Thursday, June 25, 2026 10:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏ କି ନ୍ୟାୟ? ମାଡ଼ ଖାଇଥିବା ଏଏସଓଙ୍କ ବଦଳି

ଆରମ୍ଭରୁ ଝୁଣ୍ଟିଲେଣି ମୋହନ ସରକାର!

by Our Correspondent
16 Jul, 2024- 09:27 PM
in Crime, Latest News, News
1 min read
0
ଏ କି ନ୍ୟାୟ? ମାଡ଼ ଖାଇଥିବା ଏଏସଓଙ୍କ ବଦଳି

ଭୁବନେଶ୍ୱର: ରାଜଭବନରେ କାର୍ଯ୍ୟ କରୁଥିବା ଏଏସଓ ବୈକୁଣ୍ଠ ପ୍ରଧାନଙ୍କର ଗୃହ ବିଭାଗକୁ ବଦଳି ହୋଇଯାଇଛି । ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଓ ତାଙ୍କର ୫ ଜଣ ଝାଡ଼ଖଣ୍ଡୀ ସହଯୋଗୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇ ସେ ଲହୁ ଲୁହାଣ ହୋଇଥିଲେ । ରାଜ୍ୟପାଳ ତାଙ୍କୁ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇ ୭ ଦିନ ସମୟ ମାଗିଥିଲେ । ମାତ୍ର ପୀଡ଼ିତଙ୍କ ପରିବାରକୁ ଭେଟି ରାଜ୍ୟପାଳ ଆଲୋଚନା କରିବାର ଦିନକ ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅଭିଯୋଗକାରୀ ଏଏସଓ ବୈକୁଣ୍ଠଙ୍କୁ ବଦଳି କରାଯାଇଛି । ମୋହନ ସରକାରଙ୍କର ଏହା କି ପ୍ରକାର ନ୍ୟାୟ ବୋଲି ଏବେ ସବୁ ମହଲରେ ପ୍ରଶ୍ନ ଉଠିଛି ।

ଅଭିଯୋଗ ଅନୁଯାୟୀ, ଗତ ୭ ତାରିଖରେ ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ନିଜର ସହଯୋଗୀମାନଙ୍କ ସହ ସେଠାରେ କାର୍ଯ୍ୟରତ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିଥିଲେ । ନିର୍ଧୂମ ପିଟିଥିଲେ । ଜୋତାରେ ଛେପ ପକାଇ ତାହାକୁ ଚାଟିବାକୁ ବାଧ୍ୟ କରିଥିଲେ । ଜୀବନରୁ ମାରିଦେବାକୁ ଧମକାଇଥିଲେ । ବୈକୁଣ୍ଠ ଲିଖିତ ଭାବେ ଏହି ଘଟଣାକୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଆଗ ଜଣାଇଲେ । କିଛି ନ ହେବାରୁ ରାଜ୍ୟପାଳଙ୍କ ଦୃଷ୍ଟିକୁ ମଧ୍ୟ ଆଣିଲେ । ମାତ୍ର ନ୍ୟାୟ ନ ମିଳିବାରୁ ବୈକୁଣ୍ଠଙ୍କ ପତ୍ନୀ ପୁରୀ ସି-ବିଚ୍ ଥାନାରେ ଏତଲା ଦେଲେ । ପୁଲିସ ପ୍ରଥମେ ଏହାକୁ ଗ୍ରହଣ କଲାନାହିଁ । ପରବର୍ତ୍ତୀ ସମୟରେ ରାଜ୍ୟ ସଚିବାଳୟ ସେବା ସଂଘର ଚାପ ଯୋଗୁଁ ପୁଲିସ ମାମଲାକୁ ପଞ୍ଜୀକରଣ କଲା ।

୧୩ ତାରିଖରେ ରାଜ୍ୟପାଳ ଶ୍ରୀ ଦାସ ପୀଡ଼ିତ ଓ ତାଙ୍କ ପରିବାରକୁ ଡ଼ାକି ରାଜଭବନରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଡିସିପି ପ୍ରତୀକ ସିଂହ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟତମ ଅଭିଯୁକ୍ତ ତଥା ରାଜ୍ୟପାଳଙ୍କ ରୋଷେୟା ସେଠାକୁ ଆସି ପୀଡ଼ିତଙ୍କୁ କ୍ଷମା ମାଗିଥିଲେ । ଝାଡ଼ଖଣ୍ଡରେ ଥିବା ରାଜ୍ୟପାଳଙ୍କ ପୁଅଙ୍କୁ ଏଠାକୁ ଡ଼ାକି ମାମଲାର ସମାଧାନ କରାଯିବ ବୋଲି କୁହାଗଲା । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଜେ ରାଜ୍ୟପାଳ ପ୍ରତିଶ୍ରୁତି ଦେଇ ୭ ଦିନ ସମୟ ନେଇଥିଲେ ।

ମାତ୍ର ଦୁଇଦିନ ପରେ ଆଜିର ସ୍ଥିତି ହେଉଛି, ଏଏସଓ ଶ୍ରୀ ପ୍ରଧାନ ଆଉ ରାଜଭବନରେ ନାହାନ୍ତି । ଗତକାଲି ତାଙ୍କୁ ରାଜଭବନରୁ ଗୃହ ବିଭାଗକୁ ବଦଳି କରାଯାଇଛି । ଯାହାକୁ ନେଇ ରାଜ୍ୟବାସୀଙ୍କ ମନରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ହେଲେ ଏ ପର୍ଯ୍ୟନ୍ତ ରାଜଭବନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ କି ପୁଲିସ ମାମଲାରେ କୌଣସି ପଦକ୍ଷେପ ନେଇନାହିଁ ।

ଏହି ଘଟଣାରେ କେବଳ ରାଜ୍ୟପାଳ ସମାଲୋଚନାର ଶିକାର ହୋଇନାହାନ୍ତି ବରଂ ତାଙ୍କଠାରୁ ଅଧିକ ରାଜ୍ୟ ସରକାରଙ୍କୁ ନିନ୍ଦିତ ହେବାକୁ ପଡ଼ିଛି । ରାଜ୍ୟପାଳଙ୍କ ପୁଅ ବୋଲି ଆଇନ ବାଟ ଭାଙ୍ଗି ଚାଲିଯିବା ଘଟଣାକୁ ବୁଦ୍ଧୀଜୀବୀମାନେ ନାପସନ୍ଦ କରିଛନ୍ତି । ମୋହନ ସରକାରଙ୍କ ଘୋଷିତ ଓଡ଼ିଆ ଅସ୍ମିତା ଉପରେ ଏହା କୁଠାରାଘାତ କହି ସମାଲୋଚନା ହେଉଛି ।

ରାଜ୍ୟପାଳଙ୍କ ପୁଅ ଜଣେ କାର୍ଯ୍ୟରତ ଓଡ଼ିଆ ଅଧିକାରୀଙ୍କୁ ବିନା କାରଣରେ ମାଡ଼ମାରି ଲହୁ ଲୁହାଣ କରିଥିଲେ ମଧ୍ୟ ରାଜ୍ୟର ପ୍ରମୁଖ ଗଣମାଧ୍ୟମରେ ଏହି ଖବର ଗୌଣ ହୋଇଯିବା ସମସ୍ତଙ୍କୁ ଆହୁରି ଆଘାତ ଦେଇଛି । ଏହା କି ପ୍ରକାର ସାମ୍ବାଦିକତା ବୋଲି ସୋସିଆଲ୍ ମିଡିଆରେ ଅନେକ ପ୍ରଶ୍ନ କରିଛନ୍ତି । ସେହିଭଳି ଟିଭି ପରଦାରେ ମୁହଁ ଦେଖାଉଥିବା ତଥାକଥିତ ବଡ଼ ବୁଦ୍ଧୀଜୀବୀ, ସାମାଜିକ କର୍ମୀମାନେ ଏ ସମ୍ପର୍କରେ ପାଟି ନ ଖୋଲିବା ଚିନ୍ତାର ବିଷୟ ହୋଇଛି ।

ଅଭିଯୁକ୍ତ ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିଥିଲା ବେଳେ ମୁଖ୍ୟ ବିରୋଧୀ ଦଳ ବିଜେଡିର ବିଳମ୍ବରେ ନିଦ ଭାଙ୍ଗିଛି । ଆଜିଠାରୁ ସୋସିଆଲ୍ ମିଡିଆରେ କର୍ମୀମାନେ ଟିକେ ସକ୍ରିୟ ହୋଇଛନ୍ତି । ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନଚେତ୍ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

 

Previous Post

ଉତ୍କଣ୍ଠା ଗଲା, ରତ୍ନଭଣ୍ଡାର ଖୋଲିଲା

Next Post

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ଆସିଲା ବାଲେଶ୍ବରର ଓଡିଆ ଶ୍ରମିକଙ୍କ ମର ଶରୀର

Next Post
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ଆସିଲା ବାଲେଶ୍ବରର ଓଡିଆ ଶ୍ରମିକଙ୍କ ମର ଶରୀର

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ଆସିଲା ବାଲେଶ୍ବରର ଓଡିଆ ଶ୍ରମିକଙ୍କ ମର ଶରୀର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA