Thursday, April 16, 2026 04:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମେଟ୍ରୋ ସପକ୍ଷରେ ବାହାରିଲେ ଅପରାଜିତା

ଅଡୁଆରେ ମୋହନ ସରକାର

by Samar Pradhan
10 Apr, 2026- 01:18 PM
in Latest News, News
1 min read
0
ମେଟ୍ରୋ ସପକ୍ଷରେ ବାହାରିଲେ ଅପରାଜିତା

ଭୁବନେଶ୍ୱର: କିଛି ପ୍ରକଳ୍ପ ଲାଭ ପାଇଁ ନୁହେଁ, ବ୍ୟାପକ ଲୋକହିତକୁ ଦୃଷ୍ଟିରେ ରଖି କାର୍ଯ୍ୟକାରିତା ହୁଏ । ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପକୁ ସ୍ଥଗିତ ନେଇ କ୍ୟାବିନେଟ୍ ନିଷ୍ପତ୍ତିକୁ ପୁନଃବିଚାର କରିବା ପାଇଁ ଆପଣଙ୍କୁ ବିନମ୍ର ଅନୁରୋଧ କରୁଛି । ଜଣେ ସାଂସଦ ଭାବରେ ଆପଣଙ୍କୁ ଏଥିରେ ସହଯୋଗ କରିପାରିଲେ ମୁଁ ଖୁସି ହେବି । କେନ୍ଦ୍ରରେ ସଂପୃକ୍ତ ବିଭାଗଗୁଡ଼ିକ ସହ କଥାବାର୍ତ୍ତା ହେଉ, ଆବଶ୍ୟକୀୟ ଅନୁମୋଦନ ଆଣିବା ହେଉ ଅଥବା ଆର୍ଥିକ ଅନୁଦାନ ପ୍ରସଙ୍ଗ ହେଉ ଆପଣ ଚାହିଁଲେ ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତାଙ୍କର ଆଜି ଏହି ଚିଠି ମେଟ୍ରୋ ରେଳ ରାଜନୀତିକୁ ସରଗରମ କରିଛି । ଗତକାଲି ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତିର ପୁନଃବିଚାର ପାଇଁ ଦାବି ରଖିଥିଲେ । ଏଥିରେ ରାଜସ୍ଥାନର ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଉଲ୍ଲେଖ କରିଥିଲେ । ଜୟପୁର ମେଟ୍ରୋ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସାଢ଼େ ୬ ହଜାର କୋଟି ଟଙ୍କା ମଞ୍ଜୁର କରିଥିବାରୁ ଓଡ଼ିଶାକୁ ତା’ର ଅଧା ଟଙ୍କା ଦେବାରେ ଅସୁବିଧା କେଉଁଠି ବୋଲି ସସ୍ମିତ୍ ପ୍ରଶ୍ନ କରିଥିଲେ ।

ଆଜି ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମେଟ୍ରୋ ରେଳ ପ୍ରକଳ୍ପର ସ୍ଥଗିତ ନିଷ୍ପତ୍ତିକୁ ପରୋକ୍ଷରେ ଅପରିଣାମଦର୍ଶୀ ନିଷ୍ପତ୍ତି ବୋଲି ସୂଚେଇ ଦେଇଛନ୍ତି । ଭୁବନେଶ୍ୱର-କଟକ ଦୈତନଗରୀ ଓ ଆଖପାଖରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଲୋକଙ୍କ ଗମନାଗମନର ସୁବିଧା ପାଇଁ ଏହି ପ୍ରକଳ୍ପର ନିହାତି ଆବଶ୍ୟକତା ଥିବା ସେ ଲେଖିଛନ୍ତି । ଏଥିସହ ଭୁବନେଶ୍ୱରରେ ପୁଞ୍ଜି ନିବେଶ ଏବଂ ପର୍ଯ୍ୟଟନ କ୍ଷେତ୍ର ଭାବେ ଆହୁରି ଆକର୍ଷିତ କରିବାରେ ଏହା ସାହାଯ୍ୟ କରିବ । ଚାକିରି ସୁଯୋଗ, ଆର୍ଥିକ ପ୍ରଗତି ତଥା ସହରୀକରଣ ପାଇଁ ମେଟ୍ରୋ ରେଳ ପ୍ରକଳ୍ପ କାଟାଲିଷ୍ଟ ଭାବରେ କାର୍ଯ୍ୟ କରିବ ବୋଲି ସେ ଦର୍ଶାଇଛନ୍ତି ।

କମ୍ ଜନସଂଖ୍ୟା ଏବଂ ଆର୍ଥିକ ମାପକାଠିର ବିଚାରରେ ମେଟ୍ରୋ ପ୍ରକଳ୍ପ ନିଷ୍ପତ୍ତିରୁ ଓହରିବା ଠିକ୍ ନୁହେଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଅପରାଜିତା । ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ଦେଶରେ ମେଟ୍ରୋ ରେଳ ପ୍ରକଳ୍ପର ପରିସଂଖ୍ୟାନ ଦେଇଛନ୍ତି । ଦେଶର ୧୮ଟି ସହରରେ ମେଟ୍ରୋ ରେଳ ଚାଲୁଛି । ୧୬ଟି ସହରରେ ଏହା ନିର୍ମାଣାଧୀନ ଅଛି । ସେଥିମଧ୍ୟରୁ କିଛି ପ୍ରକଳ୍ପର ସମ୍ପ୍ରସାରଣ କରାଯାଉଛି । ୧୨ଟି ସହରରେ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ସରିଛି ।

ଅପରାଜିତା ତାଙ୍କ ଚିଠିରେ ମେଟ୍ରୋ ପ୍ରକଳ୍ପ ହୋଇଥିବା ଓ ନିର୍ମାଣ ଚାଲିଥିବା ୩୪ଟି ସହରର ତାଲିକା ସଂଲଗ୍ନ କରି ସବୁ ସହର ଆବଶ୍ୟକ ଜନସଂଖ୍ୟା ୨୦ରୁ ୨୫ ଲକ୍ଷ ପୂରଣ କରିନାହାନ୍ତି ବୋଲି ଦର୍ଶାଇଛନ୍ତି । ତେଣୁ କେବଳ ଭୁବନେଶ୍ୱରକୁ ଆଖିରେ ରଖି ଚିନ୍ତା କରିବାର କାରଣ ନାହିଁ । ବରଂ ଭୁବନେଶ୍ୱର-କଟକ-ଖୋର୍ଦ୍ଧାର ଜନସଂଖ୍ୟା ଆବଶ୍ୟକତାଠାରୁ ଢ଼େର୍ ଅଧିକ ହୋଇପାରେ ବୋଲି କହିଛନ୍ତି ।

ପୂର୍ବ ସରକାରରେ ମେଟ୍ରୋ ପ୍ରକଳ୍ପର ପ୍ରାରମ୍ଭିକ କାର୍ଯ୍ୟରେ ଅଫିସର ଏବଂ ସମୁଦାୟ ଟିମ୍ କାର୍ଯ୍ୟକୁ ପ୍ରଶଂସା କରିବାକୁ ଅପରାଜିତା ଭୁଲିନାହାନ୍ତି ।

ଏହି ପ୍ରକଳ୍ପ ନିମନ୍ତେ ଏ ପର୍ଯ୍ୟନ୍ତ ୨୭୪ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି । ଏହାକୁ ଆଉ ୧୦ /୧୫ ବର୍ଷ ଗଡ଼େଇ ଦେଲେ ଖର୍ଚ୍ଚ ୨ରୁ ୪ ଗୁଣା ବଢ଼ିଯାଇପାରେ ଯାହା ରାଜ୍ୟ ରାଜକୋଷକୁ ଭୀଷଣ ଭାରି ପଡ଼ିବ । ଏହି ଦୃଷ୍ଟିରୁ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ବର୍ତ୍ତମାନ ହିଁ ଉପଯୁକ୍ତ ସମୟ ବୋଲି ଅପରାଜିତା ଦର୍ଶାଇବାକୁ ଚାହିଁଛନ୍ତି ।

ଅପରାଜିତା ତାଙ୍କ ଚିଠିରେ ସ୍ପଷ୍ଟ କହିଛନ୍ତି ଯେ ସବୁ ପ୍ରକଳ୍ପରୁ ଲାଭ ଆଶା କରାଯାଏନି । କିଛି ପ୍ରକଳ୍ପ ଲାଭ ପାଇଁ ନୁହେଁ, ବ୍ୟାପକ ଲୋକହିତକୁ ଦୃଷ୍ଟିରେ ରଖି କାର୍ଯ୍ୟକାରିତା ହୁଏ । ମେଟ୍ରୋ ରେଳ ପ୍ରକଳ୍ପକୁ ଏହି ଶ୍ରେଣୀର ବିବେଚନା କରିବାକୁ ସେ ମୋହନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ସୂଚନାଥାଉକି, ବିଜେଡି ସରକାର ନାଁ ନେଇଯିବ ବୋଲି ମେଟ୍ରୋ ପ୍ରକଳ୍ପ ବନ୍ଦ କରାଯାଇଥିବା ଚର୍ଚ୍ଚା ହେଉଛି । ହେଲେ ପ୍ରକଳ୍ପ ସ୍ଥଗିତ ରଖିବା ପଛରେ ସରକାରଙ୍କର ଆନୁଷ୍ଠାନିକ ଯୁକ୍ତି ଥିଲା ଯେ ବ୍ୟବସାୟିକ କ୍ଷତି । ଏହି ପ୍ରକଳ୍ପ ହେଲେ ବର୍ଷକୁ ଦୁଇ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ।

ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କର ଚିଠି ଉପରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ମେଟ୍ରୋ ପ୍ରକଳ୍ପ ସାମୟିକ ଭାବେ ସ୍ଥଗିତ ରହିଛି । ଭୁବନେଶ୍ୱର ମେଟ୍ରୋ କର୍ପୋରେସନ ଅଫିସ ଚାଲୁ ରହିଛି । ଆନ୍ତଃ ରାଜ୍ୟ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି । ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୀନ ରହିଛି ।

Previous Post

କିଏ ହେବେ ନୂଆ ନେତା?

Next Post

ମହିଳା ସଂରକ୍ଷଣ: ଶ୍ରେୟ ପାଇଁ ବୟାନବାଜି

Next Post
ମହିଳା ସଂରକ୍ଷଣ: ଶ୍ରେୟ ପାଇଁ ବୟାନବାଜି

ମହିଳା ସଂରକ୍ଷଣ: ଶ୍ରେୟ ପାଇଁ ବୟାନବାଜି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA