ଭୁୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଅତନୁ ସବ୍ୟସାଚୀ ନାୟକ । ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଲୋକସେବା ଭବନ ନିଜ ପ୍ରକୋଷ୍ଠରେ କମିସନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ୍ ଙ୍କ ସହିତ ଆଲୋଚନା କରିଥିଲେ । ୫-ଟି କାର୍ଯ୍ୟକ୍ରମ ଆଧାରରେ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉଭୟଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ଜଣାପଡ଼ିଛି ।








