Sunday, June 28, 2026 01:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାୟିତ୍ୱ ଭୁଲିଗଲେ ନୀତୀଶ କୁମାର

୫ ଦିନ ପରେ ମୃତାହତଙ୍କ ତାଲିକା ଦେଲେ ବିହାର ମନ୍ତ୍ରୀ

by Our Correspondent
07 Jun, 2023- 02:32 PM
in Latest News, News
1 min read
0
ଦାୟିତ୍ୱ ଭୁଲିଗଲେ ନୀତୀଶ କୁମାର

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାକୁ ୫ ଦିନ ବିତିଲା ପରେ ବିହାର ସରକାରଙ୍କ ନିଦ ଭାଙ୍ଗିଛି । ରାଜ୍ୟର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶାହାନୱାଜ୍ ଆଲମ୍ ଙ୍କର ଏକ ବିବୃତିକୁ ଆଜି ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଟ୍ୱିଟ୍ କରିଛି । ମନ୍ତ୍ରୀ ମହୋଦୟଙ୍କର ଦାବି ହେଉଛି, ଦୁର୍ଘଟଣାରେ ବିହାରର ୪୩ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪୪ ଜଣ ଆହତ ହୋଇଛନ୍ତି । ୮୮ ଜଣଙ୍କର କୌଣସି ପତ୍ତା ମିଳୁନି ।

ଏତେବଡ଼ ଭୟଙ୍କର ଦୁର୍ଘଟଣା ପରେ ସମ୍ଭବତଃ ପ୍ରଥମ ଥର ପାଇଁ ବିହାର ସରକାରଙ୍କ ପକ୍ଷରୁ ଏମିତିକା ଚିନ୍ତାପ୍ରକଟ କରାଯାଇଛି । ବାହାନଗା ରେଳ ଦୁର୍ଘଟଣାରେ ପଶ୍ଚିମବଙ୍ଗ ପରେ ବିହାରର ସର୍ବାଧିକ ବ୍ୟକ୍ତି ମୃତାହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଶ୍ରମିକ । ତେବେ ନିଜ ରାଜ୍ୟବାସୀଙ୍କ ପାଇଁ ମମତା ବାନାର୍ଜୀଙ୍କ ଭଳି ବ୍ୟସ୍ତତା ଦେଖାଇନାହାନ୍ତି ନୀତୀଶ କୁମାର । ଓଡ଼ିଶାକୁ ଆସି ନିଜ ରାଜ୍ୟର ମୃତକଙ୍କୁ ଉଦ୍ଧାର ଏବଂ ଆହତଙ୍କୁ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବାକୁ ସେ ଉଚିତ ମଣିନାହାନ୍ତି । ନିଜେ ଆସିନାହାନ୍ତି କି ତାଙ୍କର ମନ୍ତ୍ରୀ କି ଅଫିସରଙ୍କୁ ମଧ୍ୟ ପଠାଇ ନାହାନ୍ତି ।

ଦୁର୍ଘଟଣାରେ ଆହତମାନଙ୍କୁ ବାଲେଶ୍ୱର, ଭଦ୍ରକ, କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ଏସସିବିରେ ବର୍ତ୍ତମାନ ସୁଦ୍ଧା ଶତାଧିକ ଆହତଙ୍କୁ ଚିକିତ୍ସା କରାଯାଉଛି । ଗୁରୁତର ୧୭ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସେପଟେ ଭୁବନେଶ୍ୱର ଏମସ ରେ ଶବ ଚିହ୍ନଟ ପାଇଁ ପଶ୍ଚିମବଙ୍ଗ, ବିହାର ପ୍ରଭୃତି ରାଜ୍ୟର ଲୋକଙ୍କ ଧାଡ଼ି ଲାଗିଛି । ଏବେ ସୁଦ୍ଧା ବି ୮୩ ଶବ ଚିହ୍ନଟ ହୋଇପାରିନାହିଁ । ଶବ ଚିହ୍ନଟ ଏବଂ ହସ୍ତାନ୍ତର ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ସହାୟତା କରୁଛନ୍ତି । ପଶ୍ଚିମବଙ୍ଗ ସରକାର ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ନିଜ ରାଜ୍ୟର ଲୋକଙ୍କ ପାଇଁ ଏକ ହେଲ୍ପଡେସ୍କ କାର୍ଯ୍ୟ କରୁଛି ।

ମାତ୍ର ଦୁଃଖ ଓ ଆଶ୍ଚର୍ଯ୍ୟର କଥା ହେଉଛି, ଆହତଙ୍କ ଅବସ୍ଥା ବୁଝିବା ପାଇଁ ବିହାର ସରକାରଙ୍କ ପକ୍ଷରୁ କଟକ ଏସସିବିରେ କେହି ନାହାନ୍ତି କି ଶବ ଖୋଜିବା ଓ ହସ୍ତାନ୍ତରରେ ସହାୟତା ଦେବାକୁ ଭୁବନେଶ୍ୱର ଏମସ୍ ରେ କେହି ନାହାନ୍ତି । ଅଥଚ ତେଲେଙ୍ଗାନାର ଜଣେ ମନ୍ତ୍ରୀ ଏସସିବିରେ ଡେରା ପକାଇ ନିଜ ରାଜ୍ୟର ଆହତଙ୍କ ଅବସ୍ଥା ବୁଝୁଥିବା ଦେଖିବାକୁ ମିଳିଛି ।

ଏତେବଡ଼ ଦୁର୍ଘଟଣାରେ ସାରା ବିଶ୍ୱ ସ୍ତବ୍ଧ । ନିଜ ରାଜ୍ୟର ପାଖାପାଖି ୨୦୦ ଲୋକ ଟ୍ରେନ୍ ରେ ଯାତ୍ରୀ ଥିବା ବିହାର ସରକାର ହିସାବ ଦେଉଛନ୍ତି । ମାତ୍ର ନିଜର ସାମାନ୍ୟତମ ଦାୟିତ୍ୱ ଓ କର୍ତ୍ତବ୍ୟ ଭୁଲିଯାଇଛନ୍ତି । ଦୁର୍ଘଟଣାସ୍ଥଳ ଓ ହସ୍ପିଟାଲ୍ କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ ଧାଇଁ ଆସିଥିଲେ ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କଠାରେ ସାମାନ୍ୟ ସମ୍ବେଦନଶୀଳତା ଦେଖିବାକୁ ନ ମିଳିବା ସମସ୍ତଙ୍କୁ ଆଚମ୍ବିତ କରିଛି ।

Previous Post

ବାହାନଗା ଦୁର୍ଘଟଣା: ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮

Next Post

ଓଡ଼ିଶାର ମୃତକଙ୍କ ପରିବାରର ଜଣକୁ ଚାକିରି, ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍‍

Next Post
ଓଡ଼ିଶାର ମୃତକଙ୍କ ପରିବାରର ଜଣକୁ ଚାକିରି, ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍‍

ଓଡ଼ିଶାର ମୃତକଙ୍କ ପରିବାରର ଜଣକୁ ଚାକିରି, ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍‍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA