Monday, August 3, 2026 06:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କେନ୍ଦ୍ରମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି ଫମ୍ପା ମାଠିଆର ଶବ୍ଦ ଭଳି: ବିଜେଡି

by Our Correspondent
31 Mar, 2023- 08:57 PM
in Latest News, News
1 min read
0
କେନ୍ଦ୍ରମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି ଫମ୍ପା ମାଠିଆର ଶବ୍ଦ ଭଳି: ବିଜେଡି

ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ରମନ୍ତ୍ରୀ ମାନେ ଆସିବେ, ବଡ ବଡ ପ୍ରକଳ୍ପ ଏବଂ ଶହ ଶହ କୋଟି ଟଙ୍କାର କଥା କହିବେ ହେଲେ ଟଙ୍କାଟିଏର ମଧ୍ୟ କାର୍ଯ୍ୟ ହେବନାହିଁ । ସେମାନଙ୍କ କଥା ଠିକ୍‌ ଫମ୍ପା ମାଠିଆର ଶବ୍ଦ ଭଳି । ଆଜି ଏଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ସୌଭିକ ବିଶ୍ୱାଳ ଓ ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର ଏହି ଅଭିଯୋଗ କରିବା ସହ ଏହାର ଗୋଟି ଗୋଟି କରି ପ୍ରମାଣ ଦେଇଛନ୍ତି ।

ସେମାନେ କହିଛନ୍ତି ଯେ ଗତ ୯ ବର୍ଷ ହେଲାଣି କୋଷ୍ଟାଲ ହାଇୱେ କଥା କେନ୍ଦ୍ର ମନ୍ତ୍ରୀ ମାନେ ପ୍ରତିଶ୍ରୁତି ଦେଇଥିଲେ । ତାର ଆଜି ସ୍ଥିତି କଣ? କେନ୍ଦ୍ର ସରକାରଙ୍କ ଫାଇଲ ଭିତରେ ଏହା ରହିଯାଇଛି ।

ସେହିଭଳି ପଦମପୁର ଉପ-ନିର୍ବାଚନ ସମୟରେ ଆମେ ଶୁଣିଲୁ ପଦମପୁର ରେଲୱେ ଲାଇନକୁ ଅନୁମୋଦନ ମିଳିଯାଇଛି । ପଦମପୁରବାସୀ ସେଇ ରେଲୱେ ଲାଇନକୁ ଖୋଜୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ସେମାନେ ଗୋଟିଏ ଇଞ୍ଚର ମଧ୍ୟ ରେଲୱେ ଲାଇନ୍ ପାଉନାହାନ୍ତି । ଏହା ହେଉଛି କେନ୍ଦ୍ର ଏବଂ କେନ୍ଦ୍ରମନ୍ତ୍ରୀ ମାନଙ୍କର ସବୁଠାରୁ ବଡ ଛଳନା । ନିର୍ବାଚନ ଏବଂ ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀମାନେ ଅନେକ ଘୋଷଣା କରନ୍ତି । ନିର୍ବାଚନ ସରିଗଲା ପରେ ସବୁ ଭୁଲିଯାଆନ୍ତି । ପଦମପୁର ରେଲୱେ ଲାଇନ୍, ସମ୍ବଲପୁର-କଟକ ଜାତୀୟ ରାଜପଥ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହେଉଛି ଓଡିଶାବାସୀଙ୍କୁ ଏଭଳି ମିଥ୍ୟା ପ୍ରତିଶ୍ରୁତିର ଗୋଟିଏ ଗୋଟିଏ ଉଦାହରଣ ।

ଭୁବନେଶ୍ୱର ରେଲୱେ ଷ୍ଟେସନକୁ ୱାର୍ଲଡ କ୍ଲାସ କରିବା ପାଇଁ ୨୦୧୫ରେ ରେଳମନ୍ତ୍ରୀ ଘୋଷଣା କରିଥିଲେ । ଏପର୍ଯ୍ୟନ୍ତ ଓଡିଶାର ଜନସାଧାରଣ କଣ ପାଇଲେ? ମଇଳା ଷ୍ଟେସନ୍ ପରିସର, ସଂକୀର୍ଣ୍ଣ ଚାଲିବା ସ୍ଥାନ ଏବଂ କେନ୍ଦ୍ର ସରକାରଙ୍କର ଏକ ଭୁଲିଯାଇଥିବା ପ୍ରତିଶ୍ରୁତି । ଭୁବନେଶ୍ୱର ରେଳ ଷ୍ଟେସନ୍ ପାଇଁ ସମସ୍ତ ଖର୍ଚ୍ଚ ବିଜେଡି ସରକାର ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଶ୍ୱସ୍ତରୀୟ ଷ୍ଟେସନ୍ ପାଇଁ ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ହେଲେ କେନ୍ଦ୍ର ସରକାର ଏବଂ ରେଳବାଇ ବିଭାଗ ଏଥିରେ ବାଧା ଆଣିଲେ । ନା କେନ୍ଦ୍ର ସରକାର ନିଜେ ଏହାକୁ କଲେ ନା ଓଡିଶା ସରକାରଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦେଲେ ।

ଏହିଭଳି ଭାବେ ଓଡିଶାବାସୀଙ୍କ ସହ ପ୍ରତାରଣା କରିଆସୁଛି କେନ୍ଦ୍ର । ୨୦୧୫ରେ ଯେତେବେଳେ ଓଡିଶା ସରକାର ଭୁବନେଶ୍ୱର ଷ୍ଟେସନର ରୂପାନ୍ତରଣ ପାଇଁ ସମସ୍ତ ଅର୍ଥ ପ୍ରଦାନ କରିବାକୁ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ରେଳବାଇ ମନ୍ତ୍ରାଳୟ ମାଧ୍ୟମରେ ରାଜ୍ୟର ଆଉ ୧୧ଟି ଷ୍ଟେସନକୁ କେନ୍ଦ୍ରୀୟ ସହାୟତାରେ ବିଶ୍ୱସ୍ତରୀୟ କରିବାକୁ ୨୦୧୬ରେ ଘୋଷଣା କରିଦେଲେ । ସେହି ୧୧ଟି ଷ୍ଟେସନ୍ ଏବେ କେଉଁଠି, ତାର ସ୍ଥିତି କଣ? ଓଡିଶାବାସୀ କେନ୍ଦ୍ରର ପୁଣି ଏକ ମିଥ୍ୟା ପ୍ରତିଶ୍ରୁତି ଦେଖିବାକୁ ପାଉଛନ୍ତି ।

କଟକ ରେଲୱେ ଷ୍ଟେସନ ପାଇଁ ରାଜ୍ୟ ସରକାର ଜମି ପ୍ରଦାନ କରିସାରିଛନ୍ତି ଓ ଉନ୍ନତୀକରଣ ପାଇଁ ରାଜପଥ ପାଶ୍ୱର୍ରୁ ଦ୍ୱିତୀୟ ପ୍ରବେଶ ଦେଉଛନ୍ତି । ତାହେଲେ କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରାଳୟ କଣ କରୁଛି? ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏବଂ ହସିବେ ଯେ, ଏହି ୩୦୩ କୋଟି ଟଙ୍କା କିଭଳି ଖର୍ଚ୍ଚ ହେବ ଓ ରେଲୱେ ଷ୍ଟେସନର କିଭଳି ଉନ୍ନତିକରଣ ହେବ ସେନେଇ ରେଳବାଇ ସାଧାରଣ ଲୋକଙ୍କ ଠାରୁ ରାୟ ବା ପ୍ରସ୍ତାବ ମାଗୁଛି । ପ୍ରସ୍ତାବ ଆସିବ, କେନ୍ଦ୍ର ଏବଂ ରେଳବାଇ ପାଖକୁ ଯିବ, ଆଉ ଆମେ ଅପେକ୍ଷା କରି ରହିବା ଯେ ୨୦୩୦ ବେଳକୁ କଟକ ଷ୍ଟେସନ୍ ପାଇଁ ପ୍ରଥମ ଇଟା ରଖି ଭିତିପ୍ରସ୍ତର ଦିଆଯିବ । ଏହିଭଳି ଭାବେ କେନ୍ଦ୍ର ଏବଂ କେନ୍ଦ୍ରମନ୍ତ୍ରୀ ମାନେ ସାଢେ ୪ କୋଟି ଓଡିଶାବାସୀଙ୍କ ସହ ଛଳନା କରୁଛନ୍ତି । ପ୍ରତିଶ୍ରୁତି ଦିଅ, ଭୁଲି ଯାଅ ଏବଂ ପୁଣି ନିର୍ବାଚନ ସମୟରେ ଆସି ମିଛ ପ୍ରତିଶ୍ରୁତି ଦିଅ ଆଉ ନିର୍ବାଚନ ପରେ ଭୁଲିଯାଅ ।

ହରିଦାସପୁର-ପାରାଦୀପ ଲାଇନରେ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଗତ ୫ ବର୍ଷ ଧରି କେନ୍ଦ୍ରାପଡାବାସୀ କରୁଥିବା ଦାବିକୁ ଆମେ ଲଗାତର ଭାବେ ଉଠାଇ ଚାଲିଛୁ । ଏହି ଲାଇନ ପାଇଁ ସାଧାରଣ ଜନତା ସେମାନଙ୍କର ୧୨୦୦ ଏକରରୁ ଅଧିକ ଜମି ଦେଲେ, ରେଳବାଇ ବିଭାଗ ତୁଳନାରେ ଓଡିଶା ସରକାର ଅଧିକ ଅର୍ଥ ଦେଲେ । ଏଯାଏଁ କାହିଁକି ଯାତ୍ରିବାହୀ ଟ୍ରେନ୍ ଚାଲିନି? ଏହି ଲାଇନରେ କେବଳ ମାଲବାହୀ ଟ୍ରେନ୍ ଚାଲିଛି । କାରଣ, ଓଡିଶାବାସୀଙ୍କ ପାଇଁ କୈାଣସି ସୁବିଧା କରିବା ବଦଳରେ ନିଜ ଫାଇଦାକୁ ଦୃଷ୍ଟିରେ ରଖି କିଭଳି ଅଧିକ ରାଜସ୍ୱ ନେଇ ଲାଭ କରିପାରିବ ସେନେଇ କାର୍ଯ୍ୟ କରୁଛି ରେଳବାଇ । ଅନୁଗୁଳ-ସୁକିନ୍ଦା ରେଳ ଲାଇନରେ ମଧ୍ୟ ସମାନ ଅବସ୍ଥା । ଯାତ୍ରିବାହୀ ଟ୍ରେନ ଦେବା ବଦଳରେ କେବଳ ମାଲବାହୀ ଟ୍ରେନ ପାଇଁ ରେଳବାଇ ଯୋଜନା କରୁଛି । ବିଡମ୍ବନା ଦେଖନ୍ତୁ, ରେଲୱେ ଲାଇନରେ କେବଳ ମାଲ ପରିବହନ ହୋଇପାରିବ ହେଲେ ଓଡିଶାବାସୀ ଏହାର ସୁବିଧା ପାଇପାରିବେନି । ଓଡିଶାବସୀଙ୍କ ପାଇଁ ଏହା ରେଳବାଇର ଚରମ ଅବହେଳା ନୁହେଁ ତ ଆଉ କଣ ।

ନୟାଗଡରୁ କୋଲକାତା ଏବଂ ଭାଇଜାଗ ଯାଏଁ ସିଧାସଳଖ ଟ୍ରେନ ଯୋଗାଯୋଗ ପାଇଁ ଆମେ ଦାବି କରିଆସୁଛୁ । ଏହାକୁ ପୂରଣ କରିବାକୁ କାହିଁକି ରେଳ ମନ୍ତ୍ରାଳୟକୁ ଏତେ କଷ୍ଟ ହେଉଛି? ଏଥିପାଇଁ କାରଣ, ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ ଲାଇନ୍ ରାଜ୍ୟ ସରକାରଙ୍କ ଅର୍ଥରେ ଖର୍ଚ୍ଚ ହେଉଛି ଆଉ ଯେଉଁଥିପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି । ନୟାଗଡ ଭଳି ଜିଲ୍ଲା ମୁଖ୍ୟାଳୟକୁ କାହିଁକି ଏହିଭଳି ଅବହେଳା?

ରେଳବାଇ ଓଡିଶାରୁ ବାର୍ଷିକ ୨୫ ହଜାର କୋଟି ଟଙ୍କାର ରାଜସ୍ୱ ନିଏ ହେଲେ ବାର୍ଷିକ ମାତ୍ର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରେ । ଯେତେବେଳେ କେନ୍ଦ୍ରମନ୍ତ୍ରୀ ଓଡିଶାକୁ ରେଳବାଇ କ୍ଷେତ୍ରରେ ୧୦ ହଜାର କୋଟିର ଅନୁଦାନ କଥା କୁହନ୍ତି ଏହି ଗଣିତ କେବଳ ସେମାନଙ୍କୁ ହିଁ ଜଣାଥାଏ ଯେ କିଭଳି ୧୦ ହଜାର କୋଟି କଥା ଘୋଷଣା କରି ୨ ହଜାର କୋଟିର କାମ କରି ଚଳେଇ ଦିଆଯାଏ । କଟକ ରେଲୱେ ଷ୍ଟେସନ୍ ପାଇଁ ୩୦୩ କୋଟି ଟଙ୍କାର ଘୋଷଣା, ଗତ ୯ ବର୍ଷ ଧରି କେନ୍ଦ୍ର ଓ କେନ୍ଦ୍ରମନ୍ତ୍ରୀ ମାନଙ୍କ ମିଛ ଏବଂ ଭୂଲିଯାଇଥିବା ପ୍ରତିଶ୍ରୁତିର ଲମ୍ବା ତାଲିକାରେ ସାମିଲ ହୋଇଯିବ ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, କୋଷ୍ଟାଲ ହାଇୱେ, ବିଶ୍ୱସ୍ତରୀୟ ଭୁବନେଶ୍ୱର ରେଲୱେ ଷ୍ଟେସନ୍ ଆଉ ଏବେ କଟକ ରେଲୱେ ଷ୍ଟେସନ୍ ହେଉଛି କେନ୍ଦ୍ର ସରକାର ଓଡିଶାବାସୀଙ୍କୁ ଭୁଆଁ ବୁଲାଇବାର ଗୋଟିଏ ଗୋଟିଏ ପ୍ରକୃଷ୍ଟ ଉଦାହରଣ । ସାଢେ ୪ କୋଟି ଓଡିଶାବାସୀ ବେଶ ଭଲଭାବେ ଜାଣିଛନ୍ତି, ଏଭଳି ବଡ ବଡ ପ୍ରତିଶ୍ରୁତି ନିର୍ବାଚନ ଆସିଲେ କେନ୍ଦ୍ରମନ୍ତ୍ରୀମାନେ କରନ୍ତି ଆଉ ନିର୍ବାଚନ ସରିଲେ ଏସବୁକୁ ଭୁଲିଯାଆନ୍ତି । କେନ୍ଦ୍ର ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କର ଏଭଳି ଛଳନା ଏବଂ ପ୍ରତାରଣା ପାଇଁ ଓଡିଶାବାସୀ ଗତ ୨ ଦଶନ୍ଧି ଧରି ବିଜେପିକୁ ଉଚିତ୍ ଜବାବ ଦେଇ ଆସିଛନ୍ତି ଆଉ ଆଗକୁ ମଧ୍ୟ ଦେବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

Previous Post

ଦୀପାଳି ଦାସଙ୍କୁ ପ୍ରାର୍ଥୀ କଲା ବିଜେଡି

Next Post

ମେ’ ୧୫ ରୁ ଭୁବନେଶ୍ୱରରୁ ଦୁବାଇ ବିମାନ ଉଡ଼ାଣ

Next Post
ମେ’ ୧୫ ରୁ ଭୁବନେଶ୍ୱରରୁ ଦୁବାଇ ବିମାନ ଉଡ଼ାଣ

ମେ' ୧୫ ରୁ ଭୁବନେଶ୍ୱରରୁ ଦୁବାଇ ବିମାନ ଉଡ଼ାଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA