ଭୁବନେଶ୍ୱର: ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିବ । ଆସନ୍ତା ମେ’ ୧୫ରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସିଧାସଳଖ ଦୁବାଇକୁ ବିମାନ ଉଡ଼ାଣ କରିବ । ଆସନ୍ତାକାଲି ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଟିକେଟ ବିକ୍ରୀର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଇନଷ୍ଟାଗ୍ରାମ୍ ରେ ଆଜି ଏହି ସୂଚନା ସେୟାର କରିଛନ୍ତି ।
ସୂଚନାଥାଉକି, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଚଳିତବର୍ଷ ମାର୍ଚ୍ଚରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡ଼ାଣ ପାଇଁ ଯୋଜନା ହୋଇଥିଲା । ମାତ୍ର ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ୍-୨ ର ପୁନଃନିର୍ମାଣ କାର୍ଯ୍ୟ ପାଇଁ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି ।