Friday, August 28, 2026 06:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ନାଁ ନେଇ ଖସିଯିବାକୁ ଚାଲ୍ !

ଯୌତୁକ ନିର୍ଯ୍ୟାତନା ଅଭିଯୁକ୍ତ ସାଂସଦଙ୍କ ଜଘନ୍ୟ ବୁଦ୍ଧି

by Our Correspondent
19 Aug, 2021- 09:43 PM
in Latest News, News
1 min read
0
ନବୀନଙ୍କ ନାଁ ନେଇ ଖସିଯିବାକୁ ଚାଲ୍ !

ଭୁବନେଶ୍ୱର: ବୋହୁକୁ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ମାମଲା ପଦାକୁ ଆସିଯିବା ପରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅସଲ ଚେହେରା ଧରାପଡ଼ିଯାଇଛି । ତେବେ ଏହି ଘରୋଇ ଅପରାଧ ମାମଲାରୁ ବର୍ତ୍ତିବା ପାଇଁ ସାଂସଦ ମହାଶୟ ଦଳ ମୁଖିଆଙ୍କ କାନ୍ଧରେ ଓହଳିବାକୁ ଉଦ୍ୟମ କରିବା ସମସ୍ତଙ୍କୁ ଚକିତ କରିଛି । ମୁଖିଆଙ୍କୁ ଅଳି କରି ବାରମ୍ବାର ସାଂସଦ ଟିକେଟ ନେବାରେ ଅଭ୍ୟସ୍ତ ଭର୍ତ୍ତୃହରି ନିଜ ଘରୋଇ ମାମଲାରେ ବି ସମାନ ନୀତି ଧରିଥିବା ଆଜି ତାଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ଜଣାପଡୁଛି ।

ସାଂସଦଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ମାମଲା ଆଜି ଦିନତମାମ ଜାତୀୟ ଓ ଓଡ଼ିଶା ଗଣମାଧ୍ୟମରେ ଚର୍ଚ୍ଚା ହେଲା ବେଳେ ସାଂସଦଙ୍କ ପାଟିରୁ କଥା ବାହାରି ନ ଥିଲା । ତେବେ ସଂଧ୍ୟାବେଳେ ହଠାତ୍ ସାମ୍ବାଦିକମାନଙ୍କୁ ଡାକି ଭର୍ତ୍ତୃହରି ଅଦ୍ଭୂତ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ତାଙ୍କ ଘରର ମାମଲା ନବୀନ ଆଗରୁ ଜାଣିଛନ୍ତି । ପରିବାରର ବଡ଼ଭାଇ ଭାବେ ସେ ଏସବୁ କଥା ଜାଣିଥିଲେ ।’ ତେବେ ନବୀନ କେମିତି ଜାଣିଲେ ବୋଲି ସାମ୍ବାଦିକମାନେ ପଚାରିବାରୁ ସାଂସଦଙ୍କ ଉତ୍ତର ଥିଲା.. ‘ନିର୍ବଦ୍ଧ ବେଳେ ନବୀନ ଥିଲେ । ରିସେପସନ୍ ରେ ବି ସେ ଥିଲେ ।’ ଭର୍ତ୍ତୃହରିଙ୍କ ଯୁକ୍ତିରେ ଯିଏ ବାହାଘରରେ ବରଯାତ୍ରୀ ଯିବେ ବା ରିସେପସନ୍ ରେ ଭୋଜି ଖାଇବେ ସିଏ ବିବାହ ପରର ଦାମ୍ପତ୍ୟ ଜୀବନ ଓ ପରିବାର ବିବାଦ ନିଶ୍ଚିତ ଜାଣିବେ । ଧନ, କ୍ଷମତା କି ଅନ୍ୟ କୌଣସି କାରଣରୁ ମଣିଷ ବାଉଳା ହେଲେ ମୁଣ୍ଡକୁ କିଭଳି ବୁଦ୍ଧି ଜୁଟେ ତାହା ଭର୍ତ୍ତୃହରିଙ୍କ ବକ୍ତବ୍ୟରୁ ବୁଝାପଡ଼ିଯାଉଛି ।

ଭର୍ତ୍ତୃହରିଙ୍କ ପରିଚୟ କେବଳ ସାଂସଦ ନୁହେଁ । ସେ ଜଣେ ଖବରକାଗଜର ସମ୍ପାଦକ ମଧ୍ୟ । ନିଜ ଖବରକାଗଜର ସମ୍ପାଦକୀୟ ସ୍ତମ୍ଭରେ ମଝିରେ ମଝିରେ ବହୁ ନୀତିବାଣୀ ଶୁଣାନ୍ତି । ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା, ନାରୀ ସ୍ୱାଧୀନତାର ନାରା ଦିଅନ୍ତି । ୬ ଥରିଆ ଏହି ସାଂସଦ, ତାଙ୍କ ପତ୍ନୀ ଏବଂ ପୁଅଙ୍କ ବିରୋଧରେ ନିଜ ବୋହୁ ଆଣିଛନ୍ତି ଯୌତୁକ ଓ ଶାରୀରିକ ନିର୍ଯ୍ୟାତନା । ଭୋପାଳ ମହିଳା ଥାନାରେ ବୋହୁ ଏତଲା ଦେଇଛନ୍ତି । ପୁଲିସ ଆଇପିସିର ଧାରା ୪୯୮-ଏ, ୪୦୬, ୫୦୬, ୩୪ ଏବଂ ଯୌତୁକ ନିରୋଧ ଆଇନ ୩ ଓ ୪ରେ ମାମଲା ରୁଜୁ କରିଛି ।

ସାଂସଦଙ୍କୁ ଏହା ଲଜ୍ଜିତ କରିବା କଥା । ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେଇଦେବା କଥା । ମାତ୍ର ତାହା ନ କରି ଦଳର ମୁଖିଆଙ୍କ ନାଁ କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ସୂଚନାଥାଉକି, ପୁଅ ଓ ବୋହୁ ୪/୫ ଦିନ ଏକାଠି ବି ରହିପାରିଲେନି ବୋଲି ଭର୍ତ୍ତୃହରି ନିଜେ ସ୍ୱୀକାର କରିଛନ୍ତି ।

ତେବେ ସେ ଯାହା ହେଉ, ସଙ୍ଗୀନ ମାମଲାରେ ଛନ୍ଦି ହୋଇଥିବା ଦଳୀୟ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ସଭାପତି ଏ ପର୍ଯ୍ୟନ୍ତ ଚୁପ୍ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନବୀନ ତାଙ୍କ ଆଭିମୁଖ୍ୟ ବଦଳେଇ ଦେଲେଣି କି ବୋଲି ପ୍ରଶ୍ନ ଉଠିଛି । ଏକଦା ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତର କୁହାଯାଉଥିବା ମନ୍ତ୍ରୀ ରଘୁନାଥ ମହାନ୍ତି ଓ ତାଙ୍କ ପରିବାର ବିରୋଧରେ ବୋହୁ ବର୍ଷାସୋନୀ ଯୌତୁକ ଓ ଶାରୀରିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ଆଧାରରେ ହିଁ ନବୀନ ତାଙ୍କ ପ୍ରତି କଠୋର ଆଭିମୁଖ୍ୟ ନେଇଥିଲେ । ତାଙ୍କର ମନ୍ତ୍ରୀ ପଦ ଗଲା, ଜେଲ୍ ଗଲେ । ଦଳରୁ ବିଦା ବି ହେଲେ ।

ଆଜି ସେହି ସମାନ ଅଭିଯୋଗ ସାଂସଦ ଭର୍ତ୍ତୃହରିଙ୍କ ବିରୋଧରେ । ମାତ୍ର କାର୍ଯ୍ୟାନୁଷ୍ଠାନର ସ୍ୱର ଶବ୍ଦ ନାହିଁ । ନାରୀ ସୁରକ୍ଷାର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ଦଳୀୟ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଲେ ଜନମାନସରେ ତାଙ୍କୁ ନିନ୍ଦିତ ହେବାକୁ ପଡ଼ିବ । ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ ନବୀନ ତୁରନ୍ତ ନିଷ୍ପତ୍ତି ନେବାକୁ ଖୋଦ୍ ବିଜେଡ଼ି ମହଲରୁ ଦାବି ହେଲାଣି । ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ବିଚାର କରିବାକୁ ଅନୁରୋଧ କରାଯାଇଛି ।

Previous Post

ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ, କାଲି ମାଲକାନଗିରି ଯିବେ ନବୀନ

Next Post

ସ୍ୱାସ୍ଥ୍ୟ ବିଭାଗରେ ୧୧,୦୦୬ ନର୍ସିଂ ଅଫିସର ପଦବୀ ସୃଷ୍ଟି

Next Post
ସ୍ୱାସ୍ଥ୍ୟ ବିଭାଗରେ ୧୧,୦୦୬ ନର୍ସିଂ ଅଫିସର ପଦବୀ ସୃଷ୍ଟି

ସ୍ୱାସ୍ଥ୍ୟ ବିଭାଗରେ ୧୧,୦୦୬ ନର୍ସିଂ ଅଫିସର ପଦବୀ ସୃଷ୍ଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA