Thursday, October 1, 2026 04:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡି ଛାଡ଼ିଲେ ଭର୍ତ୍ତୃହରି ମହତାବ

ବିଜେପିରେ ଯୋଗଦେବା ଚର୍ଚ୍ଚା

by Our Correspondent
22 Mar, 2024- 06:14 PM
in Latest News, News, Politics
1 min read
0
ବିଜେଡି ଛାଡ଼ିଲେ ଭର୍ତ୍ତୃହରି ମହତାବ

ଭୁବନେଶ୍ୱର: ବିଜେଡିର ୬ ଥରିଆ ସାଂସଦ ଭର୍ତ୍ତୃହରି ମହତାବ ଆଜି ସେହି ଦଳ ଛାଡ଼ିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । କଟକଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସେ ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି । ଯେଉଁ ବିଜୁ ଜନତା ଦଳ ଗଠନର ଆରମ୍ଭରୁ ମୁଁ ସଂପୃକ୍ତ, ଯାହାର ସମୃଦ୍ଧିରେ ମୋର ମଧ୍ୟ କିଛି ଅବଦାନ ରହିଛି, ଆଜି ସେ ଦଳରୁ ମୁଁ ଭଗ୍ନହୃଦୟରେ ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ ହେଉଛି ବୋଲି ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ।

ଭର୍ତ୍ତୃହରି ଏବେ କଟକର ସାଂସଦ ଅଛନ୍ତି । ବିଜେଡିରେ ତାଙ୍କ ନାଁ ଗଡୁଥିଲେ ମଧ୍ୟ ଦୀର୍ଘଦିନ ତଳୁ ସେ ବିଜେପିମୁହାଁ ହୋଇସାରିଥିବା ଚର୍ଚ୍ଚା ହେଉଥିଲା । ସେଥିପାଇଁ ବୋଧହୁଏ, ବିଜେଡିର କୌଣସି କାର୍ଯ୍ୟକ୍ରମରେ ପ୍ରାୟତଃ ତାଙ୍କୁ ଦେଖିବାକୁ ମିଳୁ ନ ଥିଲା । ବେଳେ ବେଳେ ଦଳୀୟ ପରିଚାଳନା ଓ ସରକାରଙ୍କ କାର୍ଯ୍ୟକ୍ରମକୁ କଟାକ୍ଷ କରି ସେ ନିଜ ଖବରକାଗଜରେ ସମ୍ପାଦକୀୟ ଲେଖୁଥିଲେ । ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆରମ୍ଭ କରି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଖୋଲାଖୋଲି ପ୍ରଶଂସା କରିବା ପଛରେ ତାଙ୍କର ବିଜେପି ସମ୍ପର୍କର ଇଙ୍ଗିତ କରୁଥିଲା ।

ଜଣେ ଭଲ ପାର୍ଲାମେଣ୍ଟାରିଆନ୍ ଭାବେ ଭର୍ତ୍ତୃହରିଙ୍କର ଦିଲ୍ଲୀରେ ସୁନାମ ଥିଲେ ମଧ୍ୟ ସାଧାରଣ ଜନତାଙ୍କର ସେ ନେତା ନ ଥିଲେ । ନିର୍ବାଚନ ସମୟକୁ ଛାଡ଼ିଦେଲେ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କୁ କ୍ୱଚିତ ଦେଖିବାକୁ ମିଳେ । ଗତଥର ତାଙ୍କ ପ୍ରାର୍ଥୀତ୍ୱ ବିଚାରକୁ ସମସ୍ତେ ବିରୋଧ କରିଥିଲେ । ମାତ୍ର ଭର୍ତ୍ତୃହରି ବାବୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ପକାଇ ଟିକେଟ ନେବାରେ ସମର୍ଥ ହୋଇଥିଲେ । ନିଜର ଲୋକସମ୍ପର୍କ ନୁହେଁ, ବିଜେଡି ହାୱାରେ ସେ ପୁନର୍ବାର ଜିତିଥିଲେ । ତେବେ ଏଥର ଟିକେଟ ପାଉନାହାନ୍ତି ବୋଲି ସେ ନିଶ୍ଚିତ ଥିଲେ ।

ଯେ କୌଣସି ମୁହୁର୍ତ୍ତରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଗତକାଲିର ଘଟଣା ତାଙ୍କୁ ବିଶେଷ କ୍ଷୁବ୍ଧ କରିଥିଲା । ୧୩ ବର୍ଷ ତଳର ଏକ ମାମଲାରେ ତାଙ୍କୁ ଚାର୍ଜଫ୍ରେମ କରାଯିବା ଘଟଣା ତାଙ୍କୁ ଅସହ୍ୟ ହୋଇଥିଲା । ୨୦୧୧ ମସିହା ଜାନୁଆରୀ ୨୩ରେ କଟକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ କାର୍ଯ୍ୟକ୍ରମରେ ଯୋଗଦେଲା ବେଳେ ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ଏସଆଇ ଅମିତାଭ ମହାପାତ୍ରଙ୍କ ଗାଲରେ ସେ ଚାପଡ଼ା ମାରିଥିଲେ । ଉକ୍ତ ମାମଲାରେ ତାଙ୍କ ବିରୋଧରେ ଗତକାଲି କଟକ ସ୍ୱତନ୍ତ୍ର ଏମପି/ଏମଲଏଏ କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି । ଆଇପିସି ଦଫା ୩୪୧, ୩୨୩, ୨୯୪, ୩୫୩, ୫୦୬ ରେ ପୁଲିସ ଚାର୍ଜଫ୍ରେମ କରିଛି ।

ଭର୍ତ୍ତୃହରି ବିଜେପିରେ ଯୋଗଦେବା ନିଶ୍ଚିତ ଜଣାପଡୁଥିଲେ ମଧ୍ୟ ଆଜି ଏ ସମ୍ପର୍କିତ ସାମ୍ବାଦିକଙ୍କ ପ୍ରଶ୍ନର ସିଧା ଉତ୍ତର ଦେଇନାହାନ୍ତି । କେଉଁ ଦଳରେ ଯୋଗଦେବି ତାହା ସମୟ କହିବ ବୋଲି କହିଛନ୍ତି ।

Previous Post

ଦାମବାବୁ ଚାଲିଗଲେ

Next Post

ଏକାକୀ ଲଢ଼ିବ ବିଜେପି:ମନମୋହନ

Next Post
ଏକାକୀ ଲଢ଼ିବ ବିଜେପି:ମନମୋହନ

ଏକାକୀ ଲଢ଼ିବ ବିଜେପି:ମନମୋହନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA