Our Correspondent

କିଟ୍‍ କ୍ୟାମ୍ପସ୍‍କୁ ଫେରିଲେ ନେପାଳୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: କିଟ୍‍ କ୍ୟାମ୍ପସରେ ସ୍ୱାଭାବିକତା ସୁନିଶ୍ଚିତ କରିବା ଦିଗରେ କିଟ୍‍ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ନେଇଛନ୍ତି । ଫଳରେ ଏବେ ନେପାଳୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍‍କୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦୦୦ ଛାତ୍ରଛାତ୍ରୀ ହଷ୍ଟେଲ୍‍କୁ ଫେରିସାରିଲେଣି । ୧୧୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବାକି ୧୦୦ ଛାତ୍ରଛାତ୍ରୀ ମଧ୍ୟ କ୍ୟାମ୍ପସ୍‍କୁ ଫେରୁଛନ୍ତି ।  ନେପାଳୀ ଛାତ୍ରଛାତ୍ରୀଙ୍କୁ ପୁନର୍ବାର କ୍ୟାମ୍ପସ୍‍କୁ ଫେରାଇ ଆଣିବା ଦିଗରେ ଓଡ଼ିଶା ସରକାର, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସ ଓ ନେପାଳ ସରକାରଙ୍କ ସହଯୋଗ ପାଇଁ କିଟ୍‍ କର୍ତ୍ତୃପକ୍ଷ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ନେପାଳୀ ଛାତ୍ରଛାତ୍ରୀ କ୍ୟାମ୍ପସ୍‍ରେ ପହଞ୍ଚିବା ପରେ ସେମାନଙ୍କ ସୁରକ୍ଷା ସହ ନିରବଚ୍ଛିନ୍ନ ଶୈକ୍ଷିକ କାର୍ଯ୍ୟକଳାପ ପାଇଁ କିଟ୍‍ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ, ନେପାଳୀ ଛାତ୍ରଛାତ୍ରୀମାନେ ପୁଣି ଥରେ କ୍ଲାସ ଆରମ୍ଭ କରିଛନ୍ତି ଏବଂ ଶୈକ୍ଷିକ କାର୍ଯ୍ୟସୂଚୀରେ ସାମିଲ ହୋଇଛନ୍ତି । ନିୟମିତ କ୍ଲାସଗୁଡ଼ିକ ବିନା କୌଣସି ବାଧାରେ ଜାରି ରହିଛି ଏବଂ ଛାତ୍ରଛାତ୍ରୀମାନେ ପୂର୍ବପରି ସେମାନଙ୍କର ପାଠ୍ୟକ୍ରମ ଏବଂ କ୍ୟାମ୍ପସ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ ରଖିଛନ୍ତି । ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସକୁ ଫେରାଇ ଆଣିବା ପାଇଁ କିଟ୍‍ କର୍ତ୍ତୃପକ୍ଷ ନେପାଳ ଦୂତାବାସ, ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ସହ ଲଗାତାର ପରାମର୍ଶ କରି ଛାତ୍ରଛାତ୍ରୀଙ୍କ କ୍ୟାମ୍ପସ୍‍ରେ ସମସ୍ତ ପ୍ରକାର ସୁରକ୍ଷା ସହ ସହଯୋଗ ଯୋଗାଇ ଦିଆଯିବା ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି।  ଛାତ୍ରଛାତ୍ରୀଙ୍କର ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲାଯାଇଛି।

Read more

ଡ଼ରିଗଲେ କି ପ୍ରଫୁଲ୍ଲ ଘଡ଼ାଇ?

ଭୁବନେଶ୍ୱର: ବରିଷ୍ଠ ଯୁବ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସଙ୍କ ଦ୍ୱାରା ଲିଖିତ 'ନିର୍ବାଚନ ୨୦୦୪ ଓଡ଼ିଶା ରାଜନୀତିର କଡ଼ ଲେଉଟାଣି' ପୁସ୍ତକକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଉନ୍ମୋଚନ କରିଛନ୍ତି । ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ...

Read more

“ନିର୍ବାଚନ ୨୦୨୪” ପୁସ୍ତକ ଓଡ଼ିଆ ସାମାଜିକ ଜୀବନରେ ପ୍ରେରକ ହେବ:ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭୁବନେଶ୍ୱର ଠାରେ ସାମ୍ବାଦିକ ତଥା ଲେଖକ ଚୌଧୁରୀ ଅମିତାଭ ଦାସଙ୍କ ଦ୍ୱାରା ଲିଖିତ “ନିର୍ବାଚନ ୨୦୨୪ - ଓଡ଼ିଶା ରାଜନୀତିର କଡ଼ ଲେଉଟାଣି” ପୁସ୍ତକ ଉନ୍ମୋଚନ କରିବା ସହ ଲୋକାର୍ପିତ ପୁସ୍ତକ...

Read more

ଅଣଓଡ଼ିଆଙ୍କ ଚକ୍ରବ୍ୟୁହରେ ଓଡ଼ିଆ

ଭୁବନେଶ୍ୱର: ଓଡ଼ିଆ ମାନେ ଆଜି ସଙ୍କଟରେ । ଓଡ଼ିଆ ଯୁବକ କୁହନ୍ତୁ, ଓଡ଼ିଆକଣ୍ଟ୍ରାକ୍ଟର, ଓଡ଼ିଆ ବ୍ୟବସାୟ, ଓଡ଼ିଆ ବିଲଡର,ଓଡ଼ିଆ ସପ୍ଲାୟର,ଓଡ଼ିଆ ମାନେ କରିଥିବା ଶିକ୍ଷା ନୁଷ୍ଠାନ ଏବଂ ସର୍ବୋପରି ଓଡ଼ିଆ କ୍ଷୁଦ୍ର ବ୍ୟବସାୟୀ ଓ ଓଡ଼ିଆ ଭାଷା ମଧ୍ୟ ଆଜି ସଙ୍କଟରେ...

Read more

କିଟ୍ ରେ ଏନଏଚଆରସି ଟିମ୍

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଏବଂ ପରବର୍ତ୍ତୀ ଘଟଣାବଳୀର ତଦନ୍ତ ଆରମ୍ଭ କରିଛନ୍ତି ଜାତୀୟ ମାନବାଧିକାର କମିସନ(NHRC) । ଲ' ରେଜିଷ୍ଟ୍ରର ଯୋଗିନ୍ଦର ସିଂଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମ୍ ବିଶ୍ୱବିଦ୍ୟାଳୟକୁ ଆସି ମାମଲାର ଖୋଳତାଡ଼ କରୁଛନ୍ତି ।...

Read more

ବିଜୁ ବାବୁ ଆମ ପ୍ରେରଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁବାବୁ ଥିଲେ ଓଡିଶାର ପଥ ପ୍ରଦର୍ଶକ । ବିଜୁ ବାବୁଙ୍କ ପ୍ରତ୍ୟେକଟି ପଦକ୍ଷେପ ଆମକୁ ପ୍ରେରଣା ଦେଉଛି। ଓଡିଶା ପାଇଁ ସେ ଅନେକ ସ୍ୱପ୍ନ ଦେଖିଥିଲେ ଏବଂ ତାକୁ ପୂରଣ କରିବା ପାଇଁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଦ୍ୟମ...

Read more

ବିଜୁବାବୁ ଓଡ଼ିଆଙ୍କ ହୃଦୟରେ ରହିଛନ୍ତି, ରହିଥିବେ: ନବୀନ

ଭୁବନେଶ୍ୱର: ମହାନ ଜନନାୟକ ବିଜୁ ବାବୁଙ୍କ ୧୦୯ ତମ ଜୟନ୍ତୀ ଆଜି ଶଙ୍ଖ ଭାବନରେ ବିପାଳିତ ହୋଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ଉଦବୋଧନ ଦେଇ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ...

Read more
Page 131 of 979 1 130 131 132 979