Tuesday, April 21, 2026 12:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ସୌମ୍ୟ!

by Our Correspondent
27 Aug, 2023- 06:44 PM
in Latest News, News, Politics
1 min read
0
ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ସୌମ୍ୟ!

ଭୁୁବନେଶ୍ୱର: ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଭାଗ୍ୟ ଆକାଶ ଉଜ୍ଜଳମୟ ହେବାକୁ ଯାଉଛି । ବିଜେଡିରେ ଥାଇ ମନ୍ତ୍ରୀ ପଦରୁ ବଞ୍ଚିତ ହୋଇଥିବା ସୌମ୍ୟ ଆଗାମୀ ଦିନରେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ନିଜ ଖବରକାଗଜରେ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ କ୍ରମାଗତ ଟାର୍ଗେଟ୍ କରିବା ପରେ ତାଙ୍କୁ ନେଇ ରାଜ୍ୟ ବିଜେପି ଉତ୍ସାହିତ ହୋଇଯାଇଛି । ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ନେତାଙ୍କ ମୁହଁରୁ ତାଙ୍କର ଭୂରି ଭୂରି ପ୍ରଶଂସା ଶୁଣିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ତାଙ୍କୁ ବିଜେପିକୁ ଆଣି ନବୀନ ପଟ୍ଟନାୟକଙ୍କର ବିକଳ୍ପ ଚେହେରା ଭାବେ ଉପସ୍ଥାପିତ କରିବାକୁ ଦଳର ଏକ ଗୋଷ୍ଠୀ ଅଣ୍ଟା ଭିଡ଼ିଥିବା ଜଣାପଡ଼ିଛି ।

ଦଳବଦଳରେ ରେକର୍ଡ କରିଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟ ବାବୁଙ୍କ ଶରୀର ବିଜେଡିରେ ଥିଲେ ମଧ୍ୟ ମନ ତାଙ୍କର କେବେଠୁ ବିଜେଡିରେ ନାହିଁ । ନିଜ ଖବରକାଗଜ ଜରିଆରେ ସେ ଏହା ବାରମ୍ବାର ଜଣାଇ ସାରିଲେଣି । ମନ୍ତ୍ରୀ ହୋଇ ନ ପାରିବାରୁ ତାଙ୍କର ରାଗ ହୋଇଛି ୫-ଟି ସଚିବ ପାଣ୍ଡିଆନଙ୍କ ଉପରେ । ତେଣୁ ତାଙ୍କୁ କରିଛନ୍ତି ଟାର୍ଗେଟ୍ । ତାଙ୍କର ବ୍ୟୟବହୁଳ ଜିଲ୍ଲାଗସ୍ତକୁ ସମାଲୋଚନା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଓ ବିଜେଡିର ଆଭିମୁଖ୍ୟକୁ ଖୋଲାଖୋଲି ସମାଲୋଚନା କରିଛନ୍ତି ।

ତାଙ୍କର ଏହି ଆଚରଣ ଦଳବିରୋଧୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସମସ୍ତଙ୍କୁ ଆଚମ୍ବିତ କରୁଛି । ସମାନ ଆଚରଣ ପାଇଁ ପୂର୍ବରୁ ପ୍ରଫୁଲ୍ଲ ଘଡ଼େଇ ଏବଂ ଦାମ ରାଉତଙ୍କୁ ମୁଖ୍ୟମନ୍ତ୍ରୀ ଦଳରୁ ବିଦା କରିଥିଲା ବେଳେ ସୌମ୍ୟଙ୍କ କ୍ଷେତ୍ରରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ ହେଉଛି । ମାତ୍ର ଏହାର ଉତ୍ତର ଏ ପର୍ଯ୍ୟନ୍ତ ମିଳିନାହିଁ ।

ସୂଚନାଥାଉକି, ୧୫ ଦିନ ଭିତରେ ସୌମ୍ୟ ଆଜି ତାଙ୍କ ଦ୍ୱିତୀୟ ଲେଖାରେ ପାଣ୍ଡିଆନଙ୍କୁ କଟୁ ସମାଲୋଚନା କରିଛନ୍ତି । ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶିରୋନାମାରେ ଲେଖିଥିବା ଆଲେଖ୍ୟରେ ସେ ତାଙ୍କର ପୂର୍ବ ଲେଖାକୁ ଆଉ ଟିକେ ବାଗେଇ ଦେଇଛନ୍ତି । ୫-ଟି ସଚିବ ତାଙ୍କର ଭାବମୂର୍ତ୍ତି ନିର୍ମାଣ ପାଇଁ ଶହ ଶହ କୋଟି ଖର୍ଚ୍ଚରେ ଓଡ଼ିଶା ଭ୍ରମଣ କରୁଛନ୍ତି ବୋଲି ଦର୍ଶାଇଥିବା ବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥନରେ ବାହାରିଛନ୍ତି ।

ବିଜେଡି ପକ୍ଷରୁ ତାଙ୍କ ଖଣ୍ଡପଡ଼ା ପ୍ରତିପକ୍ଷ ଅନୁଭବ ପଟ୍ଟନାୟକ ସୌମ୍ୟଙ୍କ ଲେଖାକୁ ପୂର୍ବଭଳି ଚାଲେଞ୍ଜ କରିଛନ୍ତି । ସୌମ୍ୟ ବାବୁ ଡାହା ମିଛ କହୁଥିବା ସେ ଟ୍ୱିଟ୍ କରିଛନ୍ତି । ଖଣ୍ଡପଡ଼ାବାସୀଙ୍କ ଦ୍ୱାରା ନିର୍ବାଚିତ ହେବା ପରେ ଅଞ୍ଚଳ ସହ ସମ୍ପର୍କ ତୁଟାଇ ଦେଇଥିବା ସୌମ୍ୟବାବୁଙ୍କର ନୈତିକତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଲୋକଙ୍କ ପାଖକୁ ଯାଉଛନ୍ତି ଏବଂ ଖଣ୍ଡପଡ଼ାରୁ ସର୍ବାଧିକ ଅଭିଯୋଗ ଗ୍ରହଣ କରିଛନ୍ତି ବୋଲି ସେ ଉଲ୍ଲେଖ କରି ସୌମ୍ୟଙ୍କ ଜନ ପ୍ରତିନିଧିପଣିଆକୁ ଧିକ୍ କରିଛନ୍ତି ।

ସେ ଯାହା ହେଉ, ସୌମ୍ୟବାବୁ ସମ୍ପାଦକ ଭାବେ ଏହା ଲେଖୁଛନ୍ତି ଅନେକଙ୍କୁ ବିଶ୍ୱାସ ହେଉନି । ବିଜେଡିରେ ତାଙ୍କର ଭବିଷ୍ୟତ ଅନ୍ଧାର ବୋଲି ଜାଣିବା ପରେ ସେ ସେଇ ଖବରକାଗଜକୁ ଅସ୍ତ୍ର କରି ନୂଆ ବିକଳ୍ପ ସନ୍ଧାନରେ ଅଛନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ଦେଇଛନ୍ତି । ଏହାଦ୍ୱାରା ସୌମ୍ୟବାବୁ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚାହିଁଛନ୍ତି । ଗୋଟିଏ ପଟେ ସେ ମନ୍ତ୍ରୀ ନ ହୋଇପାରିବାର ରାଗ ସୁଜାଉଛନ୍ତି ତ ଅନ୍ୟପଟେ ନିଜର ପ୍ରଭାବ ଦେଖାଇ ବିଜେପି ଯିବାକୁ ବସିଛନ୍ତି ।
ଏହିକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ମନେଇବାକୁ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି । ତାଙ୍କୁ ଖୁସି କରିବା ପାଇଁ ମନମୋହନ ସାମଲଙ୍କ ବିରୋଧରେ ତାଙ୍କ ଖବରକାଗଜରେ ପ୍ରଥମ ପୃଷ୍ଠାରେ ଖବର ମଧ୍ୟ କରିଛନ୍ତି ।

ସୂଚନା ଅନୁଯାୟୀ, ସେ ନିଜେ ନ ଲଢ଼ି ତାଙ୍କ ସାନ ଝିଅଙ୍କୁ ଖଣ୍ଡପଡ଼ା ନଚେତ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିବାକୁ ପ୍ରଥମେ ଚାହୁଁଥିଲେ । ମାତ୍ର ଇତିମଧ୍ୟରେ ନିଜ ପାଇଁ ପାଗ ଅନୁକୂଳ ଦେଖି ସୌମ୍ୟବାବୁ ନିଜର ମତିଗତି ବଦଳେଇଛନ୍ତି । ସେ ନିଜେ ପୁଣି ଥରେ ଖଣ୍ଡପଡ଼ାରୁ ଲଢ଼ିବାକୁ ମନସ୍ଥ କରିଛନ୍ତି ।

ବିଜେପିରେ ତାଙ୍କର ଯୋଗଦାନ ନେଇ ଚର୍ଚ୍ଚା ଜମି ଆସୁଥିବା ବେଳେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ ତାଙ୍କ ପାଇଁ କୁଆଡ଼େ ବରଦାନ ସଦୃଶ ହୋଇଛି । ଯଦି କୌଶଳ କାମ କରେ ତେବେ ବିଜେପିରୁ ଏକାଥରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଯିବେ ସୌମ୍ୟ । ବିଜେପିର ସୋସିଆଲ୍ ମିଡିଆ ପ୍ରଚାରତନ୍ତ୍ର ସହିତ ଏକ ଗୋଷ୍ଠୀ ତାଙ୍କ ସପକ୍ଷରେ ବାହାରିଥିବାରୁ ଆଗକୁ ଖେଳ ଜମିବ ବୋଲି କୁହାଯାଉଛି । ସମ୍ଭାବ୍ୟ ଦୃଶ୍ୟପଟରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କର ଭୂମିକାକୁ ସମସ୍ତଙ୍କର ଦୃଷ୍ଟି ରହିବ ।

 

Previous Post

G20 TIMM Concludes

Next Post

ବିଡିଏ ପ୍ରତିଷ୍ଠା ଦିବସରେ ବାହାଘର ଭୋଜି

Next Post
ବିଡିଏ ପ୍ରତିଷ୍ଠା ଦିବସରେ ବାହାଘର ଭୋଜି

ବିଡିଏ ପ୍ରତିଷ୍ଠା ଦିବସରେ ବାହାଘର ଭୋଜି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA