Wednesday, April 22, 2026 07:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଉତ୍କଣ୍ଠା ଗଲା, ରତ୍ନଭଣ୍ଡାର ଖୋଲିଲା

by Our Correspondent
14 Jul, 2024- 08:40 PM
in Latest News, News
1 min read
0
ଉତ୍କଣ୍ଠା ଗଲା, ରତ୍ନଭଣ୍ଡାର ଖୋଲିଲା

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନା, ଉତ୍କଣ୍ଠା ଓ ଗୁଲିଗପର ଘଟିଲା ଅବସାନ । ଦୀର୍ଘ ୩୯ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିରର ରତ୍ନଭଣ୍ଡାର । ୧୧ ଜଣିଆ ଉଚ୍ଚସ୍ତରୀୟ ଦଳ ରତ୍ନଭଣ୍ଡାର ଭିତର ସ୍ଥିତି ଯାଞ୍ଚ କରି ଫେରିଛନ୍ତି । ଟ୍ରେଜେରୀରେ ଥିବା ଚାବିରେ ଭିତର ଭଣ୍ଡାରର ତିନୋଟି ଯାକ ତାଲା ନ ଖୋଲିବାରୁ ସେଗୁଡ଼ିକୁ ଭଙ୍ଗାଯାଇଥିଲା । ସେଠାରେ କୌଣସି ବିଷଧର ସାପ କି ଜନ୍ତୁଜୁନ୍ତା ନ ଥିଲା । ବାହାର ଭଣ୍ଡାରରୁ ସବୁ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଥିଲା ବେଳେ ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ ଅଳଙ୍କାର ସବୁକୁ ଆଉ ଏକ ଦିନରେ ସ୍ଥାନାନ୍ତର କରାଯିବ । ମହାପ୍ରଭୁଙ୍କ ଚରଣରେ ଆଜି ସବୁ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଛି ।

ଆଜି ରତ୍ନଭଣ୍ଡାର ଖୋଲିବାକୁ ଗତକାଲି ରାଜ୍ୟ ସରକାର ନିଷ୍ପତ୍ତି ନେଇ ଏସଓପି ଜାରି କଲା ପରେ ରାତାରାତି ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ଦିନ ୧ଟା ୨୮ ମାହେନ୍ଦ୍ର ବେଳାରେ ରତ୍ନଭଣ୍ଡାର ଭିତରକୁ ପଶିବାକୁ ସ୍ଥିର ହେଲା । ଏହାପୂର୍ବରୁ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ବସି ଭିତରକୁ ଯିବାକୁ ୧୧ ଜଣିଆ ସଦସ୍ୟଙ୍କୁ ବଛାଗଲା । ସେମାନେ ଥିଲେ- ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ଅଧୀକ୍ଷକ, ରତ୍ନଭଣ୍ଡାର ସବ୍ କମିଟିର ଜଣେ, ହାଇଲେବୁଲ କମିଟିର ୨ ସଦସ୍ୟ ଜଷ୍ଟିସ୍ ବିଶ୍ୱନାଥ ରଥ ଏବଂ ଡ. ସିବିକେ ମହାନ୍ତି, ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉ କରଣ ଓ ଦେଲୁ କରଣ । କୌଣସି ଅଘଟଣର ମୁକାବିଲା ପାଇଁ ସ୍ନେକ୍ ହେଲପ୍ ଲାଇନ ଏବଂ ଓଡ୍ରାଫ୍ ଟିମ୍ କୁ ପ୍ରସ୍ତୁତ ରଖାଯାଇଥଇଲା ।

ଟ୍ରେଜେରିରେ ଥିବା ରତ୍ନଭଣ୍ଡାର ଚାବିକୁ ଜିଲ୍ଲାପାଳ ତଦାରଖ କମିଟି ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିଥିଲେ । ଦିନ ପ୍ରାୟ ୧୨ଟାରେ ୧୧ ଜଣିଆ ଦଳ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ରତ୍ନଭଣ୍ଡାର ଖୋଲାଯାଉଥିବାରୁ କେବଳ ସିଂହଦ୍ୱାରକୁ ଛାଡ଼ିଦେଲେ ଶ୍ରୀମନ୍ଦିରର ଅନ୍ୟ ସବୁ ଦ୍ୱାର ବନ୍ଦ ରହିଥିଲା ।

