Friday, June 26, 2026 04:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାହାଠୁ ବଳ ପାଇଲେ ଭାସ୍କର ସାହୁ?

୫-ଟି ସଚିବଙ୍କ ଉପରକୁ କାଳି ମାଡ଼ ଘଟଣା

by Our Correspondent
19 Aug, 2023- 10:41 PM
in Latest News, News
1 min read
0
କାହାଠୁ ବଳ ପାଇଲେ ଭାସ୍କର ସାହୁ?

ଭୁବନେଶ୍ୱର: ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ କାଳିମାଡ଼ କରିଥିବା ଭାସ୍କର ସାହୁଙ୍କ ରାଜନୈତିକ ପୃଷ୍ଠଭୂମି କ’ଣ? କାଳିମାଡ଼ କରିବାର ସାହାସ କେଉଁଠୁ ପାଇଲେ? ଏହି ଘୃଣିତ କାର୍ଯ୍ୟରେ କାହାର ବଳ ଲାଗିଛି? ଆଜି ସତ୍ୟବାଦୀ ଅଘଟଣ ପରେ ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରିଛି ।

କଣାସ ବ୍ଲକ୍ ଅନ୍ତର୍ଗତ ବଡାଲ ପଞ୍ଚାୟତ ହରିପୁର ଗାଁର ଯୁବକ ଭାସ୍କର ସାହୁ ବିଜେପିର ଜଣେ ଆଗଧାଡ଼ିର କର୍ମୀ ବୋଲି ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଦାବି କରିଛନ୍ତି । ଏହାର ପ୍ରମାଣ ମଧ୍ୟ ଦେଖାଇଛନ୍ତି । ମାତ୍ର ପ୍ରତିପକ୍ଷ ବିଜେପି ନେତା ଓମ୍ ପ୍ରକାଶ ମିଶ୍ରଙ୍କ ଦାବି ଅନୁଯାୟୀ ଭାସ୍କର ହେଉଛନ୍ତି ବିଧାୟକଙ୍କର ପୁରୁଣା ସହଯୋଗୀ । ବିଜେପିର ସେ କର୍ମୀ ନୁହଁନ୍ତି ।

ଗତ ପଞ୍ଚାୟତ ନିର୍ବାଚନରେ କଣାସ ପଞ୍ଚାୟତରୁ ଭାସ୍କର ସମିତି ସଭ୍ୟ ପ୍ରାର୍ଥୀ ଥିଲେ । ସ୍ୱାଧୀନ ପ୍ରାର୍ଥୀ ଭାବେ ଷ୍ଟୁଲ୍ ଚିହ୍ନରେ ଲଢ଼ି ପରାଜିତ ହୋଇଥିଲେ । ବିଧାୟକ ଶ୍ରୀ ସାମନ୍ତରାୟଙ୍କ କହିବାନୁଯାୟୀ, ବିଜେପି ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିବାରୁ ସେ ସ୍ୱାଧୀନ ଭାବେ ଲଢ଼ିଥିଲେ । ମାତ୍ର ସେ ବିଜେପିର ଆଗଧାଡ଼ିର କର୍ମୀ ଥିଲେ ଏବଂ ଏବେ ଅଛନ୍ତି ବୋଲି ବିଧାୟକ ଚାଲେଂଜ ଦେଇଛନ୍ତି ।

ଏହା ସତ ଯେ ଭାସ୍କରଙ୍କ ଫେସ୍ ବୁକ୍ ଖୋଲିଲେ ବିଜେଡି ସରକାରର ସେ ତୀବ୍ର ବିରୋଧୀ ବୋଲି ବାରି ହୋଇପଡୁଛନ୍ତି । ଖାସ୍ କରି ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ବିରୋଧରେ ସେ ଅନେକ ଗୁଡ଼ିଏ ପୋଷ୍ଟ ସେୟାର କରିଛନ୍ତି । ଦୟା ସୁରକ୍ଷା ଅଭିଯାନର କର୍ମକର୍ତ୍ତା ପରିଚୟରେ ବିଜେପିର ସେ ଜଣେ ଦୃଢ଼ ସମର୍ଥକ ବୋଲି ତାଙ୍କ ଗ୍ରାମବାସୀଙ୍କଠାରୁ ଖବର ମିଳିଛି ।

୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କର ଆଜିର ସତ୍ୟବାଦୀ ଗସ୍ତ କାର୍ଯ୍ୟକ୍ରମରେ ଅଘଟଣା ଘଟାଇବା ପାଇଁ ଭାସ୍କର ସୁଚିନ୍ତିତ ଯୋଜନା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଜେରା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣେ ଅଧିକାରୀ କହିଛନ୍ତି । ତେବେ ଏ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ସେ ମନା କରିଛନ୍ତି ।

ଅନ୍ୟପକ୍ଷରେ ପୁଲିସକୁ ତାଙ୍କ ପତ୍ନୀ ଦେଇଥିବା ବୟାନ ଅନୁଯାୟୀ, ଏଲଆଇସି ଏଜେଣ୍ଟ ଭାବେ କା ମ କରୁଥିବା ତାଙ୍କ ସ୍ୱାମୀ ଭାସ୍କର ଦୁଇଦିନ ହେଲା ଘରେ ନ ଥିଲେ । ଏକ ମିଟିଂରେ ଯୋଗଦେବାକୁ କଟକ ଯାଇଥିଲେ । ଗତକାଲି ରାତି ୧୦ଟା ପରେ ଘରକୁ ଫେରିଥିଲେ । ଆଜି ସତ୍ୟବାଦୀରେ ୫-ଟି ସଚିବଙ୍କ କାର୍ଯ୍ୟକ୍ରମ ଥିବାରୁ ସେ ୧୦ଟା ବେଳେ ଘରୁ ବାହାରି ଯାଇଥିଲେ ।

୫-ଟି ସଚିବଙ୍କୁ କାଳିମାଡ଼ ସମ୍ପର୍କରେ ସ୍ୱାମୀଙ୍କଠାରୁ ସେ ସୁରାକ୍ ପାଇ ନ ଥିଲେ ବୋଲି କହିଥିଲା ବେଳେ ସ୍ୱାମୀଙ୍କ କାର୍ଯ୍ୟକୁ କିନ୍ତୁ ସମର୍ଥନ କରିଛନ୍ତି । ମୋ ସ୍ୱାମୀ ଅଞ୍ଚଳର ସମସ୍ୟା ପାଇଁ ଲଢ଼ୁଛନ୍ତି । ତେଣୁ କିଛି ଭୁଲ କରିନାହାନ୍ତି । ତାଙ୍କ ପାଇଁ ଗର୍ବିତ ବୋଲି ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି ।

ଭାସ୍କରଙ୍କ ଗ୍ରାମବାସୀମାନେ କିନ୍ତୁ ତାଙ୍କର ଏହି ହୀନ କାର୍ଯ୍ୟକୁ ନିନ୍ଦା କରିଛନ୍ତି । ପ୍ରତିବାଦ କରିବାର ଏହା ତରିକା ନୁହେଁ ବୋଲି କହିଛନ୍ତି । ୫-ଟି ସଚିବଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ମିଶନ ଶକ୍ତି ମା’ ମାନେ ଏହି କାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ।

ସୂଚନାଯୋଗ୍ୟ, ପାଣ୍ଡିଆନଙ୍କ ଉପରେ କାଳି ମାଡ଼ ହେବା ପରେ ମିଶନ ଶକ୍ତି ମା’ ମାନେ ଏହାର ଖାଲି ବିରୋଧ କରି ନ ଥିଲେ ବରଂ ହୁଳହୁଳି ପକାଇ ପାଣ୍ଡିଆନଙ୍କ ମୁହଁରେ ଲାଗିଥିବା କାଳିକୁ ନିଜ ନିଜର ପଣତ କାନିରେ ପୋଛିଥିଲେ ।

୫-ଟି ସଚିବଙ୍କ ଉପରେ କାଳି ମାଡ଼ ଘଟଣାକୁ ବିଜେଡିର ସବୁ ବର୍ଗର ନେତା, ମନ୍ତ୍ରୀ, ବିଧାୟକ ଏବଂ ସାଂସଦ ତୀବ୍ର ନିନ୍ଦା କରିଛନ୍ତି । ଏହାକୁ ପ୍ରତିଶୋଧ ରାଜନୀତି ବୋଲି ସମାଲୋଚନା କରି ମା’ ଙ୍କ ପଣତକାନିକୁ ସାଙ୍ଗରେ ଧରି ଚାଲିବୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

ଅପରପକ୍ଷେ, ଏହି କାଳିମାଡ଼ ଘଟଣାରେ ଦଳର ସଂପୃକ୍ତିକୁ ବିଜେପି ଅସ୍ୱୀକାର କରି ବିଜେଡି ଗୋଷ୍ଠୀକନ୍ଦଳର ଏହା ପରିଣାମ ବୋଲି ପାଲଟା କଟାକ୍ଷ କରିଛି । ସେହିଭଳି କଂଗ୍ରେସ ଏହାକୁ କ୍ରୋଧର ପ୍ରତିଫଳନ ବୋଲି କହିଛି ।

ଓଏଏସ୍ ସଂଘ ଏବଂ ରାଜ୍ୟ ସଚିବାଳୟ ସଂଘ ୫-ଟି ସଚିବ ଓ ପୁରୀ ଜିଲ୍ଲାପାଳଙ୍କ ଉପରେ କାଳି ମାଡ଼ ଘଟଣାକୁ ନିନ୍ଦା କରିଛନ୍ତି । ଓଏଏସ୍ ସଂଘ ଏକ ପ୍ରେସ୍ ମିଟ୍ କରି ଏହାକୁ କଳା ଦିବସ ବୋଲି କହିଛି । ସଂଘର ସଭାପତି ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ଓ ଅଶୋଭନୀୟ ଘଟଣା । ଏମିତି ଘୃଣ୍ୟ ଆଚରଣ ଆମକୁ ନିରାଶ ଓ ବ୍ୟଥିତ କରିଛି । ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଦାବି କରୁଛୁ ।

Previous Post

ସତ୍ୟବାଦୀରେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼

Next Post

ଭାସ୍କର ସାହୁଙ୍କୁ ଛାଡ଼ିଦେଲା ପୁଲିସ

Next Post
ଭାସ୍କର ସାହୁଙ୍କୁ ଛାଡ଼ିଦେଲା ପୁଲିସ

ଭାସ୍କର ସାହୁଙ୍କୁ ଛାଡ଼ିଦେଲା ପୁଲିସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA