Tuesday, June 30, 2026 03:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଫେକ୍ ଭିଡ଼ିଓକୁ ନେଇ ଅଡୁଆରେ ବିଜେପି

ପଶ୍ଚିମବଙ୍ଗରେ ବଞ୍ଚିଥିବା ସାମ୍ବାଦିକଙ୍କୁ ମାରିଦେଲେ

by Our Correspondent
07 May, 2021- 08:55 PM
in Latest News, News, Politics
1 min read
0
ଫେକ୍ ଭିଡ଼ିଓକୁ ନେଇ ଅଡୁଆରେ ବିଜେପି

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ବିଜେପି ଆଇଟି ସେଲ୍ ର ନିଆଁଗିଳା ମିଛ ପ୍ରଚାର ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଟିଏମସି କର୍ମୀମାନଙ୍କ ଦ୍ୱାରା ହତ୍ୟାର ଶିକାର ତାଲିକାରେ ଇଣ୍ଡିଆ ଟୁଡେର ସାମ୍ବାଦିକ ଅଭ୍ର ବାନାର୍ଜୀଙ୍କ ଫଟୋକୁ ଦେଖାଇ ଏକ ଭିଡ଼ିଓ ରିଲିଜ୍ କରାଯାଇଥିଲା । ରାଜ୍ୟ ବିଜେପି ସୋସିଆଲ୍ ମିଡ଼ିଆ ଆକାଉଣ୍ଟ୍ ରେ ଭିଡ଼ିଓଟି ପୋଷ୍ଟ ହୋଇଥିଲା । କୋଲକତାରେ ବିଜେପି ସଭାପତି ଜେ.ପି.ନଡ୍ଡାଙ୍କ ଉପସ୍ଥିତିରେ ତାହା ପ୍ରଦର୍ଶିତ କରାଗଲା । ଦିଲ୍ଲୀରେ ଥିବା ଅଭ୍ର ଏହା ଜାଣିବା ପରେ ବିଚଳିତ ହୋଇଯାଇଥିଲେ । ମୁଁ ବଞ୍ଚିଛି, ମରିନି ବୋଲି ତାଙ୍କୁ ଟୁଇଟ୍ କରିବାକୁ ପଡ଼ିଲା । ଏଥିସହ ବିଜେପି ଆଇଟି ସେଲ୍ ଦ୍ୱାରା ପ୍ରସ୍ତୁତ ଫେକ୍ ଭିଡ଼ିଓର ପର୍ଦ୍ଦାଫାସ୍ ହୋଇଥିଲା ।

ଦୁର୍ଭାଗ୍ୟ ଯେ ବିଜେପିର ଏହି ଫେକ୍ ଭିଡ଼ିଓ ଧରାପଡ଼ିବା ପରେ ବି ଦଳୀୟ ନେତାଙ୍କ ମୁହଁରେ ଅନୁତାପ କି ଲାଜ ସରମ ନାହିଁ । ଦଳର ମୁଖପାତ୍ର ସମ୍ବିତ ପାତ୍ର ଏକ ହିନ୍ଦୀ ଚାନେଲ୍ ଡିବେଟ୍ ରେ ବସି ଏହାକୁ ବାଇ ମିଷ୍ଟେକ୍ କହିଥିଲେ ମଧ୍ୟ ସେଥିପାଇଁ ଲଜ୍ଜାବୋଧ କରି ନ ଥିଲେ । ଓଲଟି ନିଜର ସଫେଇ ରଖୁଥିବା ସାମ୍ବାଦିକ ଅଭ୍ର ବାନାର୍ଜୀଙ୍କୁ ଚୁପ୍ କରାଉଥିଲେ । ଟିଏମସି କାର୍ଯ୍ୟକର୍ତ୍ତା ଭଳି ନହୋଇ ସାମ୍ବାଦିକ ଭଳି ଆଚରଣ କରନ୍ତୁ । ସୋଲଡ୍ ଆଉଟ୍ ଜର୍ଣ୍ଣାଲିଷ୍ଟ ଭଳି ହୁଅନ୍ତୁ ନାହିଁ ବୋଲି ଅଭ୍ରଙ୍କୁ କଟାକ୍ଷ କରୁଥିଲେ ।

ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଭାଇରାଲ୍ ଆଉ ଦୁଇଟି ଫେକ୍ ଭିଡ଼ିଓ ମଧ୍ୟ ସାମନାକୁ ଆସିଛି । ଗୋଟେ ଭିଡ଼ିଓରେ ଦଳେ ଲୋକ ହାତରେ ମାରଣାସ୍ତ୍ର ଧରି ‘ଖେଲା ହୋବେ’ ଗୀତ ତାଳରେ ନାଚୁଛନ୍ତି । ନିର୍ବାଚନ ଫଳ ବାହାରିଲା ପରେ ଟିଏମସି କର୍ମୀମାନେ ହିଂସ୍ର ହୋଇ ଏଭଳି କରୁଥିବା ବିଜେପି ଏହାକୁ ଚିତ୍ରଣ କରିଛି । ମାତ୍ର ଏହି ଭିଡ଼ିଓଟି ଗତବର୍ଷ ସେପ୍ଟେମ୍ବରରୁ ଇଣ୍ଟରେନେଟ୍ ରେ ଘୂରୁଛି । ଖେଲା ହୋବେ ସ୍ଲୋଗାନ୍ ରେ କେବଳ ଏହା ରିମିକ୍ସ କରାଯାଇଛି ।

ଆଉ ଏକ ଭିଡ଼ିଓରେ ଦେଖାଯାଉଥିବା ମାରପିଟ୍ ଘଟଣାଟି ୨୦୧୯ ମେ’ ମାସର । ବିଦ୍ୟାସାଗର କଲେଜରେ ବିଜେପି ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ଏହି ହିଂସାକାଣ୍ଡ ହୋଇଥିଲା । ମାତ୍ର ବିଜେପି ଏହାକୁ ଏବେକାର ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡକୁ ଯୋଡି ପ୍ରଚାର ଚଳାଇଛନ୍ତି ।

ବିଜେପି ନେତା ସ୍ୱପନ ଦାସଗୁପ୍ତା, ମୀନାକ୍ଷୀ ଲେଖି, କୈଳାସ ବିଜୟଭର୍ଗିୟା ପ୍ରମୁଖ ଟ୍ୱିଟ୍ କରି ଟିଏମସି ଗୁଣ୍ଡାରାଜକୁ ସମାଲୋଚନା କରିଛନ୍ତି । ଟିଏମସିର ମୁସଲିମ୍ ଗୁଣ୍ଡାବାହିନୀ ଦ୍ୱାରା ବିଜେପି କର୍ମୀଙ୍କୁ ହତ୍ୟା କରାଯାଉଛି, ଘରୁ ତଡ଼ି ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି । ଟିଏମସି କର୍ମୀମାନେ ବିଜେପି ମହିଳା କର୍ମୀଙ୍କୁ ବଳାତ୍କାର କରୁଥିବା ମଧ୍ୟ ସେମାନେ ଅଭିଯୋଗ ବାଢ଼ିଛନ୍ତି ।

ଅନ୍ୟପକ୍ଷରେ, ବିଜେପିର ବଙ୍ଗ ଦଖଲ ଉଦ୍ୟମରେ ମମତା ବାନାର୍ଜୀ ବ୍ରେକ୍ ଲଗାଇବା ପରେ ବିଜେପି ହତୋତ୍ସାହିତ ହୋଇ ଏଭଳି ମିଥ୍ୟା ପ୍ରଚାରର ଆଶ୍ରୟ ନେଇଥିବା ଟିଏମସି ନେତାମାନେ କହୁଛନ୍ତି । ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡକୁ ସାମ୍ପ୍ରଦାୟିକତା ରଙ୍ଗ ଦିଆଯାଉଥିବା ସେମାନଙ୍କର ଅଭିଯୋଗ । ପଶ୍ଚିବଙ୍ଗରେ ନିର୍ବାଚନୀ ହିଂସାକାଣ୍ଡକୁ ନେଇ ବିଜେପି ୯୫% ମିଛ ପ୍ରଚାର କରୁଥିବା ଟିଏମସି ସାଂସଦ ମହୁଆ ମୌତ୍ର କହିଛନ୍ତି ।

ଏପଟେ ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାରୁ ଫାଇଦା ଉଠାଇବାକୁ ଓଡ଼ିଶାର ମୁଷ୍ଟିମେୟ ବିଜେପି ନେତାମାନେ ଝାଳନାଳ ବୁହାଇବା ସମସ୍ତଙ୍କୁ ଆମୋଦିତ କରିଛି । ରାଜ୍ୟରେ ମହାମାରୀ କୋଭିଡ୍ ସ୍ଥିତି ସଙ୍ଗୀନ ଥିଲା ବେଳେ ଏମାନେ ଲୋକଙ୍କ ଦୁଃଖରେ ସାମିଲ ହେବା ବଦଳରେ ପଶ୍ଚିମବଙ୍ଗ ରାଜନୀତିକୁ ଗଣ୍ଠି କରିଛନ୍ତି । ପଶ୍ଚିମବଙ୍ଗରେ ଦଳର ଶୋଚନୀୟ ପରାଜୟରେ ଲଜ୍ଜିତ ନ ହୋଇ ଓଲଟି ବସ୍ ଙ୍କୁ ଖୁସି କରିବାକୁ ମମତା ବାନାର୍ଜୀଙ୍କୁ ଗାଳି ଦେବାର ପ୍ରତିଯୋଗିତା କରୁଛନ୍ତି । ଫେକ୍ ଭିଡ଼ିଓ ଜାଣିବା ପରେ ବି ସୋସିଆଲ୍ ମିଡ଼ିଆରେ ସେୟାର୍ କରି ବୀରତ୍ୱ ଦେଖାଇ ଚାଲିଛନ୍ତି ।

ପଶ୍ଚିମବଙ୍ଗ ହେଉ କି ଅତୀତରେ ଓଡ଼ିଶା ନିର୍ବାଚନ ହେଉ, ବିଜେପି ନେତାମାନେ ସେଥିରୁ କିଛି ଶିଖିଲେ ନାହିଁ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ଦଳର ମୁଖ୍ୟ କାର୍ଯ୍ୟକର୍ତ୍ତା ବୋଲାଉଥିବା ନେତାମାନଙ୍କ ଆଚରଣ ଓ ଉଚ୍ଚାରଣରେ ଅହଂକାର ଛାପ ଜଳ ଜଳ ଦିଶୁଛି । ସୋସିଆଲ୍ ମିଡ଼ିଆରେ ମିଛ ପ୍ରଚାର କରି ଲୋକଙ୍କ ବିଶ୍ୱାସ ହରାଉଛନ୍ତି । ଏହା ଦଳ ପାଇଁ ଆତ୍ମଘାତୀ ସଦୃଶ ବୋଲି ସେମାନେ କହିଛନ୍ତି ।

Previous Post

ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡ଼ା ଛାଡ

Next Post

ଆସିଲା ନୂଆ କରୋନା ଔଷଧ

Next Post
ଆସିଲା ନୂଆ କରୋନା ଔଷଧ

ଆସିଲା ନୂଆ କରୋନା ଔଷଧ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA