Tuesday, June 23, 2026 08:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସେମିକଣ୍ଡକ୍ଟର୍ସ କ୍ଷେତ୍ରରେ ସହଯୋଗିତା ନେଇ ସୋଆ ଏବଂ ଭିଏସ୍‌ଆଇ ମଧ୍ୟରେ ବୁଝାମଣା

by Our Correspondent
19 Aug, 2024- 07:57 PM
in Latest News, News
1 min read
0
ସେମିକଣ୍ଡକ୍ଟର୍ସ କ୍ଷେତ୍ରରେ ସହଯୋଗିତା ନେଇ ସୋଆ ଏବଂ ଭିଏସ୍‌ଆଇ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ ବେଙ୍ଗାଲୁରୁ ସ୍ଥିତ ଭେରି ଲାର୍ଜ ସ୍କେଲ୍ ଇନ୍‌ଟିଗ୍ରେସନ୍ ସୋସାଇଟି ଅଫ୍ ଇଣ୍ଡିଆ (ଭିଏସ୍‌ଆଇ) ମଧ୍ୟରେ ଶନିବାର ସେମିକଣ୍ଡକ୍ଟର୍ସ ଏବଂ ଭିଏଲ୍‌ଏସ୍‌ଆଇ ଡିଜାଇନ୍ କ୍ଷେତ୍ରରେ ଗବେଷଣା, ଷ୍ଟାର୍ଟଅପ୍‌ସ, ପ୍ରତିଭା ଓ ନିଯୁକ୍ତି ନିମନ୍ତେ ସୁଯୋଗ ବିକଶିତ କରିବା ପାଇଁ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି । ଏହି ବୁଝାମଣା ଦ୍ୱାରା ସୋଆ ବର୍ତମାନ ଓ ଭବିଷ୍ୟତରେ ଭାରତର ସେମିକଣ୍ଡକ୍ଟର ଶିଳ୍ପକୁ ବୃଦ୍ଧି କରିବା ନିମନ୍ତେ ଉଦ୍‌ଭାବନ ଗବେଷଣା ଓ ପ୍ରତିଭାକୁ ବଳିଷ୍ଠ କରିପାରିବ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଭିଏସ୍‌ଆଇର ସଭାପତି ଡକ୍ଟର ସତ୍ୟ ଗୁପ୍ତା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

ବୁଝାମଣା ଅନୁଯାୟୀ ସୋଆ ଏବଂ ଭିଏସ୍‌ଆଇ ଗବେଷଣା ଓ ଉଦ୍‌ଭାବନ କ୍ଷେତ୍ରକୁ ନେଇ ମିଳିତ ଭାବେ କାର୍ଯ୍ୟ କରିବେ । ସେହିପରି ଭିଏଲ୍‌ଏସ୍‌ଆଇ ଡିଜାଇନ୍ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରର ବର୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିଏସ୍‌ଆଇ ଏବଂ ସୋଆ ମିଳିତ ଭାବେ ଗବେଷଣା କରିବେ ।

ଏହି ଦୁଇ ଅନୁଷ୍ଠାନ ମିଳିତ ଭାବେ କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିଙ୍କ ପାଇଁ ଆୟୋଜନ କରିବେ । ନିଜର ଇଣ୍ଡଷ୍ଟ୍ରି ଭଲ୍ୟୁଂଟର ନେଟୱାର୍କ ମାଧ୍ୟମରେ ଭିଏସ୍‌ଆଇ ବିଶେଷଜ୍ଞଙ୍କ ଦ୍ୱାରା ବକ୍ତୃତା, ପ୍ରୋଜେକ୍ଟ ଆୟୋଜନ କରିବା ସହ ସୋଆର ଅଣ୍ଡରଗ୍ରାଜୁଏଟ୍‌, ପୋଷ୍ଟଗ୍ରାଜୁଏଟ୍ ଏବଂ ଡକ୍ଟରେଟ୍ କ୍ଷେତ୍ରର ଛାତ୍ରଛାତ୍ରୀଙ୍କର ଇନ୍‌ଟର୍ଣ୍ଣସିପ୍ ସୁଯୋଗ ସୃଷ୍ଟି ଓ ପରାମର୍ଶ ଦ୍ୱାରା ସାହାଯ୍ୟ ପ୍ରଦାନ କରିବ ।

ଦୁଇ ଅନୁଷ୍ଠାନ ଭିଏଲ୍‌ଏସ୍‌ଆଇ ଡିଜାଇନ୍ ଏବଂ ସେମିକଣ୍ଡକ୍ଟର ପାଠ୍ୟକ୍ରମକୁ ଅଣ୍ଡରଗ୍ରାଜୁଏଟ୍‌, ପୋଷ୍ଟଗ୍ରାଜୁଏଟ୍ ଏବଂ ଡକ୍ଟରେଟ୍ କ୍ଷେତ୍ରରେ ସାମିଲ କରିବା ପାଇଁ ମଧ୍ୟ ମିଳିତ ଭାବେ କାର୍ଯ୍ୟ କରିବେ । ଏଥିରେ ଭିଏସ୍‌ଆଇ ସାହାଯ୍ୟ କରିବ ।

ଏହାଛଡ଼ା ଭିଏସ୍‌ଆଇ ଏବଂ ସୋଆ ହାଇସ୍କୁଲ୍ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ନିଯୁକ୍ତି ସୁଯୋଗ ତଥା ଏହି ବିଷୟକୁ ନିଜର ଇଞ୍ଜିନିୟରିଂ ବ୍ରାଂଚରେ ସାମିଲ କରାଇବା ନିମନ୍ତେ ସଚେତନତା ସୃଷ୍ଟି କରିବେ ।

ଭିଏସ୍‌ଆଇ ପକ୍ଷରୁ ସାରା ବିଶ୍ୱରେ ସେମିକଣ୍ଡକ୍ଟର ଯୋଗାଣ ଚେନ୍ କାର୍ଯ୍ୟ କରୁଥିବା ବେଳେ ଏହା ନିକଟରେ ୫୦୦୦ ରୁ ଊର୍ଦ୍ଧ୍ୱ ସେମିକଣ୍ଡକ୍ଟର ବୃତିଧାରୀ ଓ ସ୍ୱେଚ୍ଛାସେବୀ କାର୍ଯ୍ୟ କରୁଛନ୍ତି ।

Previous Post

ନବୀନ ନିବାସରେ ରକ୍ଷା ବନ୍ଧନ

Next Post

ମମତା ମହାନ୍ତଙ୍କ ଜାଗାରେ ମମତା ମହାନ୍ତ

Next Post
ମମତା ମହାନ୍ତଙ୍କ ଜାଗାରେ ମମତା ମହାନ୍ତ

ମମତା ମହାନ୍ତଙ୍କ ଜାଗାରେ ମମତା ମହାନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA