ଭୁବନେଶ୍ୱର: ରକ୍ଷା ବନ୍ଧନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ ରାଖୀ ପାଇଁ ଅଭିନନ୍ଦନ ଜଣାଇଥିଲେ।
ଭୁବନେଶ୍ୱର ଭରତପୁର ସ୍ଥିତ ଲୁଇ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ର ଦୃଷ୍ଟି ବାଧିତ କୁନି କୁନି ଝିଅମାନେ ପ୍ରଥମେ ଶ୍ରୀ ପଟ୍ଟନାୟକଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ପିଲାମାନଙ୍କୁ ଆଶୀର୍ବାଦ କରିବା ସହ ସମସ୍ତଙ୍କୁ ଉପହାର ଦେଇଥିଲେ। ପରେ ପରେ ଲା କିଡ଼ସ ପ୍ଲେ ସ୍କୁଲ ର କୁନି କୁନି ପିଲାମାନେ ରାଖୀ ବାନ୍ଧିଥିଲେ।
ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ବିଭିନ୍ନ ୱାର୍ଡର କର୍ପୋରେଟର ମାନେ ମଧ୍ୟ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଖୀ ବାନ୍ଧିଥିଲେ।
ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ବିଜୁ ଜନତା ଦଳ ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର, ଭାରତ ସ୍କାଉଟ ଏବଂ ଗାଇଡିସ ର ସ୍ବେଛାସେବୀମାନେ ଭୁବନେଶ୍ୱର ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାରୀ ଓ ବ୍ରାହ୍ମକୁମାର ମାନେ. ଲିଙ୍ଗରାଜ ବିହାର ଓ ଏୟାର ପୋର୍ଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଓ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ମାନେ ଶ୍ରୀ ପଟ୍ଟନାୟକଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ।