Sunday, June 28, 2026 03:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାର ମୃତକଙ୍କ ପରିବାରର ଜଣକୁ ଚାକିରି, ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍‍

ଘୋଷଣା କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

by Our Correspondent
07 Jun, 2023- 05:38 PM
in Latest News, News
1 min read
0
ଓଡ଼ିଶାର ମୃତକଙ୍କ ପରିବାରର ଜଣକୁ ଚାକିରି, ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍‍

ଭୁବନେଶ୍ୱର: ବାହାନଗାଠାରେ ଘଟିଥିବା ସବୁଠାରୁ ଭୟଙ୍କର ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଚାକିରି ଓ ତାଙ୍କ ପରିବାରର ପିଲାଙ୍କୁ କିଟରେ ମାଗଣା ଶିକ୍ଷା ଦିଆଯିବ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି  ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ।

ଶ୍ରୀ ସାମନ୍ତ କହିଛନ୍ତି, ବାଲେଶ୍ୱର ଟ୍ରେନ୍‍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମୋଟ ୨୮୮ଜଣଙ୍କ ମଧ୍ୟରୁ ଓଡ଼ିଶାରୁ ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଓଡ଼ିଶାର ମୃତ ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟଙ୍କୁ ତାଙ୍କ ଯୋଗ୍ୟତା ଭିତ୍ତିରେ କିଟ୍‍ ଓ କିସରେ ନିଯୁକ୍ତି ପ୍ରଦାନ କରାଯିବା ନିମନ୍ତେ କିଟ୍‍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିପରି ରେଳ ଦୁର୍ଘଟଣାରେ ପିତା ମାତା ହରାଇଥିବା ବ୍ୟକ୍ତିଙ୍କ ପିଲାମାନେ ଶିକ୍ଷାଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କଲେ କିଟ୍‍ ଓ କିସରେ ସେମାନଙ୍କୁ ପ୍ରଥମ ଶ୍ରେଣୀରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଯେ କୌଣସି ଶ୍ରେଣୀରେ ସେମାନଙ୍କ ଯୋଗ୍ୟତା ଅନୁସାରେ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ। ଏଥିପାଇଁ କିଟ୍‍ ପକ୍ଷରୁ ଆବେଦନ ପ୍ରକ୍ରିୟା ବିଧିବଦ୍ଧ ଘୋଷଣା କରାଯିବ ।

ସେ କହିଛନ୍ତି, ଏତେ ବଡ଼ ରେଳ ଦୁର୍ଘଟଣା ଅତ୍ୟନ୍ତ ଦୁଃଖ ଦାୟକ। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରର ଦୁଃଖ ଆମେ ଲାଘବ କରି ନ ପାରିଲେ ମଧ୍ୟ ସେମାନଙ୍କୁ କିଛି ସାହାଯ୍ୟ କରିପାରିଲେ ନିଜକୁ ଧନ୍ୟ ମନେକରିବୁ। ପୂର୍ବରୁ ବିଭିନ୍ନ ଦୁର୍ବିପାକ ସମୟରେ କିଟ୍‍ ଓ କିସ୍‍ ସାଧାରଣ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଆସିଛି। କୋଭିଡ୍‍ ସମୟରେ ମଧ୍ୟ କିଟ୍‍ ଶତାଧିକ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ, କୋଭିଡ୍‍ ମୃତକଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ସହ ଲକ୍ଷାଧିକ ଲୋକଙ୍କୁ ସାହାଯ୍ୟ କରିପାରିଥିଲା।

ବାଲେଶ୍ୱରର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଭାରତର ଚଳିତ ଦଶକର ସବୁଠାରୁ ବଡ଼ ରେଳ ଦୁର୍ଘଟଣା। ଏହି ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକଙ୍କ ତୁରନ୍ତ ସହଯୋଗ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଅକୁଣ୍ଠ ସହଯୋଗକୁ ଶ୍ରୀ ସାମନ୍ତ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ମିଳିତ ସହଯୋଗ ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଯାଇପାରିଛି ବୋଲି କହିଥିଲେ।

ଏହି ଅବସରରେ ଶ୍ରୀ ସାମନ୍ତ ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ଆତ୍ମାର ସଦଗତି କାମନା କରି ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

Previous Post

ଦାୟିତ୍ୱ ଭୁଲିଗଲେ ନୀତୀଶ କୁମାର

Next Post

ପୁଣି ଅଘଟଣ: ଟ୍ରେନ୍ ପବନରେ ଗଡ଼ି ୬ ଶ୍ରମିକଙ୍କ ଜୀବନ ନେଲା

Next Post
ପୁଣି ଅଘଟଣ: ଟ୍ରେନ୍ ପବନରେ ଗଡ଼ି ୬ ଶ୍ରମିକଙ୍କ ଜୀବନ ନେଲା

ପୁଣି ଅଘଟଣ: ଟ୍ରେନ୍ ପବନରେ ଗଡ଼ି ୬ ଶ୍ରମିକଙ୍କ ଜୀବନ ନେଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA