Tuesday, April 21, 2026 09:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ, କାଲି ମାଲକାନଗିରି ଯିବେ ନବୀନ

ଜନତାମୁହାଁ ହେଲେ ନେତା

by Our Correspondent
19 Aug, 2021- 09:37 PM
in Latest News, News
1 min read
0
ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ, କାଲି ମାଲକାନଗିରି ଯିବେ ନବୀନ

ଭୁବନେଶ୍ୱର: ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ନେତାମାନେ ଏବେ ଜନତାମୁହାଁ ହୋଇଛନ୍ତି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ପ୍ରଥମ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶା ମାଟିରେ ପାଦ ଦେଇ ବିଜେପିର “ଜନ ଆଶୀର୍ବାଦ’ ଯାତ୍ରା ଆରମ୍ଭ କରିଛନ୍ତି । ଆନୁୁଷ୍ଠାନିକ ଭାବେ ଏହି ଯାତ୍ରାର ନେତୃତ୍ୱ ନେଉଥିବା ଶ୍ରୀ ବୈଷ୍ଣବ ୫ ଦିନ ଧରି ୬ ଟି ଜିଲ୍ଲାକୁ ରେଳ ଯୋଗେ ବୁଲିବେ । ସମୁଦାୟ ୪୧୯ କିମି ଯାତ୍ରାରେ ୬ ରୋଡ ସୋ’ ଏବଂ ୩୦ ରୁ ଅଧିକ ସମ୍ବର୍ଦ୍ଧନା ସଭାରେ ଯୋଗଦେବେ । ଅନ୍ୟପକ୍ଷରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତାକାଲି ମାଲକାନଗିରି ଯାଇ ବିଜୁ ସ୍ୱାସ୍ଥ୍ୟ ଡିଜିଟାଲ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ସେଥିପାଇଁ ବିଜେଡ଼ି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

ରୋଚକ କଥା ହେଉଛି, ରାଜ୍ୟର ଦୁଇ ପ୍ରମୁଖ ଦଳ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ଫୋକସ୍ ରେ ରଖି ସେମାନଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଦୁଇ କେନ୍ଦ୍ରମନ୍ତ୍ରୀ ଆଜି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହାପରେ ଶ୍ରୀ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରାରେ ଭୁବନେଶ୍ୱର ଛାଡ଼ିଛନ୍ତି । ମୋଦି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଇ ଆଶୀର୍ବାଦ ଲୋଡ଼ିବେ । ବିଜେପିର ଏହି ଯାତ୍ରା ପାଇଁ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ଆସନ୍ତାକାଲି ରେଳମନ୍ତ୍ରୀ ରାୟଗଡ଼ା, କୋରାପୁଟ ଜିଲ୍ଲାରେ ରୋଡ୍ ସୋ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୨୧ ତାରିଖରେ ଜୟପୁର, ନବରଙ୍ଗପୁର, କଳାହାଣ୍ଡି ଏବଂ ୨୨ ତାରିଖରେ ବଲାଙ୍ଗୀର ଜିଲ୍ଲାରେ ତାଙ୍କର ରୋଡ୍ ସୋ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ୨୩ ତାରିଖ ସକାଳେ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ସାରି ନୂଆଦିଲ୍ଲୀ ଫେରିଯିବେ ।

ବିଜେପିର ଅଭିଯାନକୁ କାଉଣ୍ଟର କରିବା ପାଇଁ ବିଜେଡ଼ି ପ୍ରସ୍ତୁତି ବି କମ ନାହିଁ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମାଲକାନଗିରିରୁ ତାଙ୍କର ଜିଲ୍ଲା ଗସ୍ତ ଆରମ୍ଭ କରୁଛନ୍ତି । ଆଉ ଏଥର ଜିଲ୍ଲାଗସ୍ତରେ ଜନସାଧାରଣଙ୍କ ପାଇଁ ଭଲ ଉପହାର ନେଇ ଆସୁଛନ୍ତି । ଗତ ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ ଆଣିଥିଲେ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ସାଢ଼େ ତିନି କୋଟି ଲୋକଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଯୋଜନାରେ ପରିବାର ପାଇଁ ୫ ଲକ୍ଷ ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଛି ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ସମୁଦାୟ ୧,୫୫,୮୨୩ ଜଣଙ୍କୁ କାର୍ଡ ବଣ୍ଟନ କରାଯିବ । ୨୫ ତାରିଖ ଯାଏଁ ଜିଲ୍ଲାରେ କାର୍ଡ ବଣ୍ଟନ କାର୍ଯ୍ୟ ଚାଲିବ ଏବଂ ପ୍ରତି ବ୍ଲକ୍ ରେ ମନ୍ତ୍ରୀମାନେ ଉପସ୍ଥିତ ରହି କାଣ୍ଟ ବାଣ୍ଟିବେ । ନଭେମ୍ବର ମାସ ଭିତରେ ମୁଖ୍ୟମନ୍ତ୍ରୀ ୩୦ ଟି ଯାକ ଜିଲ୍ଲା ଗସ୍ତ କରିବେ ବୋଲି ଜଣାପଡ଼ିଛି ।

Previous Post

ସଂଗ୍ରାମ(ବାପି) ଜେନାଙ୍କ ଅକାଳ ବିୟୋଗ

Next Post

ନବୀନଙ୍କ ନାଁ ନେଇ ଖସିଯିବାକୁ ଚାଲ୍ !

Next Post
ନବୀନଙ୍କ ନାଁ ନେଇ ଖସିଯିବାକୁ ଚାଲ୍ !

ନବୀନଙ୍କ ନାଁ ନେଇ ଖସିଯିବାକୁ ଚାଲ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA