Tuesday, April 21, 2026 11:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସଂଗ୍ରାମ(ବାପି) ଜେନାଙ୍କ ଅକାଳ ବିୟୋଗ

ଅପରାହ୍ନ ୫ଟାରେ ଭୁବନେଶ୍ୱରରେ ପହଞ୍ଚିବ ପାର୍ଥିବ ଶରୀର

by Our Correspondent
19 Aug, 2021- 03:53 PM
in Latest News, News
1 min read
0
ସଂଗ୍ରାମ(ବାପି) ଜେନାଙ୍କ ଅକାଳ ବିୟୋଗ

ଭୁବନେଶ୍ୱର: କଂଗ୍ରେସ ଯୁବନେତା ଦକ୍ଷ ସଂଗଠକ ସଂଗ୍ରାମ(ବାପି) ଜେନା ଆଉ ନାହାନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ ରେ ଇକମୋ ଚିକିତ୍ସାରେ ଥିବା ୪୪ ବର୍ଷୀୟ ସଂଗ୍ରାମ ଆଜି ସକାଳେ ହୃଦଘାତର ଶିକାର ହୋଇ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି । ସଂଗ୍ରାମଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କଂଗ୍ରେସ ମହଲରେ ଶୋକର ଛାୟା ଖେଳିଯାଇଛି ।

ଗତ ମେ ପ୍ରଥମ ସପ୍ତାହରେ ସଂଗ୍ରାମ କରୋନାରେ ଆକ୍ରାନ୍ତ ହୋଇଥିଲେ । ୩ ସପ୍ତାହ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ଭେଣ୍ଟିଲେଟରରେ ଥିଲେ ବି ତାଙ୍କ ଅବସ୍ଥାରେ ସୁଧାର ଆସି ନ ଥିଲା । ଇକମୋ ଚିକିତ୍ସା ପାଇଁ ମେ ଶେଷ ସପ୍ତାହରେ ତାଙ୍କୁ ହାଇଦ୍ରାବାଦ ଏୟାରଲିଫ୍ଟ କରାଯାଇଥିଲା । ବ୍ୟୟବହୁଳ ଇକମୋ ଚିକିତ୍ସାରେ ତାଙ୍କ ଅବସ୍ଥାରେ ସାମାନ୍ୟ ଉନ୍ନତି ଆସୁଥିଲା । ତେବେ ୮୪ ଦିନ ଧରି ଇକମୋ ଚିକିତ୍ସାରେ ଥିବା ସଂଗ୍ରାମ ଆଜି ସକାଳେ ହୃଦଘାତ୍ ର ଶିକାର ହୋଇଥିଲେ । ସକଳ ଉଦ୍ୟମ ସତ୍ତ୍ୱେ ଡାକ୍ତରମାନେ ତାଙ୍କୁ ବଞ୍ଚାଇପାରିଲେନି ।

ଆଜି ଅପରାହ୍ନରେ ସଂଗ୍ରାମଙ୍କ ପାର୍ଥିବ ଶରୀର ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯିବ । ୫ଟାରେ ବିମାନବନ୍ଦରରେ ମୃତଦେହ ପହ୍ୟଞ୍ଚିଲା ପରେ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ଭବନ ଅଣାଯିବ । କଂଗ୍ରେସ ଭବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ସୂର୍ଯ୍ୟନଗରସ୍ଥିତ ବାସଭବନକୁ ନିଆଯାଇ ଶେଷ ଦର୍ଶନ ପାଇଁ ରଖାଯିବ । ଆସନ୍ତାକାଲି ଶୁକ୍ରବାର ସକାଳ ୭ଟାରେ ସଂଗ୍ରାମଙ୍କ ମରଶରୀରକୁ ତାଙ୍କ ଜନ୍ମମାଟି ଆନନ୍ଦପୁର ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ବାପା ଜୟଦେବ ଜେନାଙ୍କ ପରିଚୟରେ ନୁହେଁ, ସଂଗ୍ରାମ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କଂଗ୍ରେସରେ ଲୁଲୁ ମହାପାତ୍ରଙ୍କ ପରେ ଯଦି କାହାରିକୁ ଦକ୍ଷ ଯୁବ ସଂଗଠକ ଭାବେ ବିଚାର କରାଯାଉଥିଲା ସେ ଥିଲେ ସଂଗ୍ରାମ ଓରଫ ବାପି ଜେନା । ସଂଗଠନ ଆଗକୁ ନେବାରେ ତାଙ୍କର ବିଚକ୍ଷଣ ଦୂରଦୃଷ୍ଟି ଥିଲା । ତାଙ୍କର ଉତ୍ତମ ଆଚାର ବ୍ୟବହାର ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ରାଜ୍ୟ ଯୁବ କଂଗ୍ରେସର ସଭାପତି ଭାବେ ସେ ସଂଗଠନକୁ ଯଥେଷ୍ଟ କ୍ରିୟାଶୀଳ କରାଇଥିଲେ । ୨୦୧୪ ରେ ସେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ।

ସଂଗ୍ରାମଙ୍କ ବିୟୋଗରେ ଦଳମତ ନିର୍ବିଶେଷରେ ସମସ୍ତେ ଶୋକପ୍ରକାଶ କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ ସଂଗ୍ରାମଙ୍କ ବିୟୋଗ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ବାପି ଜଣେ ଉଦୀୟମାନ ଯୁବ ସଂଗଠକ ଥିଲେ । ସଦାସର୍ବଦା ଯୁବକମାନଙ୍କ ପାଇଁ ଖାଲି ଚିନ୍ତା କରୁ ନ ଥିଲେ ବରଂ ଅକ୍ଲାନ୍ତ ପରିଶ୍ରମ କରୁଥିଲେ । ବାପିଙ୍କଠାରୁ ଓଡ଼ିଶା ଅନେକ ଆଶା ରଖିଥିଲା । ମାତ୍ର ସେ ଆଜି ଅସ୍ତମିତ ହୋଇଗଲେ । ଏହି ଦାରୁଣ ଦୁଃଖ ସହ୍ୟ କରିବା ମୋ ପକ୍ଷେ ଅସମ୍ଭବ ବୋଲି ନିରଞ୍ଜନ କହିଛନ୍ତି । ଜୟଦେବବାବୁ ଏବଂ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଯଥେଷ୍ଟ ଶକ୍ତି ଓ ସାହାସ ପ୍ରଦାନ କରନ୍ତୁ ବୋଲି କହିଛନ୍ତି ।

Previous Post

ଭର୍ତ୍ତୃହରି ମହତାବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବୋହୁ

Next Post

ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ, କାଲି ମାଲକାନଗିରି ଯିବେ ନବୀନ

Next Post
ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ, କାଲି ମାଲକାନଗିରି ଯିବେ ନବୀନ

ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ, କାଲି ମାଲକାନଗିରି ଯିବେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA