Wednesday, June 24, 2026 09:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲିକୁ ସାହୁ ଗ୍ୟାଙ୍ଗର ଉତ୍ପାତ; ଜିତୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ

ନିନ୍ଦା କଲେ ନବୀନ ପଟ୍ଟନାୟକ

by Our Correspondent
13 Apr, 2025- 11:48 PM
in Crime, Latest News, News
1 min read
0
ଲିକୁ ସାହୁ ଗ୍ୟାଙ୍ଗର ଉତ୍ପାତ; ଜିତୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ(ଜିତୁ) ବଳବନ୍ତରାୟଙ୍କ ଉପରେ ଆଜି ସଂଘବଦ୍ଧ ଆକ୍ରମଣ ହୋଇଛି । ଆରୁଅ ଗ୍ରାମରେ ହିଙ୍ଗୁଳା ମା’ଙ୍କର ଯାତ୍ରାକୁ ଗଲାବେଳେ ସ୍ଥାନୀୟ ବିଧାୟକ ହିମାଂଶୁ(ଲିକୁ) ସାହୁଙ୍କର ସହଯୋଗୀ ତଥା ଖଣି ମାଫିଆଙ୍କର ଦ୍ୱାରା ଏହି ସଂଘବଦ୍ଧ ଆକ୍ରମଣ ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ୍ ପ୍ରଶାସନ ଓ ଜେନାପୁର ଆଇଆଇସିଙ୍କ ଉପସ୍ଥିତିରେ ଆକ୍ରମଣ ହେଉଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବରେ ଆକ୍ରମଣକାରୀଙ୍କୁ ଗିରଫ ନ କରି ଆକ୍ରମଣକାରୀଙ୍କ ଠାରୁ ଭୁଜାଲି, ଖଣ୍ଡା, ଠେଙ୍ଗା ଓ ବାଡି ପୋଲିସ୍ ଜବତ ଘଟଣାକୁ ଆଜି ଶଙ୍ଖ ଭବନର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଭୃଗୁ ବକ୍ସିପାତ୍ର ଦୃଢ଼ ନିନ୍ଦା କରିଛନ୍ତି ।

ଶ୍ରୀ ବକ୍ସିପାତ୍ର କହିଥିଲେ ଯେ, ଧର୍ମଶାଳାର ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ ଉପରେ ଘଟଣା ଘଟୁଥିବା ସମୟରେ ଶ୍ରୀ ବଳବନ୍ତରାୟ ଯାଜପୁର ଏସ୍ପିଙ୍କୁ ଭିଡିଓ କଲ କଲାପରେ ମଧ୍ୟ ଏସ୍ପିଙ୍କ ଠାରୁ କୌଣସି ଉତ୍ତର ମିଳିନଥିଲା । ଉଲ୍ଲେଖଯୋଗ୍ୟ ଯେ, ଘଟଣାର ଘଟିବାର ୨ ଘଣ୍ଟା ପୂର୍ବରୁ ଶ୍ରୀ ବଳବନ୍ତରାୟ ଘଟଣାର ଆଶଙ୍କା କରି ଯାଜପୁର ଏସ୍ପିଙ୍କୁ ମଧ୍ୟ ଜଣାଇଥିଲେ । ଆଜିର ଘଟଣାକୁ ମିଶାଇ ଶ୍ରୀ ବଳବନ୍ତରାୟଙ୍କ ଉପରେ ବିଧାୟକ ହିମାଂଶୁ ସାହୁଙ୍କ ଦ୍ୱାରା ପଞ୍ଚମଥର ଜୀବନରେ ମାରିଦେଲା ଭଳି ଆକ୍ରମଣ ହୋଇଛି । ପୂର୍ବରୁ ଶ୍ରୀ ବଳବନ୍ତରାୟଙ୍କ ଗାଡ଼ି, ତାଙ୍କ ଘର ଏବଂ ଦଳୀୟ କାର୍ଯ୍ୟାଳୟ ଉପରେ ମଧ୍ୟ ବହୁବାର ଆକ୍ରମଣ ହେବା ପରେ ଶ୍ରୀ ବଳବନ୍ତରାୟ ବାରମ୍ବାର ପୋଲିସ୍ ପାଖରେ ଏଫଆଇଆର ରୁଜୁ କଲା ପରେ ମଧ୍ୟ ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଜିଲ୍ଲା ପୋଲିସ୍ ପ୍ରୋତ୍ସାହନରେ ହିମାଂଶୁ ସାହୁ ଏବଂ ତାଙ୍କର ଆଗଧାଡ଼ିର ସହଯୋଗୀ ମାନଙ୍କ ଦ୍ୱାରା ବାରମ୍ବାର ଏହିଭଳି ଘଟଣା ଘଟୁଛି । ଆଜିର ଘଟଣାରେ ବିଧାୟକଙ୍କର ସହଯୋଗୀ ଖଣି ମାଫିଆ ମନୋଜ ସାମଲ ଏବଂ ରତିକାନ୍ତ ଜେନାଙ୍କର ଯୋଜନା ଏବଂ ନେତୃତ୍ୱରେ ରଚାଯାଇଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜିର ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ରାଜ୍ୟ ସରକାର ଏବଂ ପୋଲିସ୍ ପ୍ରଶାସନର ଏକପାଖିଆ କାର୍ଯ୍ୟକଳାପ ତଥା ଜନପ୍ରତିନିଧି ମାନଙ୍କ ଉପରେ ନିର୍ଦ୍ଦିଷ୍ଟ ଆକ୍ରମଣ ବିଷୟରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ସରକାର ତୁରନ୍ତ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି । ଦଳର ବରିଷ୍ଠ ନେତା ତଥା ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଅତିରିକ୍ତ ପୋଲିସ୍ ଡିଜି ସଞ୍ଜୟ କୁମାରଙ୍କ ସହିତ ଦୁର୍ବୃତ୍ତ ମାନଙ୍କୁ ଗିରଫ କରିବା ପାଇଁ ଅନୁରୋଧ କରିଛନ୍ତି । ଯଦି ୪୮ ଘଣ୍ଟା ମଧ୍ୟରେ ଆକ୍ରମଣକାରୀଙ୍କୁ ଗିରଫ କରାନଯାଏ, ତେବେ ପୋଲିସ୍ ଡିଜିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବୁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

ଅନ୍ୟପକ୍ଷରେ ବିଜେଡିର ଅଭିଯୋଗକୁ ବିଧାୟକ ହିମାଂଶୁ ସାହୁ ଖଣ୍ଡନ କରିଛନ୍ତି । ବିଜେଡି ଭିତରେ ଲାଗି ରହିଥିବା ବାଡିଆପିଟାର ଏହା ଫଳ ବୋଲି ଓଲଟା ସଫେଇ ଦେଇଛନ୍ତି ।

Previous Post

ଜୟ ଓଡ଼ିଶା ପକ୍ଷରୁ ଭ୍ରାମ୍ୟମାଣ ଜଳଛତ୍ର ଆରମ୍ଭ

Next Post

ଆମ୍ବେଦକର କେବଳ ଏକ ନାମ ନୁହେଁ, ଏକ ବିଚାରଧାରା

Next Post
ଆମ୍ବେଦକର କେବଳ ଏକ ନାମ ନୁହେଁ, ଏକ ବିଚାରଧାରା

ଆମ୍ବେଦକର କେବଳ ଏକ ନାମ ନୁହେଁ, ଏକ ବିଚାରଧାରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA