Wednesday, April 22, 2026 01:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆମ୍ବେଦକର କେବଳ ଏକ ନାମ ନୁହେଁ, ଏକ ବିଚାରଧାରା

ଜୟଦେବ ଭବନରେ ରାଜ୍ୟସ୍ତରୀୟ ଡକ୍ଟର ଆମ୍ବେଦକର ଜୟନ୍ତୀ

by Our Correspondent
14 Apr, 2025- 11:05 PM
in Latest News, News
1 min read
0
ଆମ୍ବେଦକର କେବଳ ଏକ ନାମ ନୁହେଁ, ଏକ ବିଚାରଧାରା

ଭୁୁବନେଶ୍ୱର: ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ପାଳନ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ ଏକ ଦଳିତ ପରିବାରରୁ ଆସି ଭାରତୀୟ ସମ୍ବିଧାନର ମୁଖ୍ୟ ସଂରଚକ ହେବା ପର୍ଯ୍ୟନ୍ତ ଡକ୍ଟର ଆମ୍ବେଦକରଙ୍କ ଜୀବନ ଯାତ୍ରା ଆଗାମୀ ପିଢି ପାଇଁ ନିରନ୍ତର ପ୍ରେରଣାର ଉତ୍ସ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଥିଲେ ଯେ ଡକ୍ଟର ଆମ୍ବେଦକରଙ୍କ ସମ୍ମାନାର୍ଥେ ଭୁବନେଶ୍ବରରେ ଏକ ଭବନ ନିର୍ମାଣ ହେବ। ଏହି ଭବନରେ ଏକ ଗ୍ରନ୍ଥାଗାର ଓ ସଭାଗୃହ ରହିବ। ଡକ୍ଟର ଆମ୍ବେଦକରଙ୍କ ନୀତି, ଆଦର୍ଶ ଓ ଜୀବନୀ ଉପରେ ଅଧିକ ଗବେଷଣା ହେବ। ସେହିଭଳି ଭୁବନେଶ୍ବରର ଏକ ରାସ୍ତା ଓ ଏକ ପାର୍କକୁ ତାଙ୍କ ନାମରେ ନାମିତ କରାଯିବ।

ସେ ପ୍ରଥମେ ଓଡିଆ ନବବର୍ଷ ଓ ମହାବୀର ଜୟନ୍ତୀର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ଏକ ନ୍ୟାୟପୂର୍ଣ୍ଣ ଓ ସମତାଭିତ୍ତିକ ସମାଜ ଗଠନ ପ୍ରତି ଡକ୍ଟର ଆମ୍ବେଦକରଙ୍କ ଦୃଷ୍ଟିକୋଣ ଦେଶର ମାର୍ଗ ଦର୍ଶନ କରିଚାଲିଛି ଓ କରିଚାଲିଥିବ। ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲି ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗଗତ ବିଭେଦକୁ ଭୁଲି ଏକ ସମାବେଶୀ (Inclusive) ସମାଜ ପ୍ରତିଷ୍ଠା କରିପାରିଲେ, ତାହା ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ୍ବେଦକର, କେବଳ ଏକ ନାମ ନୁହେଁ, ଏହା ଏକ ବିଚାରଧାରା। ଭାରତରେ ଏକ ସୁସ୍ଥ, ଭେଦଭାବ ରହିତ, ସମାବେଶୀ ସମାଜ ପ୍ରତିଷ୍ଠା କରିବା ସଂଘର୍ଷର ନାମ ହେଉଛି ଆମ୍ବେଦକର। ଡକ୍ଟର ଆମ୍ବେଦକରଙ୍କ ଜୀବନ ସଙ୍ଘର୍ଷମୟ ଥିଲା, ଏବଂ ଏହି ସଂଘର୍ଷ ତାଙ୍କୁ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରିତ କରିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ ଭାରତୀୟ ସମ୍ବିଧାନର ପ୍ରମୁଖ ସ୍ଥପତି ଭାବରେ ତାଙ୍କୁ ସମସ୍ତେ ଜାଣନ୍ତି। ଦେଶକୁ ଏକ ସମାବେଶୀ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ପ୍ରଦାନ କରିବାରେ ସେ ଥିଲେ ଅଗ୍ରଣୀ।

ସେ ସମୟରେ ତାଙ୍କ ନିଜ ଜୀବନର ଅନୁଭୂତିରୁ ସେ ଅସ୍ପୃଶ୍ୟତା ବିରୋଧରେ ଲଢେଇ କରିବା ପାଇଁ ପ୍ରେରଣା ପାଇଥିଲେ ବୋଲି ମତଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ଜୀବନକାଳର ବିଭିନ୍ନ ଘଟଣା ସଂପର୍କରେ ଆଲୋକପାତ କରି କହିଥିଲେ ଯେ ଡକ୍ଟର ଆମ୍ବେଦକର ଏକାଧାରରେ ଜଣେ ଅର୍ଥନୀତିଜ୍ଞ, ଆଇନଜ୍ଞ, ସମାଜ ସଂସ୍କାରକ, ଗବେଷକ, ଦକ୍ଷ ପ୍ରଶାସକ, ଜନନେତା ଓ ରାଷ୍ଟ୍ରନାୟକ ଥିଲେ।

ଭାରତୀୟ ସମ୍ବିଧାନରେ ଅନୁଚ୍ଛେଦ 14 ରୁ ଆରମ୍ଭ କରି ଅନୁଚ୍ଛେଦ 18 ପର୍ଯ୍ୟନ୍ତ ‘Right to Equality’ ଉପରେ ପର୍ଯ୍ୟବେଶିତ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏକ ସମାବେଶୀ ସମାଜ ପ୍ରତିଷ୍ଠା କରିବା ପାଇଁ positive discrimination ଆବଶ୍ୟକ। ତେଣୁ ସମ୍ବିଧାନର ଏହି ଅନୁଚ୍ଛେଦ ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ ଅନଗ୍ରସର ବର୍ଗଙ୍କୁ ଶିକ୍ଷା, ଚାକିରି ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ବିଶେଷ ଅଧିକାର ପ୍ରଦାନ କରାଯାଇଅଛି।

ଡକ୍ଟର ଆମ୍ବେଦକରଙ୍କୁ ଦଳିତଙ୍କ ପ୍ରକୃତ ଚାମ୍ପିଅନ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭାରତୀୟ ଇତିହାସର ଗତିପଥ ପରିବର୍ତ୍ତନକାରୀ ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା ଭାବରେ ଡକ୍ଟର ଆମ୍ବେଦକର ସର୍ବଦା ମନେ ରହିବେ। 1990ରେ ଡକ୍ଟର ବି.ଆର. ଆମ୍ବେଦକରଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଥିଲା। କଣ ପାଇଁ ଏତେ ବର୍ଷ ଲାଗିଲା ବୋଲି ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମ୍ବିଧାନର ନିର୍ମାତା ଏବଂ ଦେଶର ଅଖଣ୍ଡତାର ନାୟକଙ୍କୁ ଜାଣିଶୁଣି ଅବହେଳିତ ଏବଂ ଅନାଦାର କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ଦେଶର ବିକାଶ ପାଇଁ ଡକ୍ଟର ଆମ୍ବେଦକର ଓ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆବଶ୍ୟକତାକୁ ଅନୁଭବ କରି ମହାତ୍ମାଗାନ୍ଧୀ ସେ ଦୁଇ ଜଣଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରିବା ପାଇଁ ଅନୁମୋଦନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦାୟିତ୍ୱ ନେବା ପରେ ଆମ୍ବେଦକରଙ୍କ କୀର୍ତ୍ତି ଓ ମର୍ଯ୍ୟାଦାକୁ ପୁନଃପ୍ରତିଷ୍ଠା କରାଯାଇଛି ବୋଲି ସେ କହିଥିଲେ।

ମୋଦୀ ସରକାରଙ୍କ ଅନେକ ଯୋଜନା ଆମ୍ବେଦକରଙ୍କ ସ୍ୱପ୍ନର ଭାରତର ପରିକଳ୍ପନାକୁ ସାର୍ଥକ କରିଛି ବୋଲି ମତ ଦେଇ ସେ କହିଲେ ଯେ ପିଏମ୍ ଆବାସ ଯୋଜନା ହେଉ ବା ଉଜ୍ଜ୍ୱଳା ଯୋଜନା, ସ୍ୱଚ୍ଛ ଭାରତ ହେଉ ବା ଆୟୁଷ୍ମାନ ଭାରତ—ଏ ସବୁ ଯୋଜନାରେ ମୂଳ ହିତାଧିକାରୀ ହେଉଛନ୍ତି ଦଳିତ, ଆଦିବାସୀ ଓ ଗରିବ ଲୋକ। କହିବାକୁ ଗଲେ ଡକ୍ଟର ଆମ୍ବେଦକରଙ୍କ ସ୍ୱପ୍ନ ମୋଦୀଜୀ ହିଁ ପୂରଣ କରିଛନ୍ତି ବୋଲି ସେ କହିଥିଲେ।

ଓଡିଶାରେ ଆମ ସରକାର ଆସିବା ପରେ ଅଧିକାଂଶ କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରାଯାଇ ଦଳିତ ଓ ନିଷ୍ପେସିତଙ୍କ ଅଧିକାରକୁ ସୁନିଶ୍ଚିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ନୂତନ ଶିକ୍ଷାନୀତି ହେଉ ବା ଆୟୁଷ୍ମାନ ଭାରତ ଯୋଜନା- ଏ ସବୁ ଯୋଜନା କାର୍ଯ୍ୟକାରୀ କରାନହେବା ଦ୍ୱାରା ସମାଜର ଗରିବ ଓ ତଳ ଶ୍ରେଣୀର ଲୋକ ହିଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଉଥିଲେ। ଆମେ ସେ ସବୁ ଯୋଜନା କାର୍ଯ୍ୟକାରୀ କରି ସେମାନଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରୁଛୁ। ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ପାଇଁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ 75 ହଜାର କୋଟିରୁ ବି ଅଧିକ ଟଙ୍କା ପ୍ରାବଧାନ କରାଯାଇଛି।

ସମୃଦ୍ଧ ଓଡିଶାରେ ସମାଜର ସବୁ ବର୍ଗର ସବୁ ଅଞ୍ଚଳର ଲୋକଙ୍କୁ ସମାନ ଅଧିକାର ଓ ସମାନ ସୁଯୋଗ ମିଳିବ। ଡକ୍ଟର ଆମ୍ବେଦକରଙ୍କ ଆଦର୍ଶ, ମୋଦୀଜୀଙ୍କ ମାର୍ଗଦର୍ଶନ ଏଥିପାଇଁ ଆମକୁ ପ୍ରେରଣା ଦେଇ ଚାଲିବ ବୋଲି ସେ କହିଥିଲେ।

ସମାଜର ଜଣେ ଦଳିତ ପରିବାରରୁ ଆସି ଭାରତୀୟ ସମ୍ବିଧାନର ଜନକ ପର୍ଯ୍ୟନ୍ତ ଡକ୍ଟର ଆମ୍ବେଦକରଙ୍କ ଜୀବନ ଯାତ୍ରା ଆଗାମୀ ପିଢ଼ି ପାଇଁ ନିରନ୍ତର ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ସେ କହିଲେ ଯେ ଆମକୁ ସମାଜର ତଳସ୍ତରର ଲୋକଙ୍କ ହିତ ପାଇଁ ଚିନ୍ତା କରି ନିରନ୍ତର କାମ କରିବାକୁ ପଡିବ। ଡକ୍ଟର ଆମ୍ବେଦକରଙ୍କ ସ୍ବପ୍ନ ପୂରଣ ପାଇଁ ଆଉ ଏକ ସାମାଜିକ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ ।

ଏକ ନ୍ୟାୟପୂର୍ଣ୍ଣ ଏବଂ ସମତା ଭିତ୍ତିକ ସମାଜ ଗଠନ ପ୍ରତି ଡକ୍ଟର ଆମ୍ବେଦକରଙ୍କ ଦୃଷ୍ଟିକୋଣ ଦେଶକୁ ମାର୍ଗଦର୍ଶନ କରିଚାଲିଛି ଓ କରିଚାଲିଥିବ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ ଯେ ସବୁ ବାଧାବିଘ୍ନକୁ ସାମନା କରି ଆଗକୁ ବଢିବାର ଉଦାହରଣ ହେଉଛନ୍ତି ଡକ୍ଟର ଆମ୍ବେଦକର । ଆମ୍ବେଦକର ଯେଉଁ ମାନଙ୍କ ଉତ୍‌ଥାନ ପାଇଁ ଲଢେଇ କରୁଥିଲେ ଏବଂ ଯାହା ତାଙ୍କ ସ୍ବପ୍ନ ଥିଲା ତାକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସରତ ଅଛନ୍ତି ।

ଯାଜପୁର ସାଂସଦ ଡଃ ରବିନ୍ଦ୍ର ନାରାୟଣ ବେହେରା କହିଲେ ଯେ ଡକ୍ଟର ଆମ୍ବେଦକର ହେଉଛନ୍ତି ଜଣେ ଯୋଗଜନ୍ମା । ତାଙ୍କ ନୀତି ଓ ଆଦର୍ଶକୁ ଗାଁ ଗାଁରେ ଘରେ ଘରେ ପହଞ୍ଚାଇବା ପାଇଁ ଆମ ସରକାର ଯଶ୍ବସୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ କାର୍ଯ୍ୟରତ ଅଛି ।

ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କହିଲେ ଯେ ଗଣତନ୍ତ୍ର ଉପରେ ଡକ୍ଟର ଆମ୍ବେଦକରଙ୍କ ଅଖଣ୍ଡ ବିଶ୍ବାସ ଥିଲା। ଭେଦଭାବ ହୀନ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା । ୧୯୪୫ରେ କଟକଠାରେ ଆୟୋଜିତ ଏକ ରାଷ୍ଟୀୟ ସମ୍ମିଳନୀରେ ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ଏକ ନଦୀବନ୍ଧ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଭାରତରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ତାଙ୍କୁ ଜଣେ ଅଗ୍ରଦୂତ ଭାବେ ଗ୍ରହଣ କରାଯାଉଛି ବୋଲି ସେ ମତ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଭିନ୍ନ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ ।

କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡା ସ୍ବାଗତ ଭାଷଣ ଦେଇଥିଲେ ଏବଂ ଉପ-ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ଲିକୁ ସାହୁ ଗ୍ୟାଙ୍ଗର ଉତ୍ପାତ; ଜିତୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ

Next Post

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱାରା ପ୍ରଥମ ଗ୍ୟାଷ୍ଟ୍ରୋ ସମିଟ୍ ଆୟୋଜିିତ

Next Post
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱାରା ପ୍ରଥମ ଗ୍ୟାଷ୍ଟ୍ରୋ ସମିଟ୍ ଆୟୋଜିିତ

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱାରା ପ୍ରଥମ ଗ୍ୟାଷ୍ଟ୍ରୋ ସମିଟ୍ ଆୟୋଜିିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA