Wednesday, April 22, 2026 01:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଭର୍ତ୍ତୃହରି ମହତାବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବୋହୁ

ଭୋପାଳ ମହିଳା ଥାନାରେ ଶ୍ୱଶୁର, ଶାଶୁ ଏବଂ ସ୍ୱାମୀଙ୍କ ବିରୋଧରେ ଏତଲା

by Our Correspondent
19 Aug, 2021- 02:38 PM
in Crime, Latest News, News
1 min read
0
ଭର୍ତ୍ତୃହରି ମହତାବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବୋହୁ

ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୁ ସାକ୍ଷୀ । ଅଧିକ ଯୌତୁକ ଆଣିବା ପାଇଁ ଶ୍ୱଶୁର ଭର୍ତ୍ତୃହରି, ଶାଶୁ ଏବଂ ପୁଅ ଲୋକରଂଜନ ମିଶି ତାଙ୍କୁ ନିର୍ଯ୍ୟାତନା ଏବଂ ହତ୍ୟା ଧମକ ଦେଉଥିବା ଗତକାଲି ସାକ୍ଷୀ ଭୋପାଳ ମହିଳା ଥାନାରେ ଏତଲା ଦେଇଛନ୍ତି । ପୁଲିସ ଏତଲା ଗ୍ରହଣ କରି ଭର୍ତ୍ତୃରି, ପତ୍ନୀ ଏବଂ ପୁଅଙ୍କ ବିରୋଧରେ ୪୯୮-ଏ, ୪୦୬, ୫୦୬ ଏବଂ ୩୪ ରେ ମାମଲା ରୁଜୁ କରିଛି ।

୨୦୧୬ ଡିସେମ୍ବରରେ ଭର୍ତ୍ତୃହରି ମହତାବଙ୍କ ପୁଅ ଲୋକରଂଜନ ମଧ୍ୟପ୍ରଦେଶ ଭୋପାଳର ସାକ୍ଷୀଙ୍କୁ ବିବାହ କରିଥିଲେ । ବିବାହ ବେଳେ ସାକ୍ଷୀଙ୍କ ଘର ପକ୍ଷରୁ ଶାଢ଼ୀ, ଗହଣା ସହ ଅଢ଼େଇ କୋଟି ଟଙ୍କାର ଯୌତୁକ ଦିଆଯାଇଥିଲା । ଅଭିଯୋଗ ଅନୁଯାୟୀ, ବିବାହର ମାତ୍ର ୪ ଦିନ ପରେ ସାକ୍ଷୀଙ୍କ ଉପରେ ଯୌତୁକ ନିର୍ଯ୍ୟାତନା ଆରମ୍ଭ ହୋଇଯାଇଥିଲା । ଅଧିକ ଯୌତୁକ ଦାବି କରି ଶ୍ୱଶୁର ଭର୍ତ୍ତୃହରି, ଶାଶୁ ମହାଶ୍ୱେତା ଏବଂ ସ୍ୱାମୀ ଲୋକରଂଜନ ତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ସ୍ୱାମୀଙ୍କ ସହ ସମ୍ପର୍କ ରଖିବାକୁ ସାକ୍ଷୀଙ୍କୁ ଦିଆଯାଇ ନ ଥିଲା । କଟକ ବାସଭବନରେ ଏକ ସିଢ଼ି, ପରିତ୍ୟକ୍ତ ଘରେ ତାଙ୍କୁ ରହିବାକୁ ଦିଆଯାଇଥିଲା । ଘରର ଚାକରାଣୀ ଭାବେ ତାଙ୍କୁ ଖଟାଯାଉଥିଲା ।

ବର୍ଷେ ପରେ ତାଙ୍କୁ ବାପ ଘରକୁ ତଡ଼ି ଦିଆଯାଇଥିଲା । ସାକ୍ଷୀ ଏବଂ ତାଙ୍କ ବାପା ମାଆ ଯେତେ ନେହୁରା ହୋଇଥିଲେ ବି ଭର୍ତ୍ତୃହରି ଓ ତାଙ୍କ ପରିବାର ଲୋକଙ୍କ ହୃଦୟ ତରଳି ନ ଥିଲା । ପରବର୍ତ୍ତୀ ସମୟରେ ସାକ୍ଷୀ ତାଙ୍କ ଶ୍ୱଶୁର ଘରର ଦିଲ୍ଲୀ ବାସଭବନରେ ରହିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ସେଠାରେ ମଧ୍ୟ ରଖାଯାଇ ନ ଥିଲା । ୨୦୧୮ ମସିହା ଦିଲ୍ଲୀର ଏକ ଅଦାଲତରେ ସାକ୍ଷୀ ଆଶ୍ରୟ ନେବାରୁ ତାଙ୍କ ବାପଘର ଲୋକଙ୍କୁ ଧମକ ଦିଆଯାଇଥିଲା । ପ୍ରଭାବଶାଳୀ ଲୋକ ହୋଇଥିବାରୁ ସାକ୍ଷୀଙ୍କ ବାପଘର ଲୋକେ ଚୁପ୍ ରହିବାକୁ ବାଧ୍ୟ ହୋଇ ମିଳାମିଶା କରିବାକୁ ଉଦ୍ୟମ କରିଥିଲେ । ତେବେ ଶ୍ୱଶୁର ଘର ଲୋକେ ଅଧିକ ଉତକ୍ଷିପ୍ତ ହୋଇ ସାକ୍ଷୀଙ୍କୁ ହତ୍ୟା ଧମକ ଦେଇଥିଲେ । ଏଭଳି ଭାବେ ନିର୍ଯ୍ୟାତନା ଅତିଷ୍ଠ ହେବାକୁ ଗତକାଲି ସାକ୍ଷୀ ଭୋପାଳ ମହିଳା ଥାନାରେ ନ୍ୟାୟଭିକ୍ଷା କରିଛନ୍ତି ।

ତେବେ ଏହି ମାମଲା ଉପରେ ସାଂସଦ ଭର୍ତ୍ତୃହରି ଏବଂ ତାଙ୍କ ପରିବାରର ପ୍ରତିକ୍ରିୟା ମିଳିନାହିଁ ।

ଭର୍ତ୍ତୃହରି ମହତାବ ଓ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯ୍ୟାତନା ଓ ହତ୍ୟା ଧମକ ଅଭିଯୋଗ ଆସିବା ଘଟଣା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ସେମାନଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଥିଲା ବେଳେ ଏଭଳି ସଙ୍ଗୀନ ମାମଲାରେ ଛନ୍ଦି ହୋଇଥିବା ଭର୍ତ୍ତୃହରିଙ୍କ ବିରୋଧରେ ଦଳ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କି ପଦକ୍ଷେପ ନେଉଛନ୍ତି ତାହା ସମସ୍ତଙ୍କର ଉକ୍ରଣ୍ଠା ବଢ଼ାଇଛି । ଅତୀତରେ ପାୱାରଫୁଲ୍ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବିରୋଧରେ ତାଙ୍କ ବୋହୁ ବର୍ଷାସୋନୀ ଚୌଧୁରୀ ଯୌତୁକ ନିର୍ଯ୍ୟାତନା ଆଣିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ । ଫେରାର ରଘୁନାଥଙ୍କୁ ପୁଲିସ କୋଲକତାରୁ ଗିରଫ କରିଥିଲା । ସମାନ ମାମଲାରେ ଛନ୍ଦି ହୋଇଥିବା ଭର୍ତ୍ତୃହରିଙ୍କ ବିରୋଧରେ ନବୀନ କି ପଦକ୍ଷେପ ନେଉଛନ୍ତି ଏବେ ଦେଖିବାର କଥା ।

Previous Post

ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

Next Post

ସଂଗ୍ରାମ(ବାପି) ଜେନାଙ୍କ ଅକାଳ ବିୟୋଗ

Next Post
ସଂଗ୍ରାମ(ବାପି) ଜେନାଙ୍କ ଅକାଳ ବିୟୋଗ

ସଂଗ୍ରାମ(ବାପି) ଜେନାଙ୍କ ଅକାଳ ବିୟୋଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA