ଭୁୁବନେଶ୍ୱର: ନଭିମୁମ୍ବାଇ ମହାନଗର ନିଗମ ଉପରେ ଓଡ଼ିଶା ଭବନର ଭଡ଼ା ବାବଦକୁ ଥିବା ୨ କୋଟି ୧୬ ଲକ୍ଷ ଟଙ୍କାକୁ ଓଡ଼ିଶା ସରକାର ଛାଡ଼ କରିଛନ୍ତି ।
କୋଭିଡ୍ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସଙ୍ଗରୋଧ ନିମନ୍ତେ ନାଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଏପ୍ରିଲ୍ ରୁ ବ୍ୟବହାର କରି ଆସୁଥିଲେ । ମହାମାରୀର ଏ ବିପଦ ସମୟରେ ମାନବିକତା ତଥା ମୁମ୍ବାଇ ଜନସାଧାରଣଙ୍କ ପ୍ରତି ସଦିଚ୍ଛାପୂର୍ଣ୍ଣ ମନୋଭାବ ପ୍ରଦର୍ଶନପୂର୍ବକ ଓଡ଼ିଶା ଭବନ ଭଡ଼ା ଦେୟକୁ ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉକି, ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ଓଡ଼ିଶା ମହାରାଷ୍ଟ୍ରକୁ ଜରୁରୀ ଭିତ୍ତିରେ ୧୫ ଦିନ ହେଲା ଅକ୍ସିଜେନ୍ ମଧ୍ୟ ଯୋଗାଉଛି ।