ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ଆଜି ପ୍ରାର୍ଥୀ ଘୋଷଣା କରାଯାଇଛି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ଝିଅ ବର୍ଷାଙ୍କୁ ଦଳ ପ୍ରାର୍ଥୀ କରିଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାଁ ଘୋଷଣା କରିଛନ୍ତି । ବିଜେପିର ପ୍ରଦୀପ ପୁରୋହିତ ଏବଂ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କ ସହିତ ତାଙ୍କର ଲଢ଼େଇ ହେବ ।
ଆଇନରେ ଡିଗ୍ରୀ କରିଥିବା ବର୍ଷାରାଣୀ ସିଂ ବରିହା ବିବାହିତା । ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ବିଜେପି ନେତା ରମାରଂଜନ ବଳିଆର ସିଂଙ୍କ ପୁଅ ସ୍ମୃତି ସୌରଭଙ୍କୁ ସେ ବାହା ହୋଇଛନ୍ତି । ରାଜନୀତିରେ ସେ ନବାଗତା ।






