଲେ ।

ଏ ହେଉଛି ଆମ ରାଜ୍ୟର ଆଜିକା ସ୍ଥିତି । ପୂର୍ବ ବିଜେଡି ସରକାର ମୁଣ୍ଡରେ ଅପରାଧୀମାନଙ୍କୁ ଘଣ୍ଟ ଘୋଡ଼ାଇବାର ଅପବାଦ ଲଗାଇଥିବା ନୂଆ ବିଜେପି ସରକାର ନିଜକୁ ଭିନ୍ନ କରିପାରିନାହାନ୍ତି । ଓଳିଆରୁ ଗଜା ହେବା ଭଳି କେଉଁ ଅପରାଧୀଙ୍କୁ ଆଇନର ଛାଟ ବାଜିବ, ଆଉ କାହାରିକୁ ବାଜିବ ନାହିଁ ତାହାର ମାନଦଣ୍ଡ ଆରମ୍ଭରୁ ନିର୍ଦ୍ଧାରଣ କରିଛନ୍ତି । ଅର୍ଥାତ ଆଇନକୁ ନିଜ ବାଟରେ ଯିବାକୁ ଦେଇନାହାନ୍ତି ମୋହନ ସରକାର । ଗଣମାଧ୍ୟମରେ ମିଛ ବୟାନ ଦେଇ ଲୋକଙ୍କୁ ଭୂଆଁ ଭୁଲାଇବାର କଳାକୌଶଳରେ ବି ବିଜେପି ମନ୍ତ୍ରୀ ପଛରେ ନାହାନ୍ତି ।

କାରଣ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଧାନସଭାକୁ ଅଚଳ କରିବା ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମରେ ସରକାରଙ୍କ ଆଭିମୁଖ୍ୟ ରଖିଥିଲେ । କହିଥିଲେ, ଏଏସଓଙ୍କୁ ରାଜ୍ୟପାଳ ପୁଅ ମାଡ଼ ମାରିଥିବା ଅଭିଯୋଗ ଉପରେ ଜିଲ୍ଲାପାଳ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବେ । ଏହି ରିପୋର୍ଟ ଆଧାରରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତେଣିକି ଦୋଷୀ ଯିଏ ହୁଅନ୍ତୁ ନା କାହିଁକି । ଅତି ଦମ୍ଭର ସହ ଖୁବ୍ ସ୍ପଷ୍ଟ ଭାବେ ଏହି ବୟାନ ଦେଇଥିଲେ ଆଇନମନ୍ତ୍ରୀ ।

ମାତ୍ର ଆଇନମନ୍ତ୍ରୀଙ୍କର ବୟାନକୁ ମାସେ ପୂରିବାକୁ ବସିଲାଣି, କିନ୍ତୁ ଜିଲ୍ଲାପାଳଙ୍କ ରିପୋର୍ଟ ଆସିଲା ନାହିଁ । ତେଣୁ କାର୍ଯ୍ୟାନୁଷ୍ଠାନ କଥା ନ କହିବା ଭଲ । ଜିଲ୍ଲାପାଳଙ୍କ ରିପୋର୍ଟ କୁଆଡ଼େ ଗଲା, ପ୍ରମୁଖ ଗଣମାଧ୍ୟମଗୁଡ଼ିକ ମଧ୍ୟ ପ୍ରଶ୍ନ କଲେ ନାହିଁ । ତାଙ୍କ ସଂଘ ଫଘ ବି କେହି କିଛି କହିଲେନି । ବୋଧହୁଏ ସରକାର ଏହା ଚାହିଁଥିଲେ । ଅତଏବ ଯୋଜନାବଦ୍ଧ ଭାବେ ମାମଲାକୁ ଚାପି ଦିଆଯାଇଛି ।

ଉକ୍ତ ମାମଲା ସମ୍ପର୍କରେ ଆମେ ପାଠକମାନଙ୍କୁ ଆଉ ଥରେ ମନେ ପକାଇ ଦେଉଛୁ ।

ଜୁଲାଇ ୭ ତାରିଖ ରାତିରେ ପୁରୀ ରାଜଭବନରେ ଅଘଟଣ ଘଟିଥିଲା । ଏଏସଓ ବୈକୁଣ୍ଠ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଏବଂ ତାଙ୍କର ୫ ଜଣ ସହଯୋଗୀ ମିଶି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ପିଟିଥିଲେ । ହତ୍ୟା ଧମକ ଦେଇ ଡ଼ରାଇଥିଲେ । ଜୋତାରେ ଛେପ ପକାଇ ଚାଟିବାକୁ କହିଥିଲେ । ରାଜ୍ୟପାଳଙ୍କ ପୁଅ ଥିଲେ ଏହି ଅଘଟଣର ମୁଖ୍ୟ ଖଳନାୟକ ।

ମାଡ଼ ଓ ନିର୍ଯ୍ୟାତନା ପାଇଥିବା ଏଏସଓ ଶ୍ରୀ ପ୍ରଧାନ ପରଦିନ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ । ପରେ ତାଙ୍କ ପତ୍ନୀ ପୁରୀ ସମୁଦ୍ର କୂଳ ଥାନାରେ ଏତଲା ଦେଇଥିଲେ । ପୁଲିସ ପ୍ରଥମେ ଏତଲା ରଖୁ ନ ଥିଲା । ମାତ୍ର ରାଜ୍ୟ ସଚିବାଳୟ ସଂଘର ହସ୍ତକ୍ଷେପରେ ପୁଲିସ ଏତଲାକୁ ଥାନାରେ ରେଜିଷ୍ଟ୍ରି କଲା । ହେଲେ ତଦନ୍ତ କଲା ନାହିଁ ।
୧୩ ତାରିଖରେ ଡିସିପି ପ୍ରତୀକ ସିଂଙ୍କ ଉପସ୍ଥିତିରେ ରାଜ୍ୟପାଳ ଶ୍ରୀ ଦାସ ପୀଡ଼ିତ ଓ ତାଙ୍କ ପରିବାରଙ୍କ ସହ ରାଜଭବନରେ ଆଲୋଚନା କରିଥିଲେ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଜେ ରାଜ୍ୟପାଳ ପ୍ରତିଶ୍ରୁତି ଦେଇ ୭ ଦିନ ସମୟ ନେଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଷ୍ଟିକୁ ବି ମାମଲା ଅଣାଯାଇଥିଲା ଏବଂ ସମାନ ପ୍ରତିଶ୍ରୁତି ମିଳିଥିଲା ।

ଏହି ଘଟଣାକୁ ଦେଢ଼ମାସ ପୂରିଯିବ । ମାତ୍ର ଏ ପର୍ଯ୍ୟନ୍ତ ଏହି ଅପରାଧିକ ମାମଲାର ତଦନ୍ତ ପୁଲିସ କଲାନି । ବିଧାନସଭାରେ ଏହାକୁ ନେଇ ଝଡ଼ ବୋହିବା ପରେ ଆଇନମନ୍ତ୍ରୀ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆସିଲାନି । ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ଏହି ପ୍ରସଙ୍ଗ ଉଠୁଛି ନା ନାଇଁ ତାହା ଦେଖିବାର କଥା ।

 

Previous Post

କିଟ୍‍ର ୬ ଇଞ୍ଜିନୟରିଂ ପାଠ୍ୟକ୍ରମକୁ ଆବେଟ୍‍ ସ୍ୱୀକୃତି

Next Post

‘ମୋହନ ଭାଇ’ଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀମାନେ

Next Post
‘ମୋହନ ଭାଇ’ଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀମାନେ

'ମୋହନ ଭାଇ'ଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀମାନେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA