Wednesday, April 22, 2026 02:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଭାସ୍କର ସାହୁଙ୍କୁ ଛାଡ଼ିଦେଲା ପୁଲିସ

ଉଦାରତା ଦେଖାଇଲେ ୫-ଟି ସଚିବ ପାଣ୍ଡିଆନ

by Our Correspondent
20 Aug, 2023- 12:28 PM
in Crime, Latest News, News
1 min read
0
ଭାସ୍କର ସାହୁଙ୍କୁ ଛାଡ଼ିଦେଲା ପୁଲିସ

ଭୁୁବନେଶ୍ୱର: ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ କାଳିମାଡ଼ କରିଥିବା ଦୁର୍ବୃତ୍ତ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ିଦେଇଛି । ତାଙ୍କ ବଡ଼ଭାଇଙ୍କ ବ୍ୟକ୍ତିଗତ ମୁଚାଳିକାରେ ସେ ଘରକୁ ଫେରି ଆସିଛନ୍ତି । ଖୋଦ୍ ୫-ଟି ସଚିବଙ୍କ ନିର୍ଦ୍ଦେଶରେ ଗିରଫ ଭାସ୍କରଙ୍କୁ ପୁଲିସ ବିଳମ୍ବିତ ରାତିରେ ଛାଡ଼ି ଦେଇଥିବା ଜଣାପଡ଼ିଛି । ଏଭଳି ଉଦାରତା ପାଇଁ ଭାସ୍କରଙ୍କ ପରିବାର ଲୋକେ ୫-ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଭଳି କାର୍ଯ୍ୟର ପୁନରାବୃତ୍ତି ନ କରିବା ପାଇଁ ଭାସ୍କର ଥାନାରେ ଲେଖିକି ଆସିଛନ୍ତି ।

ପୁରୀ ଜିଲ୍ଲା ଗସ୍ତରେ ଥିବା ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କୁ ଗତକାଲି ସତ୍ୟବାଦୀରେ ଏହି ଯୁବକ କାଳିମାଡ଼ କରିଥିଲେ । ସ୍ଥାନୀୟ ୟୁଜିଏସ୍ କଲେଜ ପଡ଼ିଆରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ପକେଟରୁ ଏକ କାଳି ବୋତଲ ବାହାର କରି ଶ୍ରୀ ପାଣ୍ଡିଆନଙ୍କ ଉପରକୁ ଫିଙ୍ଗିଥିଲେ । କାଳିମାଡ଼ରୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ବି ରକ୍ଷା ପାଇ ନ ଥିଲେ ।

ଘଟଣାସ୍ଥଳରୁ ହିଁ ଦୁର୍ବୃତ୍ତ ଭାସ୍କର ସାହୁଙ୍କୁ ପୁଲିସ କାବୁ କରି ଥାନାକୁ ନେଇ ଯାଇଥିଲା । ପୁଲିସ ଆଇଜି ଏବଂ ଏସପି ତାଙ୍କୁ ଜେରା କରିଥିଲେ । ଅନ୍ୟପକ୍ଷରେ ଭାସ୍କରଙ୍କ ପତ୍ନୀ ବିଭିନ୍ନ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ତାଙ୍କ ସ୍ୱାମୀଙ୍କ କାର୍ଯ୍ୟକୁ ସମର୍ଥନ କରିଥିଲେ ମଧ୍ୟ ତାଙ୍କୁ କ୍ଷମା କରିଦେବା ପାଇଁ ୫-ଟି ସଚିବଙ୍କୁ ଅନୁରୋଧ କରିଥିଲେ ।

ସେପଟେ କାଳିମାଡ଼ ଘଟଣାକୁ ନେଇ ବିଜେଡି ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ୫-ଟି ସଚିବଙ୍କୁ କାଳିମାଡ଼ ପଛରେ ବିରୋଧୀ ରାଜନୈତିକ ଶକ୍ତିର ସଂପୃକ୍ତିକୁ ଇସାରା କରି ପ୍ରତିଶୋଧ ଓ ଘୃଣା ରାଜନୀତିର ଉଚିତ ଜବାବ ଦିଆଯିବ ବୋଲି କୁହାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକଙ୍କ ପାଖକୁ ଯାଉଥିବା ୫-ଟି ସଚିବଙ୍କ ମୁହଁରୁ ମିଶନ ଶକ୍ତି ମା’ ମାନେ ସେମାନଙ୍କ ପଣତ କାନିରେ କାଳି ପୋଛିବାର ଦୃଶ୍ୟକୁ ବିରୋଧୀଙ୍କ ଉଦ୍ଦେଶ୍ୟରେ ଦଳୀୟ ନେତାମାନେ ଅସ୍ତ୍ର କରିଥିଲେ ।

ଓଏଏସ୍ ସଂଘ ପକ୍ଷରୁ ଏକ ପ୍ରେସ୍ ମିଟ୍ କରାଯାଇ ୫-ଟି ସଚିବଙ୍କ ଉପରେ କାଳି ମାଡ଼ ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ସଂଘର ସଭାପତି ଜ୍ୟୋତିରଞ୍ଜନ ମିଶ୍ର ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ଓ ଅଶୋଭନୀୟ ଘଟଣା ବୋଲି ବର୍ଣ୍ଣନା କରିଥିଲେ ।

ସାମଗ୍ରିକ ଭାବେ ଏହି ଘଟଣା ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଥିଲା ବେଳେ ଦୁର୍ବୃତ୍ତ ଭାସ୍କରଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ସମସ୍ତଙ୍କର ଅପେକ୍ଷା ଥିଲା । ମାତ୍ର ନିଜେ ଶ୍ରୀ ପାଣ୍ଡିଆନ୍ ଉଦାର ମନୋଭାବରେ ତାଙ୍କୁ କ୍ଷମା କରିଦେବା ଏବଂ ଥାନାରୁ ଛାଡ଼ି ଦେବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

Previous Post

କାହାଠୁ ବଳ ପାଇଲେ ଭାସ୍କର ସାହୁ?

Next Post

ସ୍ୱାଭିମାନ ଅଞ୍ଚଳରେ ଆଉ ୩ଟି ବୃହତ ସେତୁ

Next Post
ସ୍ୱାଭିମାନ ଅଞ୍ଚଳରେ ଆଉ ୩ଟି ବୃହତ ସେତୁ

ସ୍ୱାଭିମାନ ଅଞ୍ଚଳରେ ଆଉ ୩ଟି ବୃହତ ସେତୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA