ନୂଆଦିଲ୍ଲୀ: ଅଷ୍ଟ୍ରେଲିୟ କ୍ରିକେଟର୍ ତଥା ବିଶ୍ୱବିଖ୍ୟାତ ଯାଦୁକରୀ ସ୍ପିନର୍ ସେନ ୱାର୍ଣ୍ଣ ଆଉ ନାହାନ୍ତି । ଥାଇଲାଣ୍ଡରେ ଛୁଟି କାଟୁଥିବା ବେଳେ ହୃଦଘାତ୍ ରେ ପ୍ରାଣ ହରାଇଛନ୍ତି । ତାଙ୍କୁ ମାତ୍ର ୫୨ ବର୍ଷ ହୋଇଥିଲା । ଏହି କିମ୍ବଦନ୍ତୀ ଖେଳାଳୀଙ୍କ ଅକାଳ ବିୟୋଗ ବିଶ୍ୱ କ୍ରିକେଟ୍ ଜଗତକୁ ସ୍ତବ୍ଧ କରିଦେଇଛି ।
ସୂଚନା ଅନୁଯାୟୀ, ସେନ ୱାର୍ଣ୍ଣେ ତାଙ୍କ ପରିବାର ସହ ଛୁଟି କାଟିବାକୁ ଥାଇଲାଣ୍ଡ ଆସିଥିଲେ । ସେ ରହୁଥିବା ଭିଲ୍ଲାରେ ଆଜି ହଠାତ ଅଚେତ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରି ନ ଥିଲେ । ତାଙ୍କର ହୃଦଘାତ୍ ରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏ ସମ୍ପର୍କରେ ହସ୍ପିଟାଲ୍ କିମ୍ବା ତାଙ୍କ ପରିବାର ପକ୍ଷରୁ ସମ୍ପୂର୍ଣ୍ଣ ସୂଚନା ଦିଆଯାଇନାହିଁ ।
୩୦୦ରୁ ଅଧିକ ଉଭୟ ଟେଷ୍ଟ ଓ ଦିନିକିଆ ଖେଳିଥିଲେ ସେନ ୱାର୍ଣ୍ଣ । ତାଙ୍କର ଯାଦୁକରୀ ସ୍ପିନ୍ ବୋଲିଂ ପାଇଁ କ୍ରିକେଟ୍ ରେ ସେ ପାଲଟିଥିଲେ କିମ୍ବଦନ୍ତୀ ପୁରୁଷ । ତାଙ୍କ କ୍ୟାରିୟର୍ ଭିତରେ ସେ ୧୪୫ ଟି ଟେଷ୍ଟ ମ୍ୟାଚ୍ ଖେଳି ୭୦୮ ୱିକେଟ୍ ଦଖଲ କରିଥିଲେ । ସେହିଭଳି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ରେ ୨୯୩ ୱିକେଟ୍ ନେଇଥିଲେ ।