ପୂର୍ବପ୍ରସ୍ତୁତି ଅନୁଯାୟୀ ଠିକ୍ ୧ଟା ୨୮ ମିନିଟ୍ ରେ ଏହି ଦଳ ପ୍ରଥମେ ବାହାର ରତ୍ନଭଣ୍ଡାରର ତାଲା ଖୋଲି ଭିତରକୁ ପ୍ରବେଶ କରିଥିଲେ । ସେଠାରେ ସ୍ଥିତି ଅନୁଧ୍ୟାନ କଲା ପରେ ରତ୍ନ ଅଳଙ୍କାରଗୁଡ଼ିକୁ ଚାଙ୍ଗଡ଼ା ଘର ଓ ଫୁଲ ଘରେ ପ୍ରସ୍ତୁତ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇ ତାହାକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରାଯାଇଥିଲା । ଏହି ପ୍ରକ୍ରିୟା ସାରିବାକୁ ୩ ଘଣ୍ଟା ଲାଗିଯାଇଥିଲା ।

ଏହାପରେ ଏହି ଟିମ୍ ଭିତର ରତ୍ନଭଣ୍ଡାରର ଚାବିରେ ତିନୋଟି ଯାକ ତାଲା ଖୋଲିବାକୁ ଚେଷ୍ଟା କରିଥିଲେ । ମାତ୍ର ତାହା ବହୁବର୍ଷ ଧରି ବନ୍ଦ ଥିବାରୁ ଖୋଲି ନ ଥିଲା । ଏସଓପି ଅନୁଯାୟୀ ସେହି ତାଲାଗୁଡ଼ିକୁ ଭଙ୍ଗାଯାଇଥିଲା । ଏହାପରେ ତାହା ଭିତରକୁ ଟିମ୍ ର କିଛି ସଦସ୍ୟ ପଶି ସ୍ଥିତି ଅନୁଧ୍ୟାନ କରିଥିଲେ ।

ଭିତର ରତ୍ନଭଣ୍ଡାର ସ୍ଥିତି ପୂରା ସ୍ୱାଭାବିକ ଥିଲା, ଓଦା ନ ଥିଲା, କେବଳ କିଛି ଗୁଣ୍ଡ ଦ୍ରବ୍ୟ ତଳେ ପଡ଼ିଥିଲା । ଡ଼ରିବାର କିଛି ନ ଥିଲା । ଜଗନ୍ନାଥଙ୍କୁ ଡାକି ଆମେ ଭିତରକୁ ପ୍ରବେଶ କରିଥିଲୁ । ରତ୍ନଭଣ୍ଡାର ଭିତରକୁ ନେଇ ଯେମିତି ଗପ ଓ ସିନେମା ସୃଷ୍ଟି କରାଯାଇଥିଲା, ତାହା ସେମିତି ନ ଥିଲା । ଭିତର ଓଦା କି ଅଭେଦ୍ୟ ଅନୁଭବ ହୋଇ ନ ଥିଲା । ଭିତରେ କେତୋଟି କାଠ ସିନ୍ଦୁକ ଓ ଷ୍ଟିଲ୍ ଆଲମିରା ଦେଖାଯାଉଥିଲା ବୋଲି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ରଥ ସୂଚନା ଦେଇଛନ୍ତି ।

ତେବେ ସମୟ ଅଭାବରୁ ଭିତର ରତ୍ନଭଣ୍ଡାରରୁ ଆଜି ଅଳଙ୍କାରଗୁଡ଼ିକୁ ସ୍ଥାନାନ୍ତର କରାଯାଇନି । ରଥଯାତ୍ରା ପରେ ତଦାରଖ କମିଟି ଏକ ଦିନ ଧାର୍ଯ୍ୟ କରି ସେଠାରୁ ଅଳଙ୍କାର ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୧୮ ମସିହା ଏପ୍ରିଲ୍ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ଯାଇଥିଲେ ୧୫ ଜଣିଆ ଟିମ୍ । ମାତ୍ର ତାହା ବହୁ ଆଡ଼ମ୍ବରେ ଲଘୁକ୍ରିୟା ଭଳି ହୋଇଥିଲା । ସେହି ଦଳ ବାହାର ଭଣ୍ଡାର ଖୋଲିଥିଲେ ମଧ୍ୟ ଭିତର ଭଣ୍ଡାର ଯାଇ ପାରି ନ ଥିଲେ । ବାହାର ଭଣ୍ଡାରରୁ ଜାଲି ଦ୍ୱାର ବାଟେ ସର୍ଚ୍ଚ ଲାଇଟ୍ ପକାଇ ଭିତର ଭଣ୍ଡାରର ଚଟାଣ, କାନ୍ଥ ଓ ଛାତ ଅନୁଧ୍ୟାନ କରିଥିଲେ । ତେବେ ସେମାନେ କାହିଁକି ଭିତରକୁ ଗଲେନି ତାହାର ସ୍ପଷ୍ଟ ଉତ୍ତର ମିଳିଲାନି । ପରବର୍ତ୍ତୀ ସମୟରେ ଭିତର ଭଣ୍ଡାରର ଚାବି ହଜିଯାଇଥିବା ପ୍ରଚାର ହେଲା । ମାତ୍ର ରାଜ୍ୟ ସରକାର ଲୋକଙ୍କ ମନରୁ ଦ୍ୱନ୍ଦ ଦୂର କଲେନାହିଁ ।

ଗତ ନିର୍ବାଚନରେ ବିଜେଡି ସରକାରଙ୍କ ବିରୋଧରେ ରତ୍ନଭଣ୍ଡାର ଚାବି ହଜିବା ଘଟଣା ଅନ୍ୟତମ ମୁଖ ପ୍ରସଙ୍ଗ ହୋଇଥିଲା । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ପ୍ରଚାର ସଭାରେ ଏହି ଚାବି କଥା ଉଠାଇଥିଲେ । ଚାବି ତାମିଲନାଡୁରୁ ଖୋଜି ଅଣାଯିବ ବୋଲି କହିଥିଲେ । ଦଳର ସବୁ କେନ୍ଦ୍ରୀୟ ନେତା ମଧ୍ୟ ରାଜ୍ୟ ସରକାରଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ ।

ମୋଟାମୋଟି ଭାବେ ବିଜେପି ଏହି ରତ୍ନଭଣ୍ଡାରକୁ ନେଇ ବିଜେଡି ସରକାରଙ୍କ ବିରୋଧରେ ଲୋକଙ୍କ ମନରେ ଏକ ନକରାତ୍ମକ ଭାବାବେଗ ସୃଷ୍ଟି କରିଥିଲା । ମାତ୍ର ବିଜେଡି ଏହାକୁ କାଉଣ୍ଟର ନ କରି ଆଶ୍ଚର୍ଯ୍ୟଜନକ ଭାବେ ନୀରବ ରହିଥିଲା । ଫଳରେ ବିଜେପି ସତ କହୁଛି ବୋଲି ଲୋକଙ୍କ ଧାରଣା ଦୃଢ଼ ହୋଇଥିଲା । ବିଜେଡି ଶୀର୍ଷ ନେତାଙ୍କ ଅହଂକାର ପାଇଁ ଦଳକୁ ଶେଷରେ ମୂଲ୍ୟ ଦେବାକୁ ପଡ଼ିଲା ।

Previous Post

୧ଟା ୨୮ ମିନିଟରେ ଖୋଲିବ ରତ୍ନଭଣ୍ଡାର

Next Post

ଏ କି ନ୍ୟାୟ? ମାଡ଼ ଖାଇଥିବା ଏଏସଓଙ୍କ ବଦଳି

Next Post
ଏ କି ନ୍ୟାୟ? ମାଡ଼ ଖାଇଥିବା ଏଏସଓଙ୍କ ବଦଳି

ଏ କି ନ୍ୟାୟ? ମାଡ଼ ଖାଇଥିବା ଏଏସଓଙ୍କ ବଦଳି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA