Monday, April 20, 2026 09:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଡିଏ ପ୍ରତିଷ୍ଠା ଦିବସରେ ବାହାଘର ଭୋଜି

by Our Correspondent
27 Aug, 2023- 07:28 PM
in Latest News, News
1 min read
0
ବିଡିଏ ପ୍ରତିଷ୍ଠା ଦିବସରେ ବାହାଘର ଭୋଜି

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ର ୪୧ତମ ପ୍ରତିଷ୍ଠା ଦିବସ ଆସନ୍ତା ୧ ତାରିଖରେ ପାଳନ ହେବ । ଜୟଦେବ ଭବନରେ ଧୂମଧାମରେ ଉତ୍ସବ ପାଳିବା ପାଇଁ ବିରାଟ ଆୟୋଜନ କରାଯାଇଛି । ଏଥର ପ୍ରତିଷ୍ଠା ଦିବସର ବିଶେଷତ୍ୱ ଏୟା ଯେ କର୍ମଚାରୀ ଓ ଅତିଥିଙ୍କୁ ବାହାଘର ଭୋଜିରେ ଆପ୍ୟାୟିତ କରାଯିବ । ଯେଉଁଥିପାଇଁ ବଡ଼ କ୍ୟାଟରିଂ ସଂସ୍ଥାର ଦରକାର ପଡ଼ିଛି । ୯୦୦ ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା କରିବାକୁ ବିଡିଏ ଟେଣ୍ଡର ଆହ୍ୱାନ କରିଛି ।

ଜଳଖିଆରେ ରହିଛି ଗୋଟିଏ ଭେଜ୍ ସାଣ୍ଡଉଇଚ୍, ଗୋଟିଏ ଭେଜ୍ କଟଲେଟ୍, ଗୋଟିଏ ଭେଜ୍ ସ୍ପ୍ରିଙ୍ଗ ରୋଲ୍, ଦୁଇଟି ଶୁଖିଲା ମିଠା ଏବଂ ୨୦୦ ମିଲିର ମୃଦୁ ପାନୀୟ(ଫଳରସ) । ଚା’ ଯିଏ ଯେତେ ପିଇପାରିବେ ।

ଲଞ୍ଚ ବା ମଧ୍ୟାହ୍ନ ଭୋଜନ ମେନ୍ୟୁରେ ରହିଛି ୧୨ ପ୍ରକାର ବ୍ୟଞ୍ଜନ । ସେଗୁଡ଼ିକ ହେଲା- ୱେଲକମ୍ ଡ୍ରିଙ୍କସ୍, ପ୍ଲେନ୍ ରାଇସ୍, ୟେଲୋ ଡାଲ୍(ତୁର୍), ଆମ୍ବୁଲ ରାଇ, ମିକ୍ସ ଭେଜ୍(ପନିରି), ପୋଟଳ ଆଳୁ ରସ, ମଷ୍ଟାର୍ଡ ମଶ୍ରୁମ୍, ମୁଢ଼ି ଘାଣ୍ଟ(ନନ ଭେଜ୍), ମଟନ୍ ଆଳୁ ହୋମ୍ ଷ୍ଟାଇଲ୍, ଆଇସ୍ କ୍ରିମ୍(ଟୁଟି-ଫ୍ରୁଟି/ ବଟର ସ୍କଚ୍/ ଭାନିଲା), ସାଲାଡ୍ ଏବଂ ପାପଡ୍, ମିନେରାଲ୍ ୱାଟର ବଟଲ୍ ।

ନିର୍ଦ୍ଦିଷ୍ଟ ଭାବେ କେତେ ଲୋକ ଖାଇବେ ତାହା ବିଡିଏ କର୍ତ୍ତୃପକ୍ଷ ଜାଣି ନ ଥିଲେ ମଧ୍ୟ ଅନୁମାନରେ ଖର୍ଚ୍ଚ ବ୍ୟବସ୍ଥା କରିଛନ୍ତି । ୫୦୦ ରୁ ୯୦୦ ଭିତରେ ଲୋକ ଏହି ଉତ୍ସବରେ ଯୋଗ ଦେଇପାରନ୍ତି । ତେଣୁ କ୍ୟାଟରିଂ ସଂସ୍ଥାକୁ ୯୦୦ ଲୋକଙ୍କ ପାଇଁ ଖାଇବା ଅର୍ଡର ଦେବାକୁ ନିଷ୍ପତ୍ତି ହୋଇଛି ।

ଏଭଳି ଆୟୋଜନ ଖୋଦ୍ ବିଡିଏ କର୍ମଚାରୀ ମହଲରେ ଗୁଞ୍ଜରଣ ସୃଷ୍ଟି କରିଛି । କିଛି କର୍ମଚାରୀଙ୍କ କହିବାନୁଯାୟୀ, ସରକାରୀ ପ୍ରାୟୋଜିତ ସଭା ସମିତିରେ ଚା’ ବିସ୍କୁଟ୍ ସାଙ୍ଗକୁ ଅତି ବେଶୀରେ ଟିଫିନ୍ ପ୍ୟାକେଟ୍ ବ୍ୟବସ୍ଥା ହେଲେ ବଡ଼କଥା । ମାତ୍ର ବିଡିଏ ପ୍ରତିଷ୍ଠା ଦିବସରେ କର୍ମଚାରୀଙ୍କୁ ଆପ୍ୟାୟିତ ପାଇଁ ବିପୁଳ ଖର୍ଚ୍ଚ ଯୋଜନା ପଛରେ ଭିନ୍ନ ଉଦ୍ଦେଶ୍ୟ ଥାଇପାରେ । କାହାରି ପକେଟ୍ ଗରମ ପାଇଁ ଏହି ବ୍ୟବସ୍ଥା ନୁହେଁ ତ ବୋଲି ଜଣେ କଟାକ୍ଷ କରିଛନ୍ତି ।

ସୂଚନାଥାଉକି, ଏକ ସରକାରୀ ପ୍ରାୟୋଜିତ ଅନୁଷ୍ଠାନର ପ୍ରତିଷ୍ଠା ଦିବସ ପାଳନରେ ଏଭଳି ଆଖିବୁଜା ଖର୍ଚ୍ଚକୁ ଅନେକ ନାପସନ୍ଦ କରିଛନ୍ତି । ସରକାରୀ ସଭାସମିତିରେ ଖାଇବା ବାବଦରେ ରାଜ୍ୟ ସରକାର ଖର୍ଚ୍ଚକାଟ ଲାଗୁ କରିଥିବା ବେଳେ ବିଡିଏର ଏଭଳି କାର୍ଯ୍ୟକୁ ନାପସନ୍ଦ କରାଯାଇଛି ।

ଗତ ୫ ବର୍ଷରେ ରାଜ୍ୟ ସରକାରଙ୍କଠାରୁ ବିଡିଏ ୫ ଇଞ୍ଚ ଜମି ଆଣି ନ ଥିଲା ବେଳେ ଖାଲି ଜମି ବିକ୍ରି କରି ଚାଲିଛି । ଆଖିଦୃଶିଆ ଜନହିତକର ଯୋଜନା ନାହିଁ । ସେପଟେ ରାଜଧାନୀରେ ହୁ ହୁ ହୋଇ ଡେଙ୍ଗୁ ବଢ଼ିଚାଲିଛି । ଏଭଳି ପରିସ୍ଥିତିରେ ବିଡିଏ କେଉଁ ଖୁସିରେ ବିପୁଳ ଅର୍ଥ ଖର୍ଚ୍ଚ କରି ବାହାଘରିଆ ଭୋଜିର ଆୟୋଜନ କରିଛି ବୋଲି ଅନେକ ପ୍ରଶ୍ନ କରିଛନ୍ତି ।

Previous Post

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ସୌମ୍ୟ!

Next Post

ବଣିକ ଶିକ୍ଷାନୁଷ୍ଠାନକୁ କାଞ୍ଚନ କର୍ପୋରେଟ୍ ଆୱାର୍ଡ

Next Post
ବଣିକ ଶିକ୍ଷାନୁଷ୍ଠାନକୁ କାଞ୍ଚନ କର୍ପୋରେଟ୍ ଆୱାର୍ଡ

ବଣିକ ଶିକ୍ଷାନୁଷ୍ଠାନକୁ କାଞ୍ଚନ କର୍ପୋରେଟ୍ ଆୱାର୍ଡ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA