ଭୁବନେଶ୍ୱର: ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଝାରସୁଗୁଡ଼ାରୁ ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବନ ପଟ୍ଟନାୟକ ଆଜି ଦୀପାଳିଙ୍କ ନାଁ ଘୋଷଣା କରିଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବାର ୪୮ ଘଣ୍ଟା ନ ପୂରୁଣୁ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି ।








