Tuesday, June 23, 2026 11:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ମୋହନ ଭାଇ’ଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀମାନେ

by Our Correspondent
19 Aug, 2024- 07:39 PM
in Latest News, News
1 min read
0
‘ମୋହନ ଭାଇ’ଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀମାନେ

ଭୁବନେଶ୍ୱର: ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଏହି ଅବସରରେ ରାଜ୍ୟ ଅତିଥି ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରୁ ଝିଅମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସେମାନଙ୍କ ପାଇଁ ଥିଲେ ଆଦରର ‘ମୋହନ ଭାଇ’ । ଝିଅ, ମହିଳା ଓ କୁନି କୁନି ପିଲାମାନେ ଆସି ବନ୍ଦାପନା କରି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବା ସହିତ ମିଠା ଖୁଆଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶୀର୍ବାଦ ଦେଇ ଉପହାର ମଧ୍ୟ ଦେଇଥିଲେ।

ଏହି ଅବସରରେ ଗଣ ମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଆଜି ମଧ୍ୟ ଗହ୍ମା ପୂର୍ଣ୍ଣମୀ ପର୍ବ। ଏହି ଅବସରରେ ରାଜ୍ୟର ସବୁ ଭଉଣୀ ମାନଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିବା ସହିତ ସମସ୍ତେ ଯେପରି ସୁରକ୍ଷାର ସହିତ ରହିବେ ସେଥିପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ ଯେ ଭଉଣୀ ମାନଙ୍କ ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

ପରିବର୍ତ୍ତନର ଏ ସମୟରେ ସମସ୍ତେ ଯେପରି ଭଲରେ ରହିବେ ସେଥିପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏକ ଶାନ୍ତ, ସ୍ନିଗ୍ଧ ଓ ଆନନ୍ଦମୟ ପରିବେଶ ମଧ୍ୟରେ ସମ୍ପାଦିତ ହୋଇଥିଲା ଆଜିର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ। ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ସଂସ୍ଥାର ୫୦୦ ରୁ ଅଧିକ ଝିଅ ଓ ମହିଳା ମାନେ ମୁଖ୍ୟମନ୍ତ୍ରୀ ଙ୍କ ହାତ ରେ ରାକ୍ଷୀ ବାନ୍ଧିଥିଲେ।

ପ୍ରଥମେ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ନିଜ ଭଉଣୀ ରାସମଣୀ ମାଝୀ। ମୁଖ୍ୟମନ୍ତ୍ରୀଙ୍କୁ ସେ ବନ୍ଦାପନା କରି ମିଠା ଖୁଆଇ ରାକ୍ଷୀ ବାନ୍ଧିଥିଲେ। ଏହାପରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ବରିଷ୍ଠ ନେତ୍ରୀ ପୂର୍ଣ୍ଣିମା କେରକେଟା ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଥିଲେ। ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ବାବୁ ସିଂହ ଅନ୍ୟ ପ୍ରମୁଖ ନେତା ମାନେ ଉପସ୍ଥିତ ଥିଲେ।

ଯେଉଁ ସଂସ୍ଥାର ପିଲାମାନେ ଆଜି ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେମାନେ ହେଲେ ସଫେଇ କର୍ମଚାରୀ(BMC), ବ୍ରହ୍ମପୁରର ଦିବ୍ୟାଙ୍ଗ ଅନୁଷ୍ଠାନ, ମାନସିକ ଅନଗ୍ରସର ପିଲାମାନେ, ଭୁବନେଶ୍ୱର ଏସ. ଓ . ଏସ ଭିଲେଜର ପିଲାମାନେ, ପ୍ରଜାପିତା ବ୍ରହ୍ମକୁମାରୀ, ମହିଳା କର୍ମଜୀବୀ ସାମ୍ବାଦିକ, ମହିଳା ସାମାଜିକ ଅନୁଷ୍ଠାନ, ମହିଳା ଚଳଚ୍ଚିତ୍ର ତାରକା, ଓକିଲ, ବିଜେପି ମହିଳା ମୋର୍ଚ୍ଚା, ସେବିକା ସମିତି, ଦୁର୍ଗା ବାହିନୀ, ମହିଳା କର୍ପୋରେଟର ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ l

ଏହା ସହିତ ତମାଣ୍ଡ, ଧର୍ମ ବିହାର, ପଞ୍ଚସଖା ନଗର, ୟୁନିଟ-୮, ବରମୁଣ୍ଡା, କଳିଙ୍ଗ ବିହାର, ନିଳାଦ୍ରୀ ବିହାର, ଜୟଦେବ ବିହାର, ଭୀମଟାଙ୍ଗି, ଆଦିମାତା କଲୋନୀ, ନିମାପଡ଼ା ଓ ୟୁନିଟ-୩ ପ୍ରଭୃତି ଅଞ୍ଚଳର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଗଣ, ଭୁବନେଶ୍ୱର ତପୋବନ ହାଇ ସ୍କୁଲ, କ୍ୟାପିଟାଲ ଗାର୍ଲସ ହାଇସ୍କୁଲ, ଶିରିପୁର ଆଶ୍ରମ ସ୍କୁଲ, ସାଇ ଇଣ୍ଟରନେସନାଲ ସ୍କୁଲ, ତକ୍ଷଶିଳା,ମଦରସ ସ୍କୁଲ,ଉତ୍କଳ ବିଶ୍ଵବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ମହର୍ଷି ମହିଳା ମହାବିଦ୍ୟାଳୟ, ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟ, ରାଜଧାନୀ ମହାବିଦ୍ୟାଳୟ, ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟ ଆଦି ର ର ଛାତ୍ରୀ ମାନେ ଯୋଗ ଦେଇଥିଲେ।

Previous Post

ମିଳିମିଶି ଚାପିଦେଲେ ରାଜ୍ୟପାଳଙ୍କ ପୁଅ ମାମଲା !

Next Post

ନବୀନ ନିବାସରେ ରକ୍ଷା ବନ୍ଧନ

Next Post
ନବୀନ ନିବାସରେ ରକ୍ଷା ବନ୍ଧନ

ନବୀନ ନିବାସରେ ରକ୍ଷା ବନ୍ଧନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA