Tuesday, June 23, 2026 06:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମମତା ମହାନ୍ତଙ୍କ ଜାଗାରେ ମମତା ମହାନ୍ତ

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି

by Our Correspondent
20 Aug, 2024- 07:53 PM
in Latest News, News, Politics
1 min read
0
ମମତା ମହାନ୍ତଙ୍କ ଜାଗାରେ ମମତା ମହାନ୍ତ

ଭୁବନେଶ୍ୱର: ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ । ଇସ୍ତଫା ଦେଇ ବିଜେପିକୁ ଚାଲିଗଲେ । ଏବେ ବିଜେପି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି । ଅର୍ଥାତ୍ ମମତା ମହାନ୍ତଙ୍କ ଜାଗାରେ ମମତା ମହାନ୍ତ ଯିବେ ରାଜ୍ୟସଭା । ବିଜେଡି ରାଜ୍ୟସଭା ପଦରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ତାଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ଏକ ପ୍ରକାର ସ୍ପଷ୍ଟ ଥିଲା କହିଲେ ଚଳେ । କାରଣ ଅନ୍ୟ ରାଜ୍ୟରେ ଏଭଳି ଘଟଣାରେ ବିଜେପିର ରଣନୀତି ସେୟା ହିଁ ଥିଲା ।

ମୟୁରଭଞ୍ଜ ଜିଲ୍ଲା କୁଡୁମୀ ସମ୍ପ୍ରଦାୟର ନେତ୍ରୀ ମମତା ମହାନ୍ତଙ୍କୁ ୨୦୨୦ ଏପ୍ରିଲ୍ ରେ ବିଜେଡି ରାଜ୍ୟସଭା ପଠାଇଥିଲା । ୨୦୨୬ ରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିଲେ ମଧ୍ୟ ଗତ ଜୁଲାଇ ୩୧ ତାରିଖରେ ସେ ଅପ୍ରତ୍ୟାଶିତ ଭାବେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏଥିସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ମମତାଙ୍କୁ ମନାଇ ରାଜ୍ୟସଭାରେ ନିଜର ସଂଖ୍ୟା ବଢ଼ାଇବାକୁ ବିଜେପିର ଏହା ଗେମ୍ ପ୍ଲାନ୍ ବୋଲି ଚର୍ଚ୍ଚା ହୋଇଥିଲା ।

ଏହି ଚର୍ଚ୍ଚାକୁ ସତ ବୋଲି ଅବିଳମ୍ବେ ପ୍ରମାଣ କରିଥିଲେ ମମତା । ଅଗଷ୍ଟ ୧ରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସାଧାରଣ ସମ୍ପାଦକ ଅରୁଣ ସିଂହ, ପ୍ରଭାରୀ ବିଜୟପାଲ୍ ସିଂ ତୋମାର, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସାଂସଦମାନଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଥିଲେ ।

ମମତାଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଆସନଟି ବିଜେପି ହାତକୁ ଚାଲିଯାଇଥିବାରୁ ନେତୃତ୍ୱ ଯାହାଙ୍କୁ ଚାହିଁଥାନ୍ତେ ତାଙ୍କୁ ପ୍ରାର୍ଥୀ କରିପାରିଥାନ୍ତେ । ଏଥିପାଇଁ ମନମୋହନ ସାମଲ, ସମୀର ମହାନ୍ତି ଆଦି ନେତାମାନଙ୍କ ନାଁ ଚର୍ଚ୍ଚା ହୋଇଥିଲା । ମାତ୍ର ଜାତୀୟସ୍ତରରେ ଦଳୀୟ ରଣନୀତି ଦୃଷ୍ଟିରୁ ମମତାଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ସ୍ପଷ୍ଟ ଜଣାପଡୁଥିଲା ।
ବିଧାନସଭାରେ ବିଜେପିର ସଂଖ୍ୟା ଦୃଷ୍ଟିରୁ ମମତା ମହାନ୍ତିଙ୍କ ବିଜୟ ସୁନିଶ୍ଚିତ ଥିବାରୁ ରାଜ୍ୟସଭାରେ ସେ ତାଙ୍କର ୬ ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବେ ।

Previous Post

ସେମିକଣ୍ଡକ୍ଟର୍ସ କ୍ଷେତ୍ରରେ ସହଯୋଗିତା ନେଇ ସୋଆ ଏବଂ ଭିଏସ୍‌ଆଇ ମଧ୍ୟରେ ବୁଝାମଣା

Next Post

ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ପ୍ରସଙ୍ଗ ଉଠାଇଲା ବିଜେଡି

Next Post
ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ପ୍ରସଙ୍ଗ ଉଠାଇଲା ବିଜେଡି

ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ପ୍ରସଙ୍ଗ ଉଠାଇଲା ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA