Monday, August 3, 2026 03:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟୁଇଟ୍ କରି ଫସିଗଲେ ଧର୍ମେନ୍ଦ୍ର!

ଓଡ଼ିଶାରେ ଆଇନ ଶୃଙ୍ଖଳା ପ୍ରସଙ୍ଗ

by Our Correspondent
30 Mar, 2023- 06:48 PM
in Latest News, News, Politics
1 min read
0
ଟୁଇଟ୍ କରି ଫସିଗଲେ ଧର୍ମେନ୍ଦ୍ର!

ଭୁବନେଶ୍ୱର: ଝାରସୁଗୁଡ଼ା ସରବାହଲର ସୁନିତ ଅଗ୍ରୱାଲଙ୍କ ୧୫ ବର୍ଷୀୟ ପୁଅ ସମର୍ଥଙ୍କୁ ୫୦ ଲକ୍ଷ ମୁଣ୍ଡଜାମିନରେ ଅପହରଣ ଓ ହତ୍ୟା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଜଘନ୍ୟ ମାମଲାରେ ଗିରଫ ଦୁଇ ବ୍ୟକ୍ତି ସମର୍ଥଙ୍କ ପରିବାରର ଅତି ପରିଚିତ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ଏହି ନିର୍ଦ୍ଦିଷ୍ଟ ଘଟଣାକୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସହ ଯୋଡି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଡୁଆରେ ପକାଇଛି । ବିଜେପି ଶାସିତ ରାଜ୍ୟର ଅପରାଧିକ ରେକର୍ଡକୁ ଦେଖାଇ ଟୁଇଟରେ ତାଙ୍କୁ ଭୀଷଣ ଟ୍ରୋଲ୍ କରାଯାଇଛି । ବିଜେଡି ମଧ୍ୟ ତାଙ୍କୁ ପ୍ରଶ୍ନବାଣରେ ଛନ୍ଦିଛି ।

ଆଜି ଓଡ଼ିଶାରେ ପହଞ୍ଚିବା ପୂର୍ବରୁ ଧର୍ମେନ୍ଦ୍ର ଟୁଇଟ୍ କରି ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ । ‘ଲଲେସନେସ୍’ ଓଡ଼ିଶା ବାସ୍ତବତା ବୋଲି କହିଥିଲେ । ଦୀର୍ଘ ସମୟ ଧରି କ୍ଷମତାରେ ରହିବା ସତ୍ତ୍ୱେ ଆଇନଶୃଙ୍ଖଳା ରକ୍ଷା କରିବାରେ ରାଜ୍ୟ ସରକାର ଫେଲ୍ ମାରିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୨ ମାସ ନ ହେଉଣୁ ନାବାଳକ ସମର୍ଥଙ୍କ ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅତି ଶୋଚନୀୟ ହୋଇପଡ଼ିଛି । ରାଜ୍ୟରେ ସାଧାରଣ ନାଗରିକ ଏବଂ ଜନ ପ୍ରତିନିଧି ଆଦୌ ସୁରକ୍ଷିତ ନୁହଁନ୍ତି । ଝାରସୁଗୁଡ଼ାର ଏହି ଦୁଇଟି ଘଟଣା ରାଜ୍ୟବାସୀଙ୍କ ବିଶ୍ୱାସକୁ ଦୁର୍ବଳ କରିଦେଇଛି ବୋଲି ଧର୍ମେନ୍ଦ୍ର ଟୁଇଟ୍ କରିଥିଲେ ।

ତେବେ ଧର୍ମେନ୍ଦ୍ରଙ୍କୁ ଜବାବ ତାଙ୍କ ଟୁଇଟର୍ ହାଣ୍ଡଲ୍ ରେ ଦେଖିବାକୁ ମିଳିଛି । ବିଜେପି ଶାସିତ ରାଜ୍ୟମାନଙ୍କର ଅପରାଧ ରେକର୍ଡ ଦେଖାଇ ତାଙ୍କୁ ପ୍ରବଳ ଟ୍ରୋଲ୍ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଭାବେ ଆଗେ ତାହାର ଜବାବ ଦିଅନ୍ତୁ ବୋଲି ଆହ୍ୱାନ କରାଯାଇଛି ।

ସେହିଭଳି ବିଜେଡି ଜାତୀୟ ମୁଖପାତ୍ର ତଥା ସାଂସଦ ଡ. ସସ୍ମିତ୍ ପାତ୍ର ଟୁଇଟ୍ କରି ଧର୍ମେନ୍ଦ୍ରଙ୍କୁ କଡ଼ା ଜବାବ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ଆଇନଶୃଙ୍ଖଳା ଓ ଅପରାଧ ମଧ୍ୟରେ ପାର୍ଥକ୍ୟ ବୁଝାଇଛନ୍ତି । କହିଛନ୍ତି, ଭାଇ.. ଆପଣ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ଶାନ୍ତିପ୍ରିୟ ଓଡ଼ିଶାକୁ ନିନ୍ଦିତ କରନ୍ତୁ ନାହିଁ । ଅନେକ ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ଯଥେଷ୍ଟ ଭଲ ।

ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ କରିଥିବା ଏକାଧିକ ଟ୍ୱିଟ୍ ରେ ସସ୍ମିତ୍ ଉଲ୍ଲେଖ କରିଛନ୍ତି ଯେ ଭାଇ, ଆପଣ ଏତେ ଲମ୍ବା ସମୟ ଧରି କେନ୍ଦ୍ରମନ୍ତ୍ରୀ ରହିଲା ସତ୍ତ୍ୱେ ଆପଣ କିପରି ଆଇନଶୃଙ୍ଖଳା ବା ଅରାଜକତା ଏବଂ ଅପରାଧ ମଧ୍ୟରେ ପାର୍ଥକ୍ୟ ବୁଝି ପାରିଲେ ନାହିଁ, ତାହା ମୋତେ ବିସ୍ମିତ କରୁଛି। ଆଇନଶୃଙ୍ଖଳା ସେତେବେଳେ ସୃଷ୍ଟି ହୋଇଥିଲା, ଯେତେବେଳେ ପଦ୍ମପୁରରେ ଏକ ଜିଏସଟି ଚଢ଼ଉ ଚାଲିଥିବାବେଳେ ଶତାଧିକ ବିଜେପି କର୍ମୀ ସେଠାରେ ବଳପୂର୍ବକ ପ୍ରବେଶ କରି ହଙ୍ଗାମା ସୃଷ୍ଟି କରିଥିଲେ ଏବଂ ଜିଏସଟି ଅଧିକାରୀଙ୍କ ହାତରୁ କାଗଜପତ୍ର ଛଡ଼ାଇ ନେଇଥିଲେ। କାରଣ ଜିଏସଟି ଫାଙ୍କିଥିବା ଜଣେ ଅସାଧୁ ବ୍ୟବସାୟୀଙ୍କୁ ସେମାନେ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ।

ସେହିପରି ଯେତେବେଳେ କେନ୍ଦ୍ରୀୟ ଅବହେଳା ଯୋଗୁଁ ସମ୍ବଲପୁର-କଟକକୁ ଯୋଡ଼ୁଥିବା ଏନ୍ଏଚ୍-୫୫ର ପ୍ରଶସ୍ତିକରଣ କାର୍ୟ୍ୟ ବର୍ଷ ବର୍ଷ ବିଳମ୍ବିତ ହେଉଥିଲା ଏବଂ ଏହାର ପ୍ରତିବାଦରେ ୫୦୦ରୁ ଅଧିକ ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ, ସେତେବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖାଲି ସେତିକି ନୁହେଁ, ଯେତେବେଳେ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଓଡ଼ିଶାରୁ ଲୋକଙ୍କ ବଳକା ଧାନ କିଣା ହୋଇ ପାରୁନଥିଲା ଏବଂ ହଜାର ହଜାର ଚାଷୀ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ, ସେତେବେଳେ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଗୋଷ୍ଠୀ ଏକ ଅପରାଧ ଘଟାଇଲେ, ପୁଲିସ ଏହାର ତଦନ୍ତ କରି ଅପରାଧୀକୁ କାଠଗଡ଼ା ନେଇଥାଏ। ତେଣୁ ଦୟାକରି ଆପଣ ଅପରାଧ ଭଳି ସ୍ପର୍ଶକାତର ମାମଲାରେ ହୀନ ରାଜନୀତି କରିବା ପାଇଁ ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ ବୋଲି ଡ.ପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି।

୨୦୨୧ ମସିହା ଏନସିଆରବି ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆସାମ ଓ ହରିଆନା ଭଳି ବିଜେପି ଶାସିତ ରାଜ୍ୟରେ ମହିଳାଙ୍କୁ ବଳାତ୍କାର ମାମଲା, ଓଡ଼ିଶା ତୁଳନାରେ କେତେ ଅଧିକ ଅଛି ତାହା ଆପଣ ଜାଣନ୍ତି ତ? ସେହିପରି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ହତ୍ୟା ମାମଲା ମଧ୍ୟ ଓଡ଼ିଶା ତୁଳନାରେ ଯଥେଷ୍ଟ ଅଧିକ ରହିଛି ବୋଲି ଡ.ପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଚେତାଇ ଦେଇଛନ୍ତି।

Previous Post

ମେ’ ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ

Next Post

ଦୀପାଳି ଦାସଙ୍କୁ ପ୍ରାର୍ଥୀ କଲା ବିଜେଡି

Next Post
ଦୀପାଳି ଦାସଙ୍କୁ ପ୍ରାର୍ଥୀ କଲା ବିଜେଡି

ଦୀପାଳି ଦାସଙ୍କୁ ପ୍ରାର୍ଥୀ କଲା ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